Saturday, April 18, 2026 03:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଶିଶୁ ମଡ଼କ ଉପରେ କୁମ୍ଭୀର କାନ୍ଦଣା, ଦାୟୀ କିଏ ?

by Our Correspondent
15 Oct, 2016- 02:42 PM
in News
1 min read
0
ଶିଶୁ ମଡ଼କ ଉପରେ କୁମ୍ଭୀର କାନ୍ଦଣା, ଦାୟୀ କିଏ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜାପାନୀ ଏନସେଫାଲାଇଟସ୍ ରେ ଆକ୍ରାନ୍ତ ହୋଇ ମାଲକାନଗିରି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୫୭ ଜଣ ଶିଶୁ ମଲେଣି । କିନ୍ତୁ ଏଭଳି ହୃଦୟ ବିତାରକ ଓ ଦୁଃଖଦ ଘଟଣାକୁ ନେଇ ଯେଭଳି ରାଜନୀତି ଚାଲିଛି ତାହା ସାଧାରଣ ଜନତାଙ୍କ ମନକୁ ବିଚଳିତ କରୁଛି । ରାଜ୍ୟ ସରକାର ନିଜ ଉପରୁ ଦୋଷ ଛଡେଇବାକୁ ଉଦ୍ୟମ କରୁଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବିଜେପିର ମୁଣ୍ଡି କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସର ରାଜ୍ୟ ମୁଣ୍ଡିଆଳମାନେ ଯେଝା ବାଟରେ ଫାଇଦା ଗୋଟାଇବାରେ ବ୍ୟସ୍ତ । ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ଜନ୍ମଠାରୁ ମଶାଣି ପର୍ଯ୍ୟନ୍ତ ଯୋଜନା କରିଥିବା ଡିଣ୍ଡିମ୍ ପିଟୁଛନ୍ତି । ଟଙ୍କାକରେ ଲୋକଙ୍କୁ ଚାଉଳ ଦେଉଛନ୍ତି । ଆହାର କେନ୍ଦ୍ର ଖୋଲି ୫ ଟଙ୍କାରେ ଖାଇବାକୁ ଦଉଛନ୍ତି । ଅଥଚ ଲୋକଙ୍କ ଜୀବନରକ୍ଷାକାରୀ ରୋଗ ନିୟନ୍ତ୍ରଣ ଟୀକା କି ମଶାରି କଥା ଉଠିଲେ କେନ୍ଦ୍ର ଉପରକୁ ଆଙ୍ଗୁଠି ଉଠାଉଛନ୍ତି । ଠିକ୍ ବିଜେପି ଓ କଂଗ୍ରେସ ବି ଅନୁରୂପ ରାଜନୀତି କରୁଛନ୍ତି । ବଢ଼ି ଚାଲିଥିବା ଶିଶୁ ମଡ଼କ ପାଇଁ ଟଙ୍କାକର ଦରଦ ନାହିଁ । ଖାଲି ରାଜନୈତିକ ବୟାନବାଜି କରି ଲୋକଙ୍କୁ ଅଧିକ ଆତଙ୍କିତ କରୁଛନ୍ତି ।

ଏହା ସତ ଯେ ମାଲକାନଗିରିରେ ବର୍ତ୍ତମାନର ଅବସ୍ଥା ମୁକାବିଲା ପାଇଁ ରାଜ୍ୟ ସରକାର କୌଣସି ପ୍ରୟାସ ଛାଡ଼ିନାହାନ୍ତି । ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ମାଲକାନଗିରି ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ପ୍ରଶାସନକଳକୁ ଲଗାଇ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ହୁଏତ ପୂର୍ବରୁ ଏଭଳି ସତର୍କ ରହିଥିଲେ ଆଜି ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇ ନ ଥାଆନ୍ତା । ତେବେ ଜାପାନୀ ଏନସେଫାଲାଇଟସ୍ ନିୟନ୍ତ୍ରଣ ହେଉ କି ରୋଗର ନିରାକରଣ ହେଉ ସେଥିପ୍ରତି ନଜର ନ ଦେଇ ଧର୍ମେନ୍ଦ୍ର ପ୍ରଧାନ, ପ୍ରସାଦ ହରିଚନ୍ଦନ, ପ୍ରଦୀପ ମାଝୀଙ୍କ ଭଳି ରାଜନୈତିକ ବ୍ୟକ୍ତିମାନେ ଯେଭଳି କୁତ୍ସାରଟନାରେ ମାତିଛନ୍ତି ତାହା ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସମସ୍ୟାକୁ ଜଟିଳ କରିଦେଇଛି । ରାଜ୍ୟ ସରକାରଙ୍କ ଭୁଲ୍ ଖୋଜିବା ବେଳେ ସେମାନେ ନିଜ ଦୋଷ ତ୍ରୁଟିକୁ ଭୁଲିଯିବା ଓଡ଼ିଶାବାସୀଙ୍କ ପାଇଁ ଘାତକ ହୋଇଛି ।

ଖୋଦ୍ ସରକାରୀ ତଥ୍ୟ କହୁଛି, ୨୦୧୨ ମସିହାରେ ମାଲକାନଗିର ଜିଲ୍ଲାରେ ପ୍ରଥମ କରି ଦେଖାଦେଇଥିଲା ଜାପାନୀ ଏନସେଫାଲାଇଟସ୍ । ଏହି ଭୂତାଣୁ ସଂକ୍ରମିତ ରୋଗର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଅପେକ୍ଷା କେନ୍ଦ୍ର ସରକାରଙ୍କର ରହିଥିଲା ଗୁରୁଦାୟିତ୍ୱ । ଜାପାନୀ ଏନସେଫାଲାଇଟସ୍ ଭଳି ଭେକ୍ଟର ଡିଜିଜ୍ ରୋଗର ପ୍ରତିଷେଧକ ଟୀକା ଯୋଗାଣ ହେଉଛି କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଖୋଦ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଲିକାରେ ଓଡ଼ିଶା ଏହି ରୋଗର ଏକ ସ୍ପର୍ଶକାତର ରାଜ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରଙ୍କୁ ବହୁ ପୂର୍ବରୁ ଅବଗତ କରାଯାଇଥିଲା । ଟୀକା ଯୋଗାଣ ଓ ବୈଷୟିକ ସହାୟତା ପାଇଁ ବାରମ୍ବାର ଚିଠି ଲେଖାଯାଇଥିଲା । ପ୍ରଥମ ଥର ପାଇଁ ଗତ ୧୫.୧୧.୨୦୧୨ ରେ ଜେଇ ଟୀକା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିଲା । ତୁରନ୍ତ ଟୀକା ଯୋଗାଇଦେବାକୁ ସେଥିରେ ଅନୁରୋଧ କରାଯାଇଥିଲା । ମାତ୍ର କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରି ନ ଥିଲେ । ପୁନଶ୍ଚ ୯.୧୨.୨୦୧୩ ରେ ରାଜ୍ୟ ସରକାର ଆଉ ଏକ ଚିଠି ଲେଖି ଟୀକାକରଣ କଥା ମନେ ପକାଇ ଦେଇଥିଲେ । ତାହା ବି କେନ୍ଦ୍ର ଶୁଣିଲାନି । ନିକଟରେ ୩୦.୩.୨୦୧୬ ରେ କେନ୍ଦ୍ର ସରକାରଙ୍କୁ ଏ ନେଇ ଆଉ ଥରେ ରାଜ୍ୟ ସରକାର ଅନୁରୋଧ କରିଥିଲେ । ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ ଆଡ ଆଖିରେ ଚାହିଁଲେନି କି ପ୍ରତିଷେଧକ ବ୍ୟବସ୍ଥା ନେଇ କୌଣସି ପରାମର୍ଶ ଦେଲେ ନାହିଁ । ଦୁଇମାସ ତଳେ ଦିଲ୍ଲୀ ବୈଠକରେ ସ୍ୱାସ୍ଥ୍ୟ ସଚିବ ପୁନର୍ବାର ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଲେ ନାହିଁ ।

କେବଳ ଟୀକା ଏବଂ ବୈଷୟିକ ସହାୟତା ଦେବାରେ ଓଡ଼ିଶାକୁ କେନ୍ଦ୍ର ନିରାଶ କରିନାହିଁ । ରୋଗର ମୁଖ୍ୟ ପ୍ରତିଷେଧକ ବ୍ୟବସ୍ଥା ଭାବେ ମଶାରି ପ୍ରଦାନରେ ବି ଓଡ଼ିଶାକୁ କେନ୍ଦ୍ର ସମ୍ପୂର୍ଣ୍ଣ ଉପେକ୍ଷା କରିଛି । ଶେଷ ଥର ପାଇଁ ୨୦୧୦ ରେ ଓଡ଼ିଶାକୁ କେନ୍ଦ୍ର ସରକାର ୩୯ ଲକ୍ଷ ମଶାରି ଦେଇଥଲେ । ପରବର୍ତୀ ସମୟରେ ୨୦୧୧-୧୨ରେ ଓଡ଼ିଶାକୁ ୩୧.୩ ଲକ୍ଷ ମଶାରି, ୨୦୧୨-୧୩ ରେ ୨୦ ଲକ୍ଷ ମଶାରି ଏବଂ ୨୦୧୫-୧୬ ରେ ୪୦ ଲକ୍ଷ ମଶାରି ଆବଣ୍ଟନର ନିଷ୍ପତି ନେଇଥିଲେ । ମାତ୍ର ତାହା କାର୍ଯ୍ୟକାରୀ କରା ନ ଯାଇ କାଗଜପତ୍ରରେ ସୀମିତ ରହିଯାଇଛି । ୨୦୧୧ ମସିହାରୁ ଏଯାବତ୍ କେନ୍ଦ୍ରଠାରୁ ଓଡ଼ିଶାକୁ ଖଣ୍ଡେ ବି ମଶାରି ମିଳିନାହିଁ । ଖାଲି ସେତିକି ନୁହେଁ, ଗତବର୍ଷ ଗ୍ଲୋବାଲ୍ ଫଣ୍ଡ ସଂସ୍ଥା ଭାରତ ସରକାରଙ୍କ ଜରିଆରେ ଓଡ଼ିଶାକୁ ୧ କୋଟି ୧୩ ଲକ୍ଷ ମଶାରି ପ୍ରଦାନ କରିବାକୁ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅସହଯୋଗରୁ ତାହା ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।

ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି, କେନ୍ଦ୍ର ସରକାର ଅନ୍ୟାନ୍ୟ ୧୦ ଟି ରାଜ୍ୟକୁ ଏହି ମର୍ମରେ ସହାୟତା ଓ ସହଯୋଗର ହାତ ବଢ଼ାଇ ଚାଲିଥିବା ବେଳେ ଓଡ଼ିଶାକୁ ଅଣଦେଖା କରିଚାଲିଛନ୍ତି । ଓଡ଼ିଶାକୁ କେନ୍ଦ୍ରର ଏଭଳି ଅଣଦେଖାର ପରିଣାମ ଆଜି ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡୁଛି । ମାଲକାନଗିରିରେ ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ନିଜ ମୁଣ୍ଡରୁ ଦୋଷ ଖସାଇ ରାଜନୀତି କରୁଛନ୍ତି ସେକାଳର ଉପା ସରକାର ଏବଂ ଏବେକାର ଏନଡିଏ ସରକାରରର ଅଂଶୀଦାର ନେତା ।

Previous Post

ବାଃରେ ବାଃରେ କାଟଜୁ !

Next Post

ନିଃସଙ୍ଗ ନବୀନଙ୍କ ସାଥୀ ରକ୍ସି, ବ୍ରୁନ୍

Next Post
ନିଃସଙ୍ଗ ନବୀନଙ୍କ ସାଥୀ ରକ୍ସି, ବ୍ରୁନ୍

ନିଃସଙ୍ଗ ନବୀନଙ୍କ ସାଥୀ ରକ୍ସି, ବ୍ରୁନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA