Friday, May 8, 2026 08:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଣ୍ଡିଆନ୍ ଙ୍କ ଘର ଆକ୍ରମଣ ପରେ..

by Our Correspondent
12 Feb, 2018- 04:50 PM
in Latest News, Politics
1 min read
0
ପାଣ୍ଡିଆନ୍ ଙ୍କ ଘର ଆକ୍ରମଣ ପରେ..
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ଆଇଏଏସ୍ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ଙ୍କ ସରକାରୀ ଘର ଉପରେ ବିଜେପି କର୍ମୀଙ୍କ ଆକ୍ରମଣର ପ୍ରତିବାଦ ବ୍ୟାପିବାରେ ଲାଗିଛି । ସଂକୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟରେ ସରକାରୀ ଅଫିସରଙ୍କ ପ୍ରତି ହିଂସା ଆଚରଣକୁ କେହି ଗ୍ରହଣ କରିନାହାନ୍ତି । ଘଟଣାର ପ୍ରତିବାଦରେ ଆଇଏଏସ୍ ସଂଘ, ଓଏଏସ୍ ସଂଘ, ପୁଲିସ ଅଫିସର ସଂଘ, ଓଡ଼ିଶା ସୂଚନା ସେବା ସଂଘ, ଅଣଗେଜେଡ଼େଟ କର୍ମଚାରୀ ସଂଘ, ସଚିବାଳୟ ମୋଟର କର୍ମଚାରୀ ସଂଘ ପ୍ରଭୃତି ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ଆସାମୀମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଦୋଷୀଙ୍କ ବିରୋଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ସେମାନେ ପ୍ରତିଶ୍ରୁତି ପାଇଛନ୍ତି ।
ଜଣେ ସରକାରୀ ଉଚ୍ଚପଦସ୍ଥ ଅଫିସରଙ୍କ ଘରେ ବିଜେପି କର୍ମୀଙ୍କ ଆକ୍ରମଣର ପ୍ରତିବାଦ ରାଜଧାନୀରେ ସୀମିତ ରହିନାହିଁ । ବିଭିନ୍ନ ସ୍ଥାନରେ ଅଫିସର ଓ କର୍ମଚାରୀ ସଂଘଗୁଡ଼ିକ ଏହାର ପ୍ରତିବାଦ ଆରମ୍ଭ କରିଛନ୍ତି । ସହର, ଗାଁଗଣ୍ଡାରେ ବି ଏହାକୁ ନେଇ ଜୋରଦାର ଚର୍ଚ୍ଚା । ଏହି ଘଟଣା ପଛରେ ସିଧାସଳଖ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ଭୂମିକାକୁ ସମସ୍ତଙ୍କ ସନ୍ଦେହ ହୋଇଛି । ନବୀନ ପଟ୍ଟନାୟକଙ୍କ ସହ ଲଢ଼ିବାର ତାକତ୍ ନ ଥିବା ଦୁଇ ମୁଖ୍ୟମନ୍ତ୍ରୀ ସ୍ୱପ୍ନଧାରୀ ଜ୍ୱର ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ଟାହିଟାପରା ହେଉଛି । ପାଣ୍ଡିଆନ୍ ଙ୍କୁ ବାରମ୍ବାର ଅଣଓଡ଼ିଆ, ଦୁର୍ନୀତିଗ୍ରସ୍ତ, ଗୁଣ୍ଡା କହୁଥିବା ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ପାଖରେ କ’ଣ ନିର୍ଦ୍ଦିଷ୍ଟ ପ୍ରମାଣ ମହଜୁଦ୍ ଅଛି ତାହା ଖୋଲିଦେବା ଉଚିତ୍ ବୋଲି ଅନେକ ମତ ଦେଇଛନ୍ତି ।
ଅଣଓଡ଼ିଆ କହି ଆଇଏଏସ୍ ଅଫିସରଙ୍କ ମନରେ ଓଡ଼ିଶା ପ୍ରତି ବିଦ୍ୱେଷା ସୃଷ୍ଟି କରୁଥିବା ଦୁଇନେତାଙ୍କୁ ବିଭିନ୍ନସ୍ତରରୁ କଡ଼ା ସମାଲୋଚନା କରାଯାଇଛି । ଓଡ଼ିଆପ୍ରୀତି ଦେଖାଉଥିବା ନେତାଙ୍କୁ ସେମାନଙ୍କ ପ୍ରଶ୍ନ.. ଅଣଓଡ଼ିଆ ହୋଇ ଓଡ଼ିଆଣୀଙ୍କୁ ବାହା ହେବା ଓଡ଼ିଶାପ୍ରୀତି ନା ଓଡ଼ିଆ ହୋଇ ଅଣଓଡ଼ିଆଣୀଙ୍କୁ ବାହାହେବା ଓଡ଼ିଶା ପ୍ରୀତି ? ଧର୍ମେନ୍ଦ୍ର ଓ ବୈଜୟନ୍ତ ଏହାର ଜବାବ ରଖିବା ଦରକାର ବୋଲି କୁହାଯାଇଛି ।
ଜଣେ ଅବସରପ୍ରାପ୍ତ ପ୍ରଶାସକଙ୍କ ମତରେ, ଖାଲି ପାଣ୍ଡିଆନ୍ ନୁହଁନ୍ତି ଅନ୍ୟ ଅଣଓଡ଼ିଆ ଅଫିସରଙ୍କୁ ବି ଆମର କିଛି ନେତା ଅଣଓଡ଼ିଆ କହି ଭର୍ସନା କରୁଛନ୍ତି । ଯେଉଁ ନେତାମାନେ ଏଭଳି କହୁଛନ୍ତି ସେମାନଙ୍କର କାଣ୍ଡଜ୍ଞାନ ନାହିଁ ନା ହୀନ ରାଜନୀତି କରିବାକୁ ଯାଇ ଏଭଳି କହୁଛନ୍ତି ଜାଣିହେଉନି । ସର୍ବଭାରତୀୟ ସେବାର ଚାକିରିଆଙ୍କୁ ବିଭିନ୍ନ ରାଜ୍ୟରେ ନିଯୁକ୍ତି ମିଳିଥାଏ । ଓଡ଼ିଆରେ ଅଣଓଡ଼ିଆ ଅଫିସର ଯେମିତି ନିଯୁକ୍ତି ପାଆନ୍ତି ଓଡ଼ିଶା ବାହାରେ ଓଡ଼ିଶା ଅଫିସର ନିଯୁକ୍ତି ପାଆନ୍ତି । ସର୍ବ ଭାରତୀୟ ଚାକିରି ନିୟମ ଜାଣିଥିବା ଭଦ୍ରବ୍ୟକ୍ତି ନିଜ ଶାଳୀନତା ଭିତରେ ସମାଲୋଚନା କରିବା କଥା । ଓଡ଼ିଶାରେ ନିଯୁକ୍ତ ଅଫିସରଙ୍କୁ ଅଣଓଡ଼ିଆ କହି ସମାଲୋଚନା କରିବା କି ଡ଼ରେଇବା ଖାଲି ଅଶାଳୀନ ନୁହେଁ ଏକ ଅପରାଧିକ କାର୍ଯ୍ୟ ମଧ୍ୟ । ଏଭଳି ଧମକ ଓ ବିଦ୍ୱେଷ ଜଣେ ଅଫିସରଙ୍କ ମନବଳ ଭାଙ୍ଗିବ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିଜେପି ଓ ବୈଜୟନ୍ତଙ୍କ ହୀନ ରାଜନୀତି ସେମାନଙ୍କୁ ଛୋଟ କରିଦେଇଛି କରିଦେଇଛି ବୋଲି ବୁଦ୍ଧିଜୀବୀମହଲର ମତ । ସେମାନଙ୍କ ମତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯିଏ ରହନ୍ତୁ ନା କାହିଁକି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳିବାକୁ ବାଧ୍ୟ । ପାଣ୍ଡିଆନ୍ ସେଥିରୁ ବିଚ୍ୟୁତି ହୋଇପାରିବେ ନାହିଁ । ମାତ୍ର ଏଭଳି ଏକ ଶସ୍ତା କଥାକୁ ପ୍ରସଙ୍ଗ କରି ଧର୍ମେନ୍ଦ୍ର କି ବୈଜୟନ୍ତ ରାଜନୀତି କରିବା ସେମାନଙ୍କ ପାଇଁ ବୁମେରାଂ ହେବ । ପାଣ୍ଡିଆନ୍ ଙ୍କର ଦୋଷ କ’ଣ ବୋଲି ସେମାନଙ୍କ ପାଖରେ ନିର୍ଦ୍ଦିଷ୍ଟ ଅଭିଯୋଗ ନାହିଁ । ବାରମ୍ବାର ପ୍ରଚାର କରି, ନେତାମତ କିଣି ତାଙ୍କୁ ଦୋଷୀ କରିବାକୁ ଚେଷ୍ଟା କରୁଛନ୍ତି । ଓଲଟି ତାହା ସେମାନଙ୍କର ଅସହାୟତା ଓ ଅସହିଷ୍ଣୁତାକୁ ପଦାରେ ପକାଇଛି । ଏଥିରୁ ସେମାନେ ନିବୃତ୍ତ ରହିବା ଦରକାର । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅଫିସ୍ କଥା ବୁଝିବାକୁ ଛାଡ଼ିଦେବା ଭଲ । ଯଦି ଅଭିଯୋଗ ରହୁଛି, ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ୍ କରିବା ଭଲ ବୋଲି ସେମାନେ କହିଛନ୍ତି ।
ପାଣ୍ଡିଆନ୍ ଙ୍କୁ ଭିଲିଆନ୍ ସଜାଇଥିବା ନେତାଙ୍କ ଏଭଳି କାର୍ଯ୍ୟଦ୍ୱାରା ସେ ହୀରୋ ହୋଇଗଲେଣି ବୋଲି ଆଲୋଚନା ହେଉଛି । ଆକ୍ରମଣ ଘଟଣା ପରେ ପାଣ୍ଡିଆନ୍ ଙ୍କ ପ୍ରତି ରାଜ୍ୟବାସୀଙ୍କର ସମବେଦନା ବଢ଼ୁଥିବା କୁହାଯାଉଛି । ତାଙ୍କୁ ଜଣେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତୃବ୍ୟନିଷ୍ଠ ଅଫିସର ବୋଲି ସେ କାମ କରିଥିବା ବିଭିନ୍ନ ଜିଲ୍ଲାରୁ ତାରିଫ୍ ହେଉଛି । ନିର୍ଦ୍ଦିଷ୍ଟ ଟିଭି ତାଙ୍କୁ ଖଳନାୟକର ଆଖ୍ୟା ଦେଇ ପ୍ରଚାର କରୁଥିବାରୁ ସେମାନେ ସମାଲୋଚନା କରିଛନ୍ତି ।
Previous Post

ଓଟିଭିକୁ ବିପିନ୍ ମିଶ୍ର ଝଟକା

Next Post

‘ନିଉଜ୍ ନୁହେଁ, ପେଡ୍ ନିଉଜ୍ କରୁଛି ଓଟିଭି’

Next Post
‘ନିଉଜ୍ ନୁହେଁ, ପେଡ୍ ନିଉଜ୍ କରୁଛି ଓଟିଭି’

‘ନିଉଜ୍ ନୁହେଁ, ପେଡ୍ ନିଉଜ୍ କରୁଛି ଓଟିଭି’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA