Saturday, April 18, 2026 04:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ନିଃସଙ୍ଗ ନବୀନଙ୍କ ସାଥୀ ରକ୍ସି, ବ୍ରୁନ୍

by Our Correspondent
17 Oct, 2016- 10:06 AM
in News
1 min read
0
ନିଃସଙ୍ଗ ନବୀନଙ୍କ ସାଥୀ ରକ୍ସି, ବ୍ରୁନ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜୀବନର ୭୧ଟି ପାହାଚରେ ପଦାର୍ପଣ କରିଛନ୍ତି ନବୀନ ଓରଫ୍ ପପୁ । ବିଜୁ ଓ ଜ୍ଞାନ ପଟ୍ଟନାୟକଙ୍କର ଏହି ଗେହ୍ଲା ପୁଅ ପପୁଙ୍କର କୌଣସିଥିରେ ଅଭାବ ନ ଥିଲେ ମଧ୍ୟ ଯୌବନକୁ ଏକା ଏକା କାଟି ସାରିଛନ୍ତି । ବାଦ୍ଧ୍ୱର୍କ୍ୟ ଛୁଇିଁବା ପୂର୍ବରୁ କ୍ଷମତାର ଶୀର୍ଷତାକୁ ଚାଲିଯାଇଥିବା ନବୀନଙ୍କୁ ଘେରି ରହିଛି ବ୍ୟସ୍ତତା । ପରିବାର ଲୋଡିନାହାନ୍ତି ସେ । ଏମିତିକା ଜୀବନ ସହ ପ୍ରାୟ ୨୦ ବର୍ଷ ଟାଣିହୋଇଗଲେଣି ସେ । ଶାସନଭାରର ବୋଝ ଭିତରେ ହୁଏତ ସମୟ ବିତିଯାଉଛି ହେଲେ ହୃଦୟର ନିଃସଙ୍ଗତା ତାଙ୍କୁ ଛାଡ଼ିପାରିନାହିଁ ଏହା ବାସ୍ତବ ସତ୍ୟ । ଏବେ ସାଙ୍ଗକୁ ଯୋଡି ହୋଇଛି ବାର୍ଦ୍ଧକ୍ୟର ନିଃସଙ୍ଗତା । ଏହା ଯେ କେତେ କଷ୍ଟକର ତାହା ଅନୁଭବୀ ଜାଣିପାରୁଥିବେ । ତେବେ ଏହି ନିଃସଙ୍ଗତା ଦୂର ପାଇଁ ନବୀନ ସାଥୀ କରିଛନ୍ତି ରକ୍ସି ଓ ବ୍ରୁନ୍କୁ । ଦୁହିଁଙ୍କ ଭିତରୁ ସାଉଁଟିଛନ୍ତି ସନ୍ତାନର ସ୍ନେହକୁ । ଆଜି ୭୧ ବର୍ଷରେ ନବୀନଙ୍କର ନିଃସଙ୍ଗତାର ସାଥୀ ହୋଇଛନ୍ତି ରକ୍ସି ଓ ବ୍ରୁନ୍ ।

ରକ୍ସି ଓ ବ୍ରୁନ୍ ମଣିଷ ନ ହେଲେ ମଧ୍ୟ ମଣିଷଠାରୁ ଅଧିକ ପ୍ରିୟ ହୋଇଯାଇଛନ୍ତି ନବୀନଙ୍କର । ନବୀନ ନିବାସରେ ଅଧା ସମୟ ତାଙ୍କର କଟିଯାଉଛି ରକ୍ସି ଓ ବ୍ରୁନ୍ ସହ । ପୁଅ ଝିଅଙ୍କ ଭଳି ଦୁହିଁଙ୍କୁ କୋଳରେ ବସାଉଛନ୍ତି । ଗେହ୍ଲ କରୁଛନ୍ତି । ଖାଇବା, ପିଇବା ଭଲ ମନ୍ଦ ପଚାରି ବୁଝୁଛନ୍ତି । ସେମାନଙ୍କ ଯତ୍ନରେ କୌଣସି ଅବହେଳାକୁ ସଯ୍ୟ କରୁନାହାନ୍ତି ପାୱାରଫୁଲ୍ ନବୀନ । ଦୁହିଁଙ୍କ ଦେହରେ ଧୂଳି ମଳି ଲାଗିବାକୁ ଦେଉନାହାନ୍ତି । ନିଜର ଯତ୍ନ ଅପେକ୍ଷା ରକ୍ସି ଓ ବ୍ରୁନ୍ ଙ୍କ ଯତ୍ନ ତାଙ୍କ ପାଇଁ ଅଧିକ ପ୍ରାଥମିକତା ହୋଇଛି । ଦୁହିଁଙ୍କ ଦେଖାଶୁଣା କରିବା ପାଇଁ ପାଳି କରି ୨୪ ଘଣ୍ଟିଆ ଡ୍ୟୁଟି ଦେଇଛନ୍ତି କର୍ମଚାରୀଙ୍କୁ ।

ରକ୍ସି ଓ ବ୍ରୁନ୍ ଦୁଷ୍ଟାମୀକୁ କିଏ ନାଲି ଆଖି ଦେଖାଇଲେ ନବୀନ ତାଙ୍କୁ ନାଲି ଆଖି ଦେଖାଉଛନ୍ତି । ଖାଲି ସେତିକି ନୁହେଁ, ନବୀନ ନିବାସ ଯାଉଥିବା ତାଙ୍କ ଅତିଥି, ସହଯୋଗୀ ମନ୍ତ୍ରୀ, ନେତା କି ବ୍ୟୁରୋକ୍ରାଟ୍ ରକ୍ସି ଓ ବ୍ରୁନ୍ଙ୍କୁ ଗେହ୍ଲରେ ସାଉଁଳି ଦେଲେ ବି ସମ୍ଭାଳି ପାରୁନାହାନ୍ତି ନବୀନ । ଏହି ଗେହ୍ଲ ତାଙ୍କୁ ଛାଟ ପରି ମନେ ହେଉଛି । ବୁଝାଉଛନ୍ତି ରକ୍ସି ଓ ବ୍ରୁନ୍ ବିଷୟରେ । ସେମାନଙ୍କ ଗୌରବାନ୍ୱିତ ଜାତି ଇତିହାସ ବର୍ଣ୍ଣନା କରୁଛନ୍ତି । ଦୁହିଁଙ୍କୁ ଲକ୍ଷ୍ୟ କରି ନବୀନଙ୍କ ସାମନାରେ ଯଦି କାହା ପାଟିରୁ “ଡଗ୍’’ ଶବ୍ଦ ବାହାରିଯାଉଛି ତାଙ୍କ ଅବସ୍ଥା ସରିଲା ଜାଣ । ନବୀନ ଗର୍ଜନ କରୁଛନ୍ତି । ଏମିତି ଅବସ୍ଥାର ସାମନା କରିଥିବା କିଛି ନେତା ଓ ଅଫିସର ସେମାନଙ୍କ ସିସିଆର୍ ନେଇ ନବୀନ ନିବାସରୁ ଆତଙ୍କରେ ଫେରୁଛନ୍ତି ।

ରକ୍ସି ଓ ବ୍ରୁନ୍ ପାଇଁ ନିଜର ନିଃସଙ୍ଗତାକୁ ଭୁଲିଯାଇଛନ୍ତି ନବୀନ । ଖୋଦ୍ ନବୀନ ନିବାସର କିଛି କର୍ମଚାରୀ ଓ ନିକଟତମ ମହଲ ଏହି ଅନୁଭବ ପାଇଛନ୍ତି । ସ୍ୱଭାବରେ କମ୍ କଥା କହୁଥିବା ଓ ମଣିଷଙ୍କ ସହ ମିଳାମିଶି କରି ପାରୁ ନ ଥିବା ନବୀନଙ୍କର ରକ୍ସି ଓ ବ୍ରୁନ୍ ତାଙ୍କ ଜୀବନ । ଭଗବାନ କରନ୍ତୁ ନବୀନ ଦୀର୍ଘଜୀବୀ ହୁଅନ୍ତୁ ଏବଂ ବୟସର ଅପରାହ୍ନରେ ଏହି ଦୁହିଁଙ୍କ ସାନ୍ନିଧ୍ୟ ପାଉଥାଆନ୍ତୁ । ଏହା ଯେ ସମଗ୍ର ଓଡ଼ିଆଜାତି ପାଇଁ ମଙ୍ଗଳମୟ ହେବ ତାହା ବିଶ୍ୱାସ କରିବାରେ ଭୁଲ୍ ନାହିଁ ।

Previous Post

ଶିଶୁ ମଡ଼କ ଉପରେ କୁମ୍ଭୀର କାନ୍ଦଣା, ଦାୟୀ କିଏ ?

Next Post

“ସମ୍” ରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ମରିଗଲେ

Next Post
“ସମ୍” ରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ମରିଗଲେ

“ସମ୍” ରେ ଭୟଙ୍କର ଅଗ୍ନିକାଣ୍ଡ, ୨୨ ମରିଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA