Thursday, April 30, 2026 10:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦେଶରେ ନବୀନ ଶ୍ରେଷ୍ଠ, ଫାଇଦାରେ ବିଜେଡ଼ି

by Our Correspondent
18 Aug, 2017- 10:28 AM
in Latest News, Politics
1 min read
0
ଦେଶରେ ନବୀନ ଶ୍ରେଷ୍ଠ, ଫାଇଦାରେ ବିଜେଡ଼ି
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଦେଶର ଶ୍ରେଷ୍ଠ ପ୍ରଶାସକର ମାନ୍ୟତା ଦେଇଛି ଇଂରାଜୀ ପତ୍ରିକା ‘ଆଉଟଲୁକ୍’ । ୫ ଜଣ ଦକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଏହି ସମ୍ମାନ ବାଜି ମାରିନେଇଛନ୍ତି । ଆଉଟଲୁକ୍ ସ୍ପିକ୍ ଆଉଟ୍ ଆୱାର୍ଡର ‘ଶ୍ରେଷ୍ଠ ପ୍ରଶାସକ’ ବିଭାଗ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ସ୍ଥାନ ପାଇଥିଲେ । ଅନଲାଇନ୍ ଭୋଟିଂ ମାଧ୍ୟମରେ ହୋଇଥିବା ଚୟନରେ ନବୀନ ପଟ୍ଟନାୟକଙ୍କୁ ସର୍ବାଧିକ ଭୋଟ ମିଳିଛି । ସେ ହୋଇଛନ୍ତି ଦେଶର ଶ୍ରେଷ୍ଠ ପ୍ରଶାସକ । ରାଜ୍ୟରେ ଅର୍ଥନୈତିକ ପ୍ରଗତି, ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି, ପ୍ରଶାସନରେ ସ୍ୱଚ୍ଛତା, ସାମାଜିକ ନିରାପତ୍ତା ଓ ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରିଛନ୍ତି ବୋଲି ଅନଲାଇନ୍ ଭୋଟିଂ ଆଧାରରେ ଆଉଟଲୁକ୍ ପତ୍ରିକା ନବୀନଙ୍କୁ ସାର୍ଟିଫିକେଟ୍ ଦେଇଛି ।
‘ଆଉଟଲୁକ୍’ ଭଳି ସମ୍ମାନଜନକ ପତ୍ରିକାର ଏହି ସମ୍ମାନଜନକ ପୁରସ୍କାର ନବୀନଙ୍କ ଲୋକପ୍ରିୟତା ଓ ଭାବମୂର୍ତ୍ତିକୁ ସମଗ୍ର ଦେଶରେ ଆହୁରି ଆଦୃତ କରାଇଛି । ଅତୀତରେ ନବୀନଙ୍କ ଦ୍ୱିତୀୟ ଟର୍ମରେ ‘ଇଣ୍ଡିଆ ଟୁଡେ’ ପତ୍ରିକା ତାଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମାନ୍ୟତା ଦେଇଥିଲା । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ମଧ୍ୟ ସେ ଦୁଇ ଦୁଇ ଥର ସ୍ଥାନ ପାଇଥିଲେ । ଲଗାତର ଚତୁର୍ଥ ଥର ପାଇଁ ରାଜ୍ୟର ଶାସନଡୋରି ଧରିଥିବା ନବୀନଙ୍କୁ ଏବେ ଆଉଟଲୁକ୍ ପତ୍ରିକା ‘ଶ୍ରେଷ୍ଠ ପ୍ରଶାସକ’ର ମାନ୍ୟତା ଦେଇଥିବାରୁ ବିଜୁ ଜନତା ଦଳର କାଟତି ବଢ଼ିଯାଇଛି । ସାଧାରଣ ନିର୍ବାଚନ ଆଗକୁ ଥିବାବେଳେ ବିଜେଡ଼ି ପାଇଁ ଏହା ବଢିଆ ପୁଞ୍ଜି ହୋଇଛି । ନବୀନଙ୍କ ଲୋକପ୍ରିୟତାକୁ ବିକି ଭାଙ୍ଗି ଚାଲିଥିବା ଦଳ ନେତାଙ୍କ ଛାତି କୁଣ୍ଢେମୋଟ ହୋଇଛି । ବିଜେପିର କ୍ରମବର୍ଦ୍ଦିଷ୍ଣୁ ଲୋକପ୍ରିୟତାରେ ବିଚଳିତ ବିଜେଡ଼ି ପାଇଁ ଏହା ସଞ୍ଜିବନୀ ହୋଇଛି । ଆଉଟଲୁକ୍ ସାର୍ଟିଫିକେଟ୍ ବିଜେପିକୁ ଚେକ୍ ଲଗାଇବାରେ ଯଥେଷ୍ଟ ସହାୟକ ହେବ ବୋଲି ସେମାନେ ଧରିନେଇଛନ୍ତି ।
ଉତଫୁଲ୍ଲିତ ବିଜୁ ଜନତା ଦଳର ନେତାମାନେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନବୀନଙ୍କୁ ଆଉଟଲୁକ୍ ସମ୍ମାନ ଆଜି ସଂଧ୍ୟାରେ ମିଳିଲା ପରେ ବିଜେଡ଼ିର ପର୍ବ ଆରମ୍ଭ ହେବ । ନବୀନଙ୍କୁ ସ୍ୱାଗତ ତୋରଣରେ ଦିଲ୍ଲୀରୁ ଭୁବନେଶ୍ୱର ଛାଇ କରିଦିଆଯିବ । ରବିବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଲା ପରେ ଭୁବନେଶ୍ୱର ରାଜରାସ୍ତା ଫଟାଇବେ ବିଜେଡ଼ି ନେତା ଓ କର୍ମୀ । ସେଥିପାଇଁ ଆଜିଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଖାଲି ଭୁବନେଶ୍ୱର ନୁହେଁ, ଦଳୀୟ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ନବୀନ ପର୍ବ ଧୂମଧାମରେ ପାଳିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଭଳି ମଉକାକୁ କେହି ଯେଭଳି ହାତଛଡ଼ା ନ କରନ୍ତି ସେଥିପ୍ରତି ସତର୍କ ହୋଇଯାଇଛନ୍ତି ବିଜେଡ଼ି କ୍ୟାମ୍ପ । । ଦଳର କାର୍ପଟଦାର ବୋଲାଉଥିବା ଯୁବଗୋଷ୍ଠୀ ନବୀନ ପର୍ବ ପାଳନର ଦାୟିତ୍ୱ ନେଇଛନ୍ତି ।
Previous Post

ଆଦାନୀ ପ୍ରେମରେ ବିଜେପି ଉବୁଟୁବୁ, ଶ୍ରମିକ ଜୀବନ ତୁଚ୍ଛ

Next Post

ନବୀନ-ଧର୍ମେନ୍ଦ୍ର ଭେଟଘାଟ, ଉଭୟ ଖୁସ୍

Next Post
ନବୀନ-ଧର୍ମେନ୍ଦ୍ର ଭେଟଘାଟ, ଉଭୟ ଖୁସ୍

ନବୀନ-ଧର୍ମେନ୍ଦ୍ର ଭେଟଘାଟ, ଉଭୟ ଖୁସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA