Friday, May 8, 2026 09:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ନିଉଜ୍ ନୁହେଁ, ପେଡ୍ ନିଉଜ୍ କରୁଛି ଓଟିଭି’

by Our Correspondent
12 Feb, 2018- 06:30 PM
in Latest News, News
1 min read
0
‘ନିଉଜ୍ ନୁହେଁ, ପେଡ୍ ନିଉଜ୍ କରୁଛି ଓଟିଭି’
ଭୁବନେଶ୍ୱର: ‘ନିଉଜ୍ ନୁହେଁ, ଓଟିଭି ପେଡ୍ ନିଉଜ୍ କରୁଛି । ସରକାର ଓ ବିଜେଡ଼ି ବିରୋଧରେ ଭିତ୍ତିହୀନ, ଉଦ୍ଦେଶ୍ୟପ୍ରଣୋଦିତ ପ୍ରଚାର ଚଳାଇଛି । ବିଜେଡ଼ି ବିରୋଧରେ ରାଗ ସୁଝାଇବାକୁ ସାଜିଛି ବିଜେପିର ମାଉଥପିସ୍ । ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଏବେ ଏହି ଓଟିଭି ଲାଗିପଡ଼ିଛି । ବିଜେପୁର ଉପନିର୍ବାଚନ ସମ୍ବନ୍ଧୀୟ ବ୍ରେକିଂ ଖବର, ସ୍କ୍ରଲ୍, ପାନେଲ୍ ଡିସକସନ୍, ଡିବେଟ୍, ଜନମଂଚ, ସ୍ପେଶାଲ୍ ପ୍ରୋଗ୍ରାମ୍ ସବୁ ଏକପାଖିଆ ଭାବେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରଚାର ପାଇଁ ଉଦ୍ଦିଷ୍ଟ ରହୁଛି । ଏହାର ତଦନ୍ତ କରାଯାଇ ଏହି ଖର୍ଚ୍ଚକୁ ବିଜେପି ପ୍ରାର୍ଥୀଙ୍କ ତାଲିକାରେ ପକାଯାଉ ।’
ଓଟିଭି ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡ଼ି । ଦଳର ଉପସଭାପତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏବଂ ସାଂସଦ/ମୁଖପାତ୍ର ପ୍ରତାପ ଦେବ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି । ପରେ ପାର୍ଟି ଅଫିସରେ ଉଭୟ ପ୍ରେସ୍ ମିଟ୍ କରି ଓଟିଭି ଉପରେ ବର୍ଷିଥିଲେ । ବିଜେପି ସପକ୍ଷରେ ଓଟିଭି ପେଡ୍ ନିଉଜ୍ କରିବା ପଛରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନକୁ ଅବତାରଣା କରିଥିଲେ ।
ଇମଫା ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓଟିଭିର ପ୍ରମୋଟର ସାଂସ୍ଥା ଓରଟେଲ୍ କମ୍ୟୁନିକେସନ୍ ର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା ଏହାର ପରିଚାଳନା ନିର୍ଦ୍ଦେଶକ ସାଙ୍ଗକୁ ଓଟିଭିର ନିର୍ଦ୍ଦେଶକ ଅଛନ୍ତି । ଉଭୟଙ୍କର ଓରଟେଲ୍ ରେ ୨.୮୦୧ ପ୍ରତିଶତ ସେୟାର ରହିଛି । ଦଳବିରୋଧୀ କାର୍ଯ୍ୟ ପାଇଁ ବୈଜୟନ୍ତ ବିଜେଡ଼ିରୁ ନିଲମ୍ବିତ ହେବା ପରେ ପତି-ପତ୍ନୀ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଓଟିଭିକୁ ଆୟୁଧ କରି ସରକାର ଓ ବିଜେଡ଼ି ବିରୋଧରେ ଲାଗିପଡ଼ିଛନ୍ତି । ସାଧାରଣରେ ବିଜେଡ଼ି ଓ ସରକାରଙ୍କୁ ବଦନାମ କରିବା ପାଇଁ ହୀନ କ୍ୟାମ୍ପେନ୍ ଚଳାଇଛନ୍ତି ।
ବୈଜୟନ୍ତ ପଣ୍ଡାଙ୍କ ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ୱାର୍ଥ ସାଧନ ପାଇଁ ଓଟିଭି ସାମ୍ବାଦିକତା ନୀତିନିୟମକୁ ଜଳାଂଜଳି ଦେଇଛି । ଓଡ଼ିଶାବାସୀ ଓଟିଭିର ଏହି ହୀନ ପ୍ରଚାରକୁ ଜାଣିସାରିଲେଣି ବୋଲି ଶ୍ରୀ ପାତ୍ର ଓ ଶ୍ରୀ ଦେବ କହିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା ଆବେଦନରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି ।
ସେପଟେ ଓଟିଭି ପକ୍ଷରୁ ବିଜେଡ଼ି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଓଟିଭି କଦାପି ପେଡ଼ ନିଉଜ ପରିବେଷଣ କରେ ନାହିଁ ବୋଲି କୁହାଯାଇଛି । ରାଜନୈତିକ ଲଢ଼େଇରେ ଓଟିଭି ଭଳି ପ୍ରତିଷ୍ଠିତ ଚାନେଲକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ସଫେଇ ଦିଆଯାଇଛି ।
Previous Post

ପାଣ୍ଡିଆନ୍ ଙ୍କ ଘର ଆକ୍ରମଣ ପରେ..

Next Post

ମାର୍ଚ୍ଚରେ କାମଚଳା ବଜେଟ୍

Next Post
ମାର୍ଚ୍ଚରେ କାମଚଳା ବଜେଟ୍

ମାର୍ଚ୍ଚରେ କାମଚଳା ବଜେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA