Wednesday, April 29, 2026 09:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍

by Our Correspondent
11 Dec, 2019- 11:53 PM
in Latest News, National, News
1 min read
0
ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ପାସ୍ ହୋଇଛି । ବିଲ୍ ସପକ୍ଷରେ ୧୨୫ ଓ ବିପକ୍ଷରେ ୯୯ ଭୋଟ୍ ଆସିଥିଲା । ଶିବସେନା ଭୋଟିଂରୁ ବିରତ ରହିଥିଲା । ବିଲ୍ ଉପରେ ଆସିଥିବା ୪୩ ଟି ସଂଶୋଧନ ପ୍ରସ୍ତାବ ଖାରଜ ହୋଇଯାଇଥିବା ବେଳେ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଦଳ ଦାବି ମଧ୍ୟ ଅନୁରୂପ ଖାରଜ ହୋଇଛି । ପୂର୍ବରୁ ଗତ ୯ ତାରିଖରେ ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିଲା । ବିଲ୍ କୁ ୩୧୧ ଜଣ ସମର୍ଥନ କରିଥିବା ବେଳେ ୮୦ ଜଣ ବିରୋଧ କରିଥିଲେ । ଏବେ ଉଭୟ ଗୃହର ଅନୁମୋଦନ ପାଇଥିବା ଏହି ବିଲ୍ ରାଷ୍ଟ୍ରପତିଙ୍କ ମଂଜୁର ପରେ ଆଇନରେ ପରିଣତ ହେବ ।

ସଂଶୋଧିତ ଏହି ନୂଆ ଆଇନ ଅନୁଯାୟୀ ଦେଶରେ ସର୍ବନିମ୍ନ ୫ ବର୍ଷ ରହିଥିବା ଶରଣାର୍ଥୀଙ୍କୁ ବେଆଇନ ବୋଲି ଗ୍ରହଣ କରାଯିବନି । କେବଳ ପାକିସ୍ଥାନ, ବାଂଲାଦେଶ ଓ ଆଫଗାନିସ୍ଥାନ ଅଣ ମୁସଲମାନ ଶରଣାର୍ଥୀଙ୍କ ପାଇଁ ଏହା ଲାଗୁ ହେବ । ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଏହି ତିନୋଟି ଦେଶରୁ ପଳାଇ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ୍ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।

ଆଜି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ୍ ଶାହା ଆଗତ କରିଥିବା ଏହି ବିଲ୍ କୁ ନେଇ ଦିନତମାମ ସରଗରମ ବିତର୍କ ଜାରି ରହିଥିଲା । ଏହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଏହାକୁ ତୀବ୍ର ବିରୋଧ କରାଯାଇ ହିଂସାକାଣ୍ଡ ଘଟିଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ଗାଡି ମଟର ଓ ଅଫିସ ଜଳାପୋଡା କରିଛନ୍ତି । ଅବସ୍ଥା ଅଣାୟତ୍ତ ହେବାରୁ ଆସାମର ଗୌହାଟୀରେ କର୍ଫୁ୍ୟ ଜାରି କରାଯାଇଥିବା ବେଳେ ତ୍ରିପୁରାରେ ସେନାବାହିନୀ ମୁତୟନ ହୋଇଛନ୍ତି ।
ବିବାଦୀୟ ନାଗରିକତା ସଂଶୋଧନ ବିଲ୍ ଉଭୟ ଗୃହରେ ପାସ୍ ହେବା ବିଜେପିର ବଡ଼ ସଫଳତା ଭାବେ ଗଣାଯାଉଛି । ବିଲ୍ ସପକ୍ଷରେ ଭୋଟ ଦେଇଥିବା ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜଣାଇବା ସହ ଆଜି ଦିନଟି ସମଗ୍ର ଦେଇ ପାଇଁ ଏକ ସ୍ମରଣୀୟ ଦିବସ ବୋଲି କହିଛନ୍ତି । ଅଧିକାରରୁ ବଞ୍ଚିତ ଏବଂ ନିର୍ଯ୍ୟାତିତ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ସାର୍ଥକ ହେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଆଜିର ଦିନକୁ ସାମ୍ବିଧାନିକ ଇତିହାସରେ କଳା ଦିବସ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ।
ବିଲ୍ ଆଗତ କରିଥିବା ଗୃହମନ୍ତ୍ରୀ ଅମିତ୍ ଶାହା ସବୁ କ୍ରେଡିଟ୍ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ଏହା ସଫଳ ହେଲା ବୋଲି ଶାହା କହିଛନ୍ତି । ଏହି ବିଲ୍ ଜରିଆରେ ଦେଶର ଧର୍ମନିରପେକ୍ଷତାକୁ ପ୍ରହାର କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ବିରୋଧୀ ଦଳର ଅଭିଯୋଗକୁ ନିଜର ସଂଖ୍ୟାବଳରେ ବାଏଁ ବାଏଁ ଉଡ଼ାଇଛନ୍ତି ଅମିତ୍ ଶାହା । ଧର୍ମ ଆଧାରରେ କାହାରି ପ୍ରତି ଭେଦଭାବ କରାଯାଇନାହିଁ । ଭାରତରେ ରହୁଥିବା ମୁସଲମାନ ନାଗରିକ ଏହାଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି ରାଜ୍ୟସଭାରେ ଦୋହରାଇଥିଲେ ଶାହା ।
Previous Post

ଚମକିବା ପୂର୍ବରୁ ବୁଲିଲା ବୁଲଡୋଜର୍

Next Post

ଏଥର ଚାଷୀଙ୍କ ସହ ସିଧାସଳଖ କଥାହେବେ ମୁଖ୍ୟମନ୍ତ୍ରୀ

Next Post
ଏଥର ଚାଷୀଙ୍କ ସହ ସିଧାସଳଖ କଥାହେବେ ମୁଖ୍ୟମନ୍ତ୍ରୀ

ଏଥର ଚାଷୀଙ୍କ ସହ ସିଧାସଳଖ କଥାହେବେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA