Saturday, May 9, 2026 01:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବ ଦାସ ନୋ ପ୍ରୋବ୍ଲେମ୍‌

by Our Correspondent
14 Mar, 2016- 05:23 PM
in News
1 min read
0
ନବ ଦାସ ନୋ ପ୍ରୋବ୍ଲେମ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଆସନ୍ତାକାଲି ଆରମ୍ଭ ହେବ ବିଧାନସଭା ବଜେଟ୍‌ ଅଧିବେସନ । ପଞ୍ଚଦଶ ବିଧାନସଭାର ଏହି ଷଷ୍ଠ ଅଧିବେସନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିରେ ମୋଟ ୩୩ ଟି କାର୍ଯ୍ୟଦିବସ ରହିଛି । ଅଧିବେସନରେ ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ ଯୋଗଦେବା ନେଇ ଅନେକଙ୍କ ମନରେ ଆଶଙ୍କା ଥିଲେ ମଧ୍ୟ ତାହା ଦୂର ହୋଇଛି । ନବ ଦାସ ସ୍ୱାଭାବିକ ଭାବେ ଅଧିବେସନରେ ଯୋଗଦେବେ । ଗତ ଶୀତ ଅଧିବେସନରେ ବାଚସ୍ପତି ତାଙ୍କୁ ଗୃହରୁ ୭ ଦିନ ପାଇଁ ସସ୍‌ପେଣ୍ଡ କରିଥିଲେ ।  ଏହି ପ୍ରସଙ୍ଗକୁ ନେଇ ମାତ୍ର ଦୁଇ ଦିନ ଗୃହ ଚାଲିଲା ପରେ ଅଧାରୁ ବନ୍ଦ ହୋଇଯାଇଥିଲା । ତେବେ ଏଥର ବିଧାନସଭାରେ ନବ ଦାସ ପୁରୁଣା ସସ୍‌ପେଣ୍ଡ ଆଦେଶ ଅନୁଯାୟୀ ଅବଶିଷ୍ଟ ୫ ଦିନର ଅବଧି କାଟିବେ ନା ନାହିଁ ସେ ନେଇ ଅନେକଙ୍କ ମନରେ ପ୍ରଶ୍ନ ଥିଲା । ମାତ୍ର ପୂର୍ବ ଅଧିବେସନରେ ବିଧାୟକଙ୍କ ଉପରେ ସସ୍‌ପେଣ୍ଡ ଆଦେଶ ସହ ଚଳିତ ଅଧିବେସନର କୌଣସି ସମ୍ପର୍କ ନାହିଁ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି । ଅର୍ଥାତ୍‌ ନବ ଦାସ କାର୍ଯ୍ୟରେ ଯୋଗଦେବା ନେଇ ପ୍ରଶ୍ନ ହିଁ ନାହିଁ ।

ନବ ଦାସଙ୍କ ସସପେଣ୍ଡ ପ୍ରସଙ୍ଗ ଉପରେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ ଦଳର ମୁଖ୍ୟ ସଚେତକ ଓ ରଣେନ୍ଦ୍ର ସ୍ୱାଇଁଙ୍କ ଭଳି ବରିଷ୍ଠ ବିଧାୟକଙ୍କଠାରୁ ସାମ୍ବାଦିକମାନେ ଜାଣିବାକୁ ଚାହିଁଥିଲେ । ମାତ୍ର ସେମାନେ ଏ ପ୍ରସଙ୍ଗରେ କୌଣସି ସଠିକ୍‌ ଜବାବ ଦେଇ ନ ପାରି ବାଚସ୍ପତିଙ୍କ ନିଷ୍ପତି ଉପରକୁ କଥା ଛାଡ଼ିଥିଲେ । ସେମାନଙ୍କ ଆଚରଣ କହିଥିଲା ନବ ଦାସଙ୍କ ଭବିଷ୍ୟତ ବାଚସ୍ପତିଙ୍କ ହାତରେ । ଶାସକ ଦଳର ଏହି ବରିଷ୍ଠ ସଦସ୍ୟମାନେ ନବ ଦାସଙ୍କ ସସ୍‌ପେଣ୍ଡ ପ୍ରସଙ୍ଗ ଉପରେ ବିଧାନସଭା ନୀତି ନିୟମ ଉପରେ ନିଜର ଅଜ୍ଞତା ପ୍ରକାଶ କରିଥିଲେ ।
ଗତ ଶୀତ ଅଧିବେସନରେ ଗୃହର ପ୍ରଶ୍ନକାଳରେ ନବ ଦାସ ନିଜ ମୋବାଇଲରେ ଅଶ୍ଲୀଳ ଭିଡ଼ିଓ ଦେଖୁଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମର ରିପୋର୍ଟ ଭିତ୍ତିରେ ଶାସକ ଦଳର ସଭ୍ୟଙ୍କ ଅଭିଯୋଗକୁ ବାଚସ୍ପତି ତୁରନ୍ତ ଗ୍ରହଣ କରି ନବଙ୍କୁ ୭ ଦିନ ପାଇଁ ସସ୍‌ପେଣ୍ଡ ଆଦେଶ ଦେଇଥିଲେ । ଡିସେମ୍ବର ୧୫ ତାରିଖରେ ଏହି ଘଟଣା ଘଟିଥିଲା । ତେବେ ନବଙ୍କୁ ତାଙ୍କ ପକ୍ଷ ରଖିବାର ସୁଯୋଗ ନ ଦେଇ ବାଚସ୍ପତିଙ୍କ ତ୍ୱରିତ ପଦକ୍ଷେପକୁ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ବିରୋଧ କରି ଗୃହ ବର୍ଜନ କରିଥିଲେ । ଗୃହର କାର୍ଯ୍ୟ ପୁଣି ୮ ଦିନ ବାକି ଥିବା ବେଳେ ପରଦିନ ସରକାରୀ ଦଳର ଇଙ୍ଗିତରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଥିଲେ ।

Previous Post

ଓଡ଼ିଶାର ବିଜୟ ମାଲ୍ୟା

Next Post

ସଞ୍ଜୟଙ୍କ ପାଜେରୋ ରହସ୍ୟ

Next Post
ସଞ୍ଜୟଙ୍କ ପାଜେରୋ ରହସ୍ୟ

ସଞ୍ଜୟଙ୍କ ପାଜେରୋ ରହସ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA