Thursday, April 30, 2026 03:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିଜକୁ ସର୍ବେସର୍ବା ଭାବିଲେଣି ସ୍ୱାସ୍ଥ୍ୟମନ୍ତ୍ରୀ

by Our Correspondent
30 Nov, 2019- 02:10 PM
in Latest News, News
1 min read
0
ନିଜକୁ ସର୍ବେସର୍ବା ଭାବିଲେଣି ସ୍ୱାସ୍ଥ୍ୟମନ୍ତ୍ରୀ
ଭୁୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ମାନ୍ୟବର ନବ ଦାସ ନିଜକୁ ସର୍ବେସର୍ବା ଭାବିଲେଣି । ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଉପଭୋଗ କରିବାକୁ ତାଙ୍କ ମନ ବ୍ୟାକୁଳ ଧରିଛି । ସେଥିପାଇଁ କେଉଁଠି ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହେବ ନ ହେବ ମନକୁ ମନ ନିଷ୍ପତ୍ତି ନେଇଯାଉଛନ୍ତି । ନବ ଦାସଙ୍କର ଏଭଳି ମତିଗତି ତାଙ୍କୁ ଉପହାସରେ ତ ପକାଉଛି । ସାଙ୍ଗକୁ ସରକାର ବି ଅଡୁଆରେ ପଡୁଛନ୍ତି । ଭଦ୍ରକରେ ମେଡ଼ିକାଲ୍ କଲେଜ ସ୍ଥାପନ ପାଇଁ ନବ ଦାସଙ୍କ ଅଧଘଣ୍ଟିଆ ଚକମା ବିଭିନ୍ନ ମହଲରେ କୌତୁହଳ ସୃଷ୍ଟି କରିଛି ।
ଭଦ୍ରକରେ ଏକ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଦାବି ଧରି ଜିଲ୍ଲାର ବିଧାୟକମାନେ ଗତକାଲି ସଂଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସଚିବାଳୟ ଚାମ୍ବରରେ ଭେଟି ଆଲୋଚନା କରିଥିଲେ । ବିଭାଗୀୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଥିବା ସ୍କଚ୍ ସୁସ୍ଥ ଭାରତ ସ୍ୱର୍ଣ୍ଣ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀ ଯାଇଥିବାରୁ ବୈଠକରେ ଅନୁପସ୍ଥିତ ଥିଲେ । ତଳିଆ ଅଧିକାରୀଙ୍କୁ ନେଇ ଏହି ବୈଠକ ଶେଷରେ ସ୍ୱାସ୍ଥ୍ୟମନ୍ତ୍ରୀ ଭଦ୍ରକରେ ମେଡ଼ିକାଲ୍ କଲେଜ ସ୍ଥାପନ ଘୋଷଣା କରିଥିଲେ । ୬ ମହଲା ବିଶିଷ୍ଟ ମେଡ଼ିକାଲ୍ କୋଠା ନିର୍ମାଣ ପାଇଁ ୨୫ ଏକର ଜାଗା ଚିହ୍ନଟ ହୋଇସାରିଛି ଏବଂ ଆସନ୍ତା ଫେବୃଆରୀ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ କୁଆଡ଼େ ଆରମ୍ଭ ହେବ । ଏହି ନିଷ୍ପତ୍ତିକୁ ମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ ପ୍ରେସ୍ ରିଲିଜ୍ ଜରିଆରେ ଗଣମାଧ୍ୟମ ଅଫିସମାନଙ୍କୁ ମେଲ୍ କଲେ । ସବୁ ଟିଭି ଏହାକୁ ବ୍ରେକିଂ ଖବର କଲେ ।

ତେବେ ଅଧଘଣ୍ଟା ପରେ ମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀଙ୍କ ପାଖରୁ ଏକ ସଂଶୋଧିତ ପ୍ରେସ୍ ରିଲିଜ୍ ଆସିଲା । କୁହାଗଲା, ଭଦ୍ରକରେ ମେଡ଼ିକାଲ୍ କଲେଜ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇନାହିଁ । ଏଥିପାଇଁ ବିଧାୟକମାନେ ଅନୁରୋଧ କରିଛନ୍ତି । ଏହାକୁ ସହୃଦୟତାର ସହ ବିଚାର ଓ ଅନୁଧ୍ୟାନ କରିବାକୁ ମନ୍ତ୍ରୀ କେବଳ ପ୍ରତିଶ୍ରୁତି ଦେଇଛନ୍ତି ।
ସଂଶୋଧିତ ପ୍ରେସ୍ ରିଲିଜ୍ ପାଇଲା ପରେ ଟିଭି ବ୍ରେକିଂ ବଦଳିଲା । ଏତେ ବଡ଼ ଖବରଟି ପାଣି ଫୋଟକା ହୋଇଗଲା । ଲୋକେ କିଛି ବୁଝିପାରିଲେନି । ଖୁସିରେ ଅଧଘଣ୍ଟା ପାଇଁ ଆତ୍ମହରା ହୋଇଥିବା ଭଦ୍ରକବାସୀଙ୍କ ଖୁସି ଭାଙ୍ଗିଗଲା । ଏଥିରେ କେବଳ ସ୍ୱାସ୍ଥ୍ୟମନ୍ତ୍ରୀ ଅପଦସ୍ଥ ହେଲେନି, ବରଂ ରାଜ୍ୟ ସରକାରଙ୍କୁ ଭାଣ୍ଡିଆ ହେବାକୁ ପଡ଼ିଲା ।
ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପଛରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଜ୍ଞତା ଓ ଦାୟିତ୍ୱହୀନତା ସ୍ପଷ୍ଟ ହୋଇଯାଇଛି । ମାନ୍ୟବର ନବ ଦାସ ବୁଝିବାର ଥିଲା ଯେ ମେଡ଼ିକାଲ୍ କଲେଜ ସ୍ଥାପନ ଭଳି ରାଜ୍ୟ ସରକାରଙ୍କର ବଡ଼ ନିଷ୍ପତ୍ତି ଘୋଷଣା ପୂର୍ବରୁ ଆନୁସଙ୍ଗିକ କାର୍ଯ୍ୟ ଓ ସରକାରୀ ପ୍ରକ୍ରିୟା ରହିଛି । ନିଜେ ମୁଖ୍ୟମନ୍ତ୍ରୀ ଏହାର ଘୋଷଣା କରିବେ । ମାତ୍ର ନବବାବୁ ଭଦ୍ରକରେ ପ୍ରସ୍ତାବିତ ମେଡ଼ିକାଲ୍ କଲେଜ ସମ୍ପର୍କରେ ଜିଲ୍ଲା ବିଧାୟକମାନଙ୍କ ସହ ଆଲୋଚନା ପରେ ଆଗୁଆ ଘୋଷଣା କରିଦେଇ ସମ୍ଭବତଃ ବାହାଦୁରି ନେବାକୁ ଚାହିଁଲେ ।
ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗଣମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଏହି ଘୋଷଣା ବ୍ରେକିଂ ଖବର ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କାବା ହୋଇଗଲା । ସ୍ୱାସ୍ଥ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେବାକୁ କିଏ ବୋଲି ତାଗିଦ୍ ଆସିଥିଲା । ସେଥିରେ ମନ୍ତ୍ରୀଙ୍କର ହୋସ୍ ଉଡ଼ିଗଲା । ଅତର୍ଚ୍ଛିଆ ଭାବେ ଆଉ ଏକ ପ୍ରେସ୍ ରିଲିଜ୍ ପ୍ରସ୍ତୁତ କରାଯାଇ ଗଣମାଧ୍ୟମ ଅଫିସମାନକୁ ପଠାଗଲା । ଅଧଘଣ୍ଟା ପୂର୍ବରୁ ମନ୍ତ୍ରୀ ଯାହା ଘୋଷଣା କରିଥିଲେ ତାହା ଠିକ୍ ନ ଥିଲା ବୋଲି ଜଣାଇ ଦିଆଗଲା ।
ସୂଚନାଯୋଗ୍ୟ, କଂଗ୍ରେସରୁ ବିଜେଡ଼ିକୁ ଡେଇଁ ବଡ଼ମନ୍ତ୍ରୀ ହୋଇଥିବା ନବ ଦାସ ଅହଂକାରର ସୀମା ଲଂଘିଲେଣି ବୋଲି ସଚିବାଳୟରେ ଚର୍ଚ୍ଚା ହେଉଛି । ତାଙ୍କ ହାବଭାବରେ ବିଭାଗୀୟ ଅଧିକାରୀମାନେ ବି ଅତିଷ୍ଠ ହୋଇଗଲେଣି । ପଟ୍ଟନାୟକ-ବାରିକଙ୍କୁ ସାଙ୍ଗରେ ନେଇ ଦରବାର ଜାରି ରଖିଥିବାରୁ ଅଫିସରମାନେ ତ୍ରାହି ତ୍ରାହି ଡାକୁଛନ୍ତି । ଏ ସମ୍ପର୍କରେ ପୂର୍ବରୁ ‘ମିଡ଼ ଡ଼େ ଓଡ଼ିଶା’ରେ ଏକ ଖବର ପ୍ରକାଶ ପାଇବା ପରେ ଅଫିସରଙ୍କ ଉପରେ ମନ୍ତ୍ରୀ ଫତୱା ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଡରିବେ କ’ଣ କାର୍ଯ୍ୟ ତାଙ୍କର ଯଥା ପୂର୍ବଂ ତଥା ପରଂ ।
Previous Post

ଗଳାବାଟରେ ମନ୍ତ୍ରୀଙ୍କ ହାଇଦ୍ରାବାଦ ଅକଳ !

Next Post

ନିମାପଡ଼ାରୁ ଉଠାଇ ପୁରୀ ପୁଲିସ କ୍ୱାର୍ଟର୍ସରେ ଯୁବତୀଙ୍କୁ ଗଣଦୁଷ୍କର୍ମ

Next Post
ନିମାପଡ଼ାରୁ ଉଠାଇ ପୁରୀ ପୁଲିସ କ୍ୱାର୍ଟର୍ସରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ନିମାପଡ଼ାରୁ ଉଠାଇ ପୁରୀ ପୁଲିସ କ୍ୱାର୍ଟର୍ସରେ ଯୁବତୀଙ୍କୁ ଗଣଦୁଷ୍କର୍ମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA