Thursday, April 30, 2026 04:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିମାପଡ଼ାରୁ ଉଠାଇ ପୁରୀ ପୁଲିସ କ୍ୱାର୍ଟର୍ସରେ ଯୁବତୀଙ୍କୁ ଗଣଦୁଷ୍କର୍ମ

by Our Correspondent
02 Dec, 2019- 10:33 PM
in Latest News, News
1 min read
0
ନିମାପଡ଼ାରୁ ଉଠାଇ ପୁରୀ ପୁଲିସ କ୍ୱାର୍ଟର୍ସରେ ଯୁବତୀଙ୍କୁ ଗଣଦୁଷ୍କର୍ମ
ପୁରୀ: ହାଇଦ୍ରାବାଦରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଜଘନ୍ୟ ରେପ୍ ମର୍ଡର ଘଟଣାଟି ସାରା ଦେଶକୁ ଥରହର କରୁଥିବା ବେଳେ ଆଜି ସଂଧ୍ୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୁଲିସ କର୍ମଚାରୀ ପରିଚୟ ଦେଇ ୪ ଜଣ ବ୍ୟକ୍ତି ତାଙ୍କୁ ନିମାପଡ଼ା ବସଷ୍ଟାଣ୍ଡରୁ ପୁରୀ ନେଇ ଆସି ପୁଲିସ କ୍ୱାର୍ଟରରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମକାରୀଙ୍କ କବଳରୁ ସୌଭାଗ୍ୟକ୍ରମେ ଯୁବତୀଟି ଖସି ଯାଇ ନିଜ ଜୀବନ ବଞ୍ଚାଇ ଦେଇଛନ୍ତି । ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକ ଜଣେ ବହିଷ୍କୃତ ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି । ପୁରୀରେ ଏହି ଜଘନ୍ୟ କାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଆଜି ଅପରାହ୍ନରେ ସେ ଭୁବନେଶ୍ୱରରୁ ବସ୍ ଯୋଗେ ନିଜ ଘର କାକଟପୁରକୁ ଯାଉଥିଲେ । ନିମାପଡ଼ାରେ ସେ ଓହ୍ଲାଇ କାକଟପୁର ବସ୍ କୁ ଅପେକ୍ଷା କରିଥିଲେ । ଏହି ସମୟରେ ଗୋଟିଏ କାର୍ ତାଙ୍କ ପାଖରେ ଅଟକିଥିଲା । ସେଥିରେ ୪ ଜଣ ବ୍ୟକ୍ତି ଥିଲେ । ଜଣେ ବ୍ୟକ୍ତି ନିଜକୁ ପୁଲିସ ପରିଚୟ ଦେଇ ତାଙ୍କୁ କୁଆଡ଼େ ଯିବ ବୋଲି ପଚାରିଥିଲା । ଯୁବତୀଟି କାକଟପୁର ଯିବେ ବୋଲି କହିବାରୁ ସେମାନେ ମଧ୍ୟ କାକଟପୁର ଯାଉଥିବା କହି ତାଙ୍କୁ ଛାଡ଼ିଦେବେ ବୋଲି କହିଥିଲେ । ଯୁବତୀଟି ଲିଫ୍ଟ୍ ନେବାକୁ ମନା କରିଥିଲେ ମଧ୍ୟ କାରରେ ଥିବା ବ୍ୟକ୍ତିମାନେ ତାଙ୍କୁ ଜୋରଜବରଦସ୍ତ ମନାଇ ଆଣିଥିଲେ ।
ସେମାନେ ଯୁବତୀଙ୍କୁ ପୁରୀର ରେଳଷ୍ଟସନ୍ ରାସ୍ତା ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଥିବା ପୁଲିସ କ୍ୱାର୍ଟର୍ସ କୁ ନେଇଯାଇଥିଲେ । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ ପରିଚୟ ଦେଇ ଡାକିଥିବା ବ୍ୟକ୍ତି ଏବଂ ଅନ୍ୟ ଜଣେ ତାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଦୁଇଜଣ କବାଟ ବାହାରେ ଜଗିଥିଲେ । ଦୁଷ୍କର୍ମକାରୀଙ୍କ କବଳରୁ ରକ୍ଷା ପାଇବାକୁ ପୀଡ଼ିତା ଉଦ୍ୟମ କରିବାରୁ ଧସ୍ତାଧସ୍ତି ହୋଇଥିଲା । ସେହି ସମୟରେ ଗୋଟିଏ ପର୍ସ ଯୁବତୀଙ୍କ ହାତରେ ପଡ଼ିଯାଇଥିଲା । ସମସ୍ତେ ମଦ ପିଇ ଚୁର୍ ରହିଥିବାରୁ ପୀଡ଼ିତା ସୁଯୋଗ ଉଣ୍ଡି ସେମାନଙ୍କ କବଳରୁ ସତର୍କତାର ସହ ଖସି ଆସିବାକୁ ସମର୍ଥ ହୋଇଥିଲେ । କ୍ୱାର୍ଟର୍ସ ବାହାରକୁ ଆସି ଜୋର୍ ରେ ଚିକ୍ରାର କରିବାରୁ ଲୋକମାନେ ପୁଲିସକୁ ଖବର ଦେଇଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗଣଦୁଷ୍କର୍ମର ପ୍ରମାଣ ନିଜ ମୋବାଇଲ୍ ରେ କଏଦ କରିବାକୁ ସମର୍ଥ ହୋଇଛନ୍ତି ପୀଡ଼ିତା । ଦୁଷ୍କର୍ମ ସମୟରେ ସେ କୌଶଳକ୍ରମେ ନିଜ ମୋବାଇଲ୍ ରେ ଭିଡ଼ିଓ ରେକର୍ଡିଂ କରିଥିଲେ । ଏହା ପୁଲିସକୁ ହସ୍ତାନ୍ତର କରିଛନ୍ତି ପୀଡ଼ିତା ।
ଯୁବତୀଙ୍କ ହାତରେ ପଡ଼ିଥିବା ପର୍ସଟିରୁ ଏକ ଆଧାର ଓ ଆଇ କାର୍ଡ ମିଳିଥିଲା । ତାହା ଜିତେନ୍ଦ୍ର ସେଠୀ ନାମକ ଜଣେ ବହିଷ୍କୃତ ପୁଲିସ କନେଷ୍ଟବଳର । କୁମ୍ଭାରପଡ଼ା ଥାନାରେ ପୀଡ଼ିତାଙ୍କ ଏତଲା ସହ ପୁଲିସ ସେହି କ୍ୱାର୍ଟର୍ସ ଉପରେ ଚଢ଼ାଉ କରି ଜିତେନ୍ଦ୍ରକୁ ଉଠାଇ ନେଇଛି । ତାର ଅନ୍ୟ ତିନି ସହଯୋଗୀ ଫେରାର ହୋଇଯାଇଛନ୍ତି । ସେମାନେ ପୁଲିସ କର୍ମଚାରୀ ନା ନାହିଁ ତାହା ଜଣାପଡ଼ିନାହିଁ ।
ପୁରୀ ଏସପି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ନେଇ ଜିତେନ୍ଦ୍ରକୁ ଜେରା ଆରମ୍ଭ କରିଛନ୍ତି । ଜିତେନ୍ଦ୍ରର ଖରାପ ସ୍ୱଭାବ ଯୋଗୁଁ ଗତବର୍ଷ ତକ୍ରାଳୀନ ଏସପି ଡ. ସାର୍ଥକ ଷଡ଼ଙ୍ଗୀ ତାକୁ ଚାକିରିରୁ ବହିଷ୍କାର କରିଥିବା ଜଣାପଡ଼ିଛି । ଖସିଯାଇଥିବା ୩ ଆସାମୀଙ୍କୁ ଧରିବା ପାଇଁ ପୁଲିସ ଧରପଗଡ଼ ଜାରି ରହିଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ସମସ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀ ବୋଲି ସନ୍ଦେହ କରାଯାଉଥିବାରୁ ଘଟଣାର ଗମ୍ଭୀରତା ଆହୁରି ବଢ଼ିଯାଇଛି ।
Previous Post

ନିଜକୁ ସର୍ବେସର୍ବା ଭାବିଲେଣି ସ୍ୱାସ୍ଥ୍ୟମନ୍ତ୍ରୀ

Next Post

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରହିଲା; ଶ୍ରୀମନ୍ଦିର ସୁରକ୍ଷା ବଳୟ ପାଇଁ ମିଳିଲା ୭୫% ଘରୋଇ ଜମି

Next Post
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରହିଲା; ଶ୍ରୀମନ୍ଦିର ସୁରକ୍ଷା ବଳୟ ପାଇଁ ମିଳିଲା ୭୫% ଘରୋଇ ଜମି

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରହିଲା; ଶ୍ରୀମନ୍ଦିର ସୁରକ୍ଷା ବଳୟ ପାଇଁ ମିଳିଲା ୭୫% ଘରୋଇ ଜମି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA