Thursday, April 30, 2026 07:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି ଇମ୍ପାକ୍ଟ! ପ୍ରଭାତଙ୍କୁ ମନେଇଲେ ନବୀନ

by Our Correspondent
04 Oct, 2017- 08:19 PM
in Latest News, Politics
1 min read
0
ବିଜେପି ଇମ୍ପାକ୍ଟ! ପ୍ରଭାତଙ୍କୁ ମନେଇଲେ ନବୀନ
ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାବାସି ଦେବା କଥା । ତାଙ୍କ ପାଇଁ ବିଜେପୁର ବିଜେଡ଼ି କଳି ବି ତୁଟିଯାଇଛି । ଅସନ୍ତୁଷ୍ଟ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁଙ୍କୁ ଧର୍ମେନ୍ଦ୍ର ମନାଇ ଲାଇନ୍ କୁ ଆଣିବା ପରେ ତାଙ୍କ ଦେଖାଦେଖି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ମନାଇ ଦେଇଛନ୍ତି । ରୀତା ସାହୁଙ୍କ ବିଜେଡ଼ିରେ ଯୋଗଦାନ ଓ ପ୍ରାର୍ଥୀତ୍ୱକୁ ଦଳର ଆଶାୟୀ ପ୍ରାର୍ଥୀ ପ୍ରଭାତ ଆଦିତ୍ୟ ବିରୋଧ କରୁଥିଲେ । ବିଦ୍ରୋହ ଡାକରା ଦେଇ ମେଳି କରୁଥିଲେ । ହେଲେ ଆଜି ନବୀନଙ୍କୁ ଭେଟିବା ପରେ ଲାଇନ୍ ଧରିଦେଇଛନ୍ତି । ରୀତା ସାହୁଙ୍କୁ ସମର୍ଥନ ଓଜାଡ଼ିଛନ୍ତି । ବିଜେପୁରରେ ବିଜେଡ଼ିର ଇଜ୍ଜତ ରଖିବୁ କହି ନବୀନଙ୍କ ସହ ଏକକାର ହୋଇଛନ୍ତି ।
ବିଜେପୁର ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଆଜି ଅପରାହ୍ନରେ ବିଜେଡ଼ି ଅଫିସ୍ ଠାରେ ତଥାକଥିତ ମାନଭଂଜନ ପର୍ବ ଅନୁଷ୍ଠିତ ହୋଇଥିଲା । ସୁପ୍ରିମୋଙ୍କ ସମେତ ଦଳର କିଛି ବରିଷ୍ଠ ନେତା ଉପସ୍ଥିତ ଥିଲେ । ସେଠି ଦଳର ଗେହ୍ଲାପୁଅ ହୋଇଥିଲେ ପ୍ରଭାତ ଆଦିତ୍ୟ । ଶତାଧିକ ସମର୍ଥକଙ୍କ ସହ ବିଜେପୁରରୁ ତାଙ୍କୁ ଡକରା ହୋଇଥିଲା । ନବୀନଙ୍କ ଆଗରେ ସେ କିମ୍ବା ତାଙ୍କ ସମର୍ଥକ ମନର ଅସନ୍ତୋଷ ରଖିବା ଆଗରୁ ହିଁ ସନ୍ତୁଷ୍ଟ ହୋଇଯାଇଥିଲେ । ତାଙ୍କ କହିବା କଥା, ହାଇକମାଣ୍ଡ ଆମ ସହ ଆଲୋଚନା କରି ନ ଥିବାରୁ ଅଭିମାନ ଥିଲା । ନବୀନଙ୍କୁ ଦେଖିଲା ପରେ ରାଗ, ଅଭିମାନ ଦୂର ହୋଇଗଲା । ରୀତା ସାହୁଙ୍କୁ ଜିତାଇବା ପାଇଁ ଆମେ ସମସ୍ତେ ଫୁଲ୍ ଦମ୍ ଖଟାଇବୁ ବୋଲି ପ୍ରଭାତ ଗଣମାଧ୍ୟମକୁ କହିଛନ୍ତି । ବିଜେପୁର ବିଜେଡ଼ିରେ ଆଉ କୌଣସି ଅସନ୍ତୋଷ କି ବିଦ୍ରୋହ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ପାର୍ଟି ଅଫିସ ମିଟିଂ ପୂର୍ବରୁ ମଧ୍ୟାହ୍ନରେ ନବୀନ ନିବାସରେ ବିଜେପୁର ଏଜେଣ୍ଡା ନେଇ ଏକାଠି ହୋଇଥିଲେ ଦଳର ପ୍ରଭାବୀ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଣବ ପ୍ରକାଶ ଦାସ(ବବି) ପ୍ରଭୃତି । ଅସନ୍ତୁଷ୍ଟ ପ୍ରଭାତ ଆଦିତ୍ୟଙ୍କୁ ସୁପ୍ରିମୋଙ୍କ ସହ ଭେଟେଇବା ଏବଂ ଦଳୀୟ କନ୍ଦଳ ତୁଟାଇ ବିଜେପୁର ମିସନ୍ ଆଗକୁ ବଢ଼ାଇବା ପାଇଁ ହୋଇଥିଲା ଯୋଜନା । ନବୀନ ନିବାସ ଆଲୋଚନାରୁ ଫେରିଲା ପରେ ଦଳର ସବୁ ଯୋଜନା ଠିକଠାକ କାର୍ଯ୍ୟକାରୀ ହୋଇଛି । ବିଜେଡ଼ି ରାସ୍ତାକୁ ଆଉ କେହି ରୋକିପାରିବେ ନାହିଁ ବୋଲି ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦମ୍ଭ ଦେଖାଇଛନ୍ତି ।
Previous Post

ନାରାୟଣଙ୍କୁ ମନେଇଦେଲେ ଧର୍ମେନ୍ଦ୍ର

Next Post

ବିଜେଡ଼ି ପାଇଁ ବବି କଣ୍ଟା !

Next Post
ବିଜେଡ଼ି ପାଇଁ ବବି କଣ୍ଟା !

ବିଜେଡ଼ି ପାଇଁ ବବି କଣ୍ଟା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA