Thursday, April 30, 2026 07:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନାରାୟଣଙ୍କୁ ମନେଇଦେଲେ ଧର୍ମେନ୍ଦ୍ର

by Our Correspondent
03 Oct, 2017- 10:56 PM
in Latest News, Politics
1 min read
0
ନାରାୟଣଙ୍କୁ ମନେଇଦେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ବିଜେପୁର ଦଳୀୟ ବିଦ୍ରୋହକୁ ଟାଳି ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅସନ୍ତୁଷ୍ଟ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କୁ ମନାଇ ଶାନ୍ତ କରାଇଛନ୍ତି । ଆଜି ସଂଧ୍ୟାରେ କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ନାରାୟଣଙ୍କ ମାନଭଂଜନର ବ୍ୟବସ୍ଥା ହୋଇଥିଲା । କନକ ବର୍ଦ୍ଧନ, ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର ଏବଂ ଧର୍ମେନ୍ଦ୍ରଙ୍କ ଲଢ଼ୁଆ ବାହିନୀ ନାରାୟଣଙ୍କୁ ଧରି ଆଗୁଆ ଉପସ୍ଥିତ ଥିଲେ । ବହୁତ ସମୟ ରୁଦ୍ଧଦ୍ୱାର ବୈଠକ ବସିଲା । ଶେଷ ଆଡକୁ ଧର୍ମେନ୍ଦ୍ର ଆସିଲେ । ଦିଲ୍ଲୀ ଯିବାକୁ ତରବରିଆ ଥିଲେ । ଭିତରକୁ ଯାଇ ମାତ୍ର କେଇ ମିନିଟ୍ ମଧ୍ୟରେ କାମ ଶେଷ କରିଦେଲେ । ବାହାରେ ମିଡ଼ିଆକୁ ଆସି କହିଲେ, ଆମ ଘର କଥା ତୁଟାଇ ଦେଇଛୁ । ନାରାୟଣ ବାବୁ ଆମ ଦଳର ଜଣେ ଦାୟିତ୍ୱବାନ କାର୍ଯ୍ୟକର୍ତ୍ତା । ଅଶୋକଙ୍କ ବିଜେପିରେ ମିଶିବାକୁ ନେଇ ସ୍ଥାନୀୟ ଶାଖାରେ କିଛି ଅସାମଞ୍ଜସ୍ୟ ଥିଲା । ତାହା ଏବେ ତୁଟିଯାଇଛି । ଆମ ଦଳରେ ମନର କଥା ବ୍ୟକ୍ତ କରିବାର ଶତ ପ୍ରତିଶତ ଅଧିକାର ଅଛି ବୋଲି ଧର୍ମେନ୍ଦ୍ର ଜଲଦି ଜଲଦି କହି ସିଧା ଏୟାରପୋର୍ଟ ଧରିଥିଲେ ।
ତାଙ୍କ ପରେ ନାରାୟଣ ସାହୁ ଆସି ବାଇଟ୍ ଦେଲେ । ସତେ ଯେମିତି କିଛି ହୋଇନି ସେଭଳି କଥା କହିଲେ । ସଂଧ୍ୟା ପର୍ଯ୍ୟନ୍ତ ତାଙ୍କର ଯେଉଁ ଆଭିମୁଖ୍ୟ କି ବକ୍ତବ୍ୟ ଥିଲା ତାହା ଓଲଟିଯାଇଥିଲା । କହିଲେ, ମୁଁ ଅସନ୍ତୁଷ୍ଟ ନ ଥିଲି କି ନାହିଁ । ଦଳର ନିଷ୍ପତ୍ତିକୁ ମୁଁ ସମ୍ମାନର ସହ ମାନିବି । ଆମ ଦଳରେ ବ୍ୟକ୍ତି ବଡ଼ ନୁହେଁ, ଦଳ ବଡ଼ ବୋଲି କହିଥିଲେ ନାରାୟଣ ।
ନାରାୟଣଙ୍କ ମାନଭଂଜନ ରାଜ୍ୟ ବିଜେପି ପାଇଁ ଖୁସି ଖବର ହୋଇଥିଲେ ମଧ୍ୟ ବିଜେପୁର ତୃଣମୂଳ ବିଜେପି କର୍ମୀଙ୍କୁ ଏହା ସନ୍ତୁଷ୍ଟ କରିପାରି ନ ଥିବା ଖବର ମିଳିଛି । ଜିଲ୍ଲା ସଭାପତି ତାଙ୍କ କର୍ମୀମାନଙ୍କ ମତାମତ ନ ନେଇ ନିଜେ ନିଜେ କିଭଳି ମନ ବୁଝେଇଲେ ବୋଲି ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର ତାଙ୍କୁ ଭୁବନେଶ୍ୱର ଡାକି କି ରସ ପିଆଇଲେ ବୋଲି କିଛି କର୍ମୀ ଜାଣିବାକୁ ଚାହିଁଛନ୍ତି । ତେବେ ସେ ଯାହା ହେଉ, ନାରାୟଣଙ୍କ ମାନଭଂଜନ ସହ ବିଜେପୁରରେ ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥୀତ୍ୱ ମଧ୍ୟ ସ୍ପଷ୍ଟ ହୋଇଯାଇଛି । କେବଳ ଘୋଷଣା ବାକି ରହିଛି ।
Previous Post

ଦୋକାନ ଖୋଲା, ଗରାଖ ପାଉନାହାନ୍ତି ସୌମ୍ୟ

Next Post

ବିଜେପି ଇମ୍ପାକ୍ଟ! ପ୍ରଭାତଙ୍କୁ ମନେଇଲେ ନବୀନ

Next Post
ବିଜେପି ଇମ୍ପାକ୍ଟ! ପ୍ରଭାତଙ୍କୁ ମନେଇଲେ ନବୀନ

ବିଜେପି ଇମ୍ପାକ୍ଟ! ପ୍ରଭାତଙ୍କୁ ମନେଇଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA