Saturday, May 9, 2026 07:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିବେଶକଙ୍କୁ ନବୀନ ଦେଲେ ନିର୍ଭର ପ୍ରତିଶ୍ରୁତି

by Our Correspondent
08 Aug, 2018- 03:26 PM
in Latest News, News
1 min read
0
ନିବେଶକଙ୍କୁ ନବୀନ ଦେଲେ ନିର୍ଭର ପ୍ରତିଶ୍ରୁତି

ପୁଞ୍ଜି ନିବେଶ ପାଇଁ ୱାନ୍ ଟୁ ୱାନ୍, ରୋଡ୍ ସୋ’

ମୁମ୍ବାଇ: ପୁଞ୍ଜି ନିବେଶ ପାଇଁ ଓଡ଼ିଶା ପ୍ରକୃଷ୍ଟ ସ୍ଥାନ । ଏଠାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆଗ୍ରହୀ ନିବେଶକଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦେବେ । ଦୃଢ଼ ପ୍ରତିଶ୍ରୁତି ସହ ଆଜି ମୁମ୍ବାଇରେ ଏମିତି ଭାଷାରେ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ଭୁବନେଶ୍ୱରରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ୍ ରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଏହି ନିମନ୍ତ୍ରଣ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପୁଞ୍ଜି ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ରୋଡ୍ ସୋ’ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମେକ୍ ଇନ୍ ଓଡ଼ିଶା’ ଦ୍ୱିତୀୟ କନକ୍ଲେଭ୍ ର ଥିମ୍ “ଆଇ ଆମ୍ ଓଡ଼ିଶା” ଅଭିଯାନର ଶୁଭାରମ୍ଭ କରିଥିଲେ ।

ନିବେଶକଙ୍କ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ପୁଞ୍ଜି ନିବେଶ ପାଇଁ ପ୍ରକୃଷ୍ଟ ସ୍ଥାନ । ଶିଳ୍ପ ପାଇଁ ଏଠାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଓଡ଼ିଶା ହେଉଛି ଇଷ୍ଟର୍ଣ୍ଣ ଗେଟ୍ ୱେ ଅଫ ଇଣ୍ଡିଆ । ଇଷ୍ଟର୍ଣ୍ଣ ଇଣ୍ଡିଆର ମ୍ୟାନଫ୍ୟାକଚରିଂ ହବ୍ ଭାବେ ଏହା ଛିଡ଼ା ହେଲାଣି । ପ୍ରାକୃତିକ ସମ୍ପଦଠାରୁ ଆରମ୍ଭ କରି ପାଣି, ବିଜୁଳି କେଉଁଥିରେ ଅଭାବ ନାହିଁ । ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ରହିଛି । ସଡ଼କ ସଂଯୋଗ ତଥା ମାଲ ପରିବହନ ପାଇଁ ପାରାଦ୍ୱୀପ ଓ ଧାମରା ଭଳି ବୃହତ୍ତ ବନ୍ଦର ସୁବିଧା ରହିଛି । ଦେଶର ଶ୍ରେଷ୍ଠ ୫୦ଟି ସ୍ମାର୍ଟ ସିଟି ଭିତରେ ଭୁବନେଶ୍ୱର ଏକ ନମ୍ବର ସ୍ଥାନରେ ଅଛି । ଷ୍ଟାର୍ଟ ଅପ୍ ଓଡ଼ିଶା ସଫଳତା ଲାଭ କରିଛି । ଅଳ୍ପ ସମୟ ମଧ୍ୟରେ ୨୫୦ ଷ୍ଟାର୍ଟ ଅପ୍ ପଞ୍ଜୀକୃତ ହୋଇଛି । ୨୦୨୦ ସୁଦ୍ଧା ୩ଟି ଷ୍ଟାର୍ଟ ଅପ୍ ରାଜ୍ୟ ଭିତରେ ଓଡ଼ିଶା ରହିବାକୁ ଯାଉଛି ।

‘ମେକ୍ ଇନ ଓଡ଼ିଶା’ କନକ୍ଲେଭ୍ ପ୍ରଥମ ସଂସ୍କରଣର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବତାରଣା କରିଥିଲେ । ସେଥିରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିଥିଲା । ୬୫ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଆଗାମୀ ଦିନରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା, ଦକ୍ଷତା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଦିନିଆ ମୁମ୍ବାଇ ଗସ୍ତ ସାରି ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ।
Previous Post

କରୁଣାନିଧି ଆଉ ନାହାନ୍ତି

Next Post

ମୁୁମ୍ବାଇରେ ଶିଳ୍ପହସ୍ତୀଙ୍କ ସହ ନବୀନଙ୍କ ୱାନ୍ ଟୁ ୱାନ୍

Next Post
ମୁୁମ୍ବାଇରେ ଶିଳ୍ପହସ୍ତୀଙ୍କ ସହ ନବୀନଙ୍କ ୱାନ୍ ଟୁ ୱାନ୍

ମୁୁମ୍ବାଇରେ ଶିଳ୍ପହସ୍ତୀଙ୍କ ସହ ନବୀନଙ୍କ ୱାନ୍ ଟୁ ୱାନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA