Tuesday, May 26, 2026 06:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଷ୍ଠୁର ଦୁନିଆରୁ ତ୍ରାହି ପାଇଗଲେ ସୁକାନ୍ତ !

by Our Correspondent
18 May, 2020- 08:48 AM
in Latest News, News
1 min read
0
ନିଷ୍ଠୁର ଦୁନିଆରୁ ତ୍ରାହି ପାଇଗଲେ ସୁକାନ୍ତ !

ଭୁୁବନେଶ୍ୱର: ଏହି ‘କ୍ୟାପସନ୍’ ରେ ରିପୋର୍ଟ ଟିକୁ ଲେଖିବାକୁ ଏଥିପାଇଁ ବାଧ୍ୟ ହେଲୁ କି ପ୍ରତିଭାବାନ ଭିଡ଼ିଓ ଜର୍ଣ୍ଣାଲିଷ୍ଟ୍ ସୁକାନ୍ତ କୁମାର ପାଣିଗ୍ରାହୀ ଅକାଳରେ ଚାଲିଗଲେ କହିଲେ, ତାଙ୍କ ପ୍ରତି ଅନ୍ୟାୟ ହେବ । କାରଣ ଦୁନିଆର ନିଷ୍ଠୁରତା ତାଙ୍କୁ ସବୁ ଦିନ ତିଳ ତିଳ କରି ମାରୁଥିଲା । ତାଙ୍କ ଆଖି ଆଗରେ ନିଜର ଛୋଟିଆ ସଂସାରଟି ଉଜୁଡ଼ି ଯାଉଥିଲା । ୭ ବର୍ଷର ଛୁଆ ପେଟକୁ ଦାନା ଯୋଗାଇବା ବି ତାଙ୍କ ସାମର୍ଥ୍ୟ ବାହାରକୁ ଚାଲିଯାଇଥିଲା । ରୋଗ ଆଉ ଚାକିରି ହରାଇବାର ଯନ୍ତ୍ରଣା ଦେଉଥିଲା ଦୁନିଆ । ସ୍ତ୍ରୀ ଓ ପିଲାଟିକୁ ନ୍ୟାୟ ଦେଇ ପାରୁ ନ ଥିବାର ଯନ୍ତ୍ରଣା ଧରି ଜୀବନ ରାସ୍ତାରେ ଅଟକିଗଲେ । ନିଷ୍ଠୁର ଦୁନିଆରୁ ତ୍ରାହି ପାଇଗଲେ ସୁକାନ୍ତ ।

କାହା ଦୟାରେ ନୁହେଁ । ବରଂ ନିଜ ଦକ୍ଷତାର ମାପକାଠିରେ ପ୍ରତିଭାବାନ ଥିଲେ ୩୮ ବର୍ଷର ଯୁବକ ସୁକାନ୍ତ । ସେଥିପାଇଁ ଏକ ପ୍ରମୁଖ ଟିଭି ଚାନେଲ୍ ରେ ନିରନ୍ତର ଭାବେ ଦୀର୍ଘ ୧୫ ବର୍ଷ ଧରି ଭିଡ଼ିଓ ଜର୍ଣ୍ଣାଲିଷ୍ଟ୍ ଭାବେ କାର୍ଯ୍ୟ କରୁଥିଲେ । ନିଜ କାର୍ଯ୍ୟକୁ ନିଷ୍ଠାର ସହ ପାଳନ କରୁଥିବାରୁ ସମସ୍ତଙ୍କର ପ୍ରିୟଭାଜନ ଥିଲେ । ଉତ୍ତମ ଦକ୍ଷତା ସାଙ୍ଗରେ ଯୋଡି ହୋଇଥିଲା ତାଙ୍କର ଆକର୍ଷଣୀୟ, ସ୍ୱାଭିମାନୀ ବ୍ୟକ୍ତିତ୍ୱ । ଶାନ୍ତ, ସରଳ ଓ ଅମାୟିକ ବ୍ୟବହାର ପାଇଁ ଦିନେ ସମସ୍ତଙ୍କର ନିଜର ଥିଲେ । ନିଜର ସ୍ୱଳ୍ପ ରୋଜଗାରରେ ବେଶ ହସଖୁସିରେ ଚଳାଉଥିଲେ ପରିବାର ।
ମାତ୍ର ଏଭଳି ଜଣେ ନିର୍ମାୟା ମଣିଷ ପ୍ରତି ଭଗବାନ ନିଷ୍ଠୁର ହୋଇଗଲେ । ୨୦୧୮ ଏପ୍ରିଲ୍ ମାସରେ ଟଙ୍ଗ୍ କ୍ୟାନସରରେ ପୀଡ଼ିତ ହେବା ପରେ ତାଙ୍କ ଦୁନିଆ ବଦଳିଗଲା । ପ୍ରାଥମିକ ଅବସ୍ଥାରେ ରୋଗ ଜଣାପଡ଼ିଥିବାରୁ ଧାର ଉଧାର କରି ଚିକିତ୍ସିତ ହୋଇଥିଲେ ଏବଂ ସୁସ୍ଥ ହୋଇ ଅଫିସ୍ କାର୍ଯ୍ୟରେ ଯୋଗଦେଇଥିଲେ । ହେଲେ ପୂର୍ବର ସୁକାନ୍ତ ଭାବେ ସଂସ୍ଥା କର୍ତ୍ତୃପକ୍ଷ ତାଙ୍କୁ ଗ୍ରହଣ କଲେନି । ଗତବର୍ଷ ସେପ୍ଟେମ୍ବର ମାସରେ ଚାକିରିରୁ ବିଦା କରିଦେଲେ ।
ସେତେବେଳକୁ ତାଙ୍କ ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ହାତ ଉଧାରି କରଜ ବୋଝ । ଚିକିତ୍ସା ଓ ଔଷଧ ବାବଦରେ ଏହି ଟଙ୍କା ଖର୍ଚ୍ଚ କରିଥିଲେ । ଦରମାରୁ ଆସ୍ତେ ଆସ୍ତେ ସୁଝି ଦେବେ ବୋଲି ପ୍ରତିଶ୍ରୁତି ଦେଇ ଉଧାର ଆଣିଥିଲେ । ହେଲେ ହଠାତ୍ ଚାକିରି ହରାଇବାରୁ ମୁଣ୍ଡରେ ଚଡ଼କ ପଡ଼ିଲା । ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲେ ସୁକାନ୍ତ ।
ଚାକିରି ଯୋଗାଡ଼ ପାଇଁ ବହୁତ ବୁଲିଲେ । ସମସ୍ତଙ୍କୁ ନେହୁରା ହେଲେ । ମାତ୍ର ସବୁଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଲା । ପକେଟରେ ପଇସା ନ ଥିବାରୁ ନିଜ ଘର ବ୍ରହ୍ମପୁରରୁ ଭୁବନେଶ୍ୱର ଚାକିରି ଖୋଜିବାକୁ ବାରମ୍ବାର ଆସିବା ବି ଆଉ ସମ୍ଭବ ହେଲାନି ।
ଚାକିରି ହରାଇବାର ଚିନ୍ତା ଓ ପରିବାର ଚଳାଇବାର ଯନ୍ତ୍ରଣା ତାଙ୍କ ପାଇଁ ଅସହ୍ୟ ହୋଇଗଲା । ପରିବାର ପେଟରେ ଦାନା ଚିନ୍ତାରେ ନିଜ ଶରୀରର ଯତ୍ନ ନେବାକୁ ଭୁଲିଗଲେ । ଔଷଧ କିଣିବାକୁ ପଇସା ମିଳିଲାନି । ଆସ୍ତେ ଆସ୍ତେ ରୋଗ ପୁଣି ଲେଉଟିବା ଆରମ୍ଭ କଲା । ଏକଥା ନିଜ ପତ୍ନୀଙ୍କୁ ବି ଜଣାଇଲେନି । କାରଣ ଚିକିତ୍ସିତ ହେବାର ଆଦୌ ସାମର୍ଥ ନ ଥିଲା । ସମ୍ଭବତଃ ପତ୍ନୀଙ୍କ ଉପରେ ବୋଝ ଲଦିବାକୁ ଚାହିଁଲେ ନାହିଁ ।

ପତ୍ନୀ ସ୍ୱାଗତିକାଙ୍କ କହିବାନୁଯାୟୀ, ୬ ମାସ ତଳେ ତାଙ୍କ ବେକରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଦିନକୁ ଦିନ ଯନ୍ତ୍ରଣା ବଢ଼ୁଥିଲେ ମଧ୍ୟ ଜଣାଉ ନ ଥିଲେ । ଯନ୍ତ୍ରଣାକୁ ନିଜ ଭିତରେ ଚାପି ରଖିବାକୁ ଚେଷ୍ଟା କରୁଥିଲେ । ଚାରି ଦିନ ତଳେ ହଠାତ୍ ତାଙ୍କର ଗୋଡ ଚଳିଲାନି । ପାରାଲିସସ୍ ହୋଇଗଲା । ଆମକୁ ଚାହିଁ ରହୁଥିଲେ ମଧ୍ୟ କଥା କହିପାରୁ ନ ଥିଲେ । ଶନିବାର ଅପରାହ୍ନ ସାଢ଼େ ୧୨ଟା ବେଳକୁ ଆମକୁ ଛାଡ଼ି ଚାଲିଗଲେ ।
ସ୍ୱାମୀଙ୍କୁ ହରାଇ ସାରିଥିବା ସ୍ୱାଗତିକାଙ୍କ ସଂସାର ଏବେ ତାଙ୍କର ଏକମାତ୍ର କୁନି ଝିଅ । କିଛି କହିବା ଅବସ୍ଥାରେ ନାହାନ୍ତି । କାନ୍ଦି କାନ୍ଦି ଗୋଟିଏ ପଦ କହୁଛନ୍ତି…ଚାକିରି ପାଇଁ ବହୁତ ବୁଲିଲେ । ମିଳିଲାନି । ମୋ ସଂସାର ଭାସିଗଲା ।
ଦୁନିଆରୁ ସୁକାନ୍ତଙ୍କ ବିଦାୟ ମିଡ଼ିଆ ଜଗତର ବନ୍ଧୁମାନଙ୍କୁ ନିସ୍ତବ୍ଧ କରିଦେଇଛି । ସମସ୍ତଙ୍କୁ କନ୍ଦାଉଛନ୍ତି ସେ । ଚାକିରି ଖଣ୍ଡେ ପାଇଁ ସେ ଘୂରି ବୁଲୁଥିବା ବେଳେ ତାଙ୍କୁ ସାହାଯ୍ୟ କରି ପାରି ନ ଥିବା ବନ୍ଧୁମାନେ ଏବେ ନିଜକୁ ଦୋଷୀ ମନେ କରୁଛନ୍ତି । ଅନୁତାପ କରୁଛନ୍ତି । ହୁଏତ ତାଙ୍କ ପାଇଁ ଚାକିରି ଖଣ୍ଡେ ଯୋଗାଡ଼ କରିବାରେ ସାହାଯ୍ୟ କରିଥିଲେ ସୁକାନ୍ତ ବଞ୍ଚିଯାଇଥାଆନ୍ତା । ତାର ଛୋଟିଆ ପରିବାର ମୁହଁରେ ହସ ଫୁଟୁଥାଆନ୍ତା । ତେବେ ସମୟ ଚାଲିଯାଇଛି । ସୁକାନ୍ତ ଫେରିବ ନାହିଁ କି ତାଙ୍କ ସ୍ତ୍ରୀ ଓ କୁନି ଝିଅ ମୁହଁରେ ହସ ଫୁଟିବନି ।
ଏବେ ସମବେଦନା ଓ ପରିବାରକୁ କିଛିଟା ଆର୍ଥିକ ସାହାଯ୍ୟ ଛଡ଼ା ଅନ୍ୟ ବିକଳ୍ପ ନାହିଁ । ସାମ୍ବାଦିକ ମହଲରୁ ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି । କିଛି ସାମ୍ବାଦିକ ନିଜ ସାର୍ଥ ମତେ ସହାୟତା ପଠାଇଲେଣି । ତେବେ ସୁକାନ୍ତଙ୍କ ପରିବାରକୁ ବିପଦରୁ ଉଦ୍ଧାର କରିବା ପାଇଁ ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ଥିବାରୁ ଏକ ଠୋସ୍ ପଦକ୍ଷେପ ପାଇଁ ବରିଷ୍ଠ ସାମ୍ବାଦିକ ଶୁଭାଶିଷ ମହାନ୍ତି ଆଗକୁ ଆସିଛନ୍ତି । ମିଡ଼ିଆ ଜଗତର ବନ୍ଧୁମାନଙ୍କ ସହଯୋଗ ଲୋଡିଲା ପରେ ସମସ୍ତେ ବାହାରିଛନ୍ତି ।
ଆମ ମତରେ, ବ୍ୟକ୍ତିଗତ ସ୍ତରରେ ଆର୍ଥିକ ସହାୟତା ସାଙ୍ଗକୁ ସରକାରୀସ୍ତରରେ ସାହାଯ୍ୟ ପାଇଁ ଉଦ୍ୟମ ହେବା ସହ ତାଙ୍କ ଦୁଇ ପ୍ରାଣୀ ସଂସାରର ସୁରକ୍ଷାର ସ୍ଥାୟୀ ସମାଧାନ ହେବା ଦରକାର । ତାଙ୍କ ପତ୍ନୀଙ୍କ ପାଇଁ ଚାକିରି ଖଣ୍ଡେ ଯୋଗାଡ଼ କରିପାରିଲେ ସେ ଛୁଆଟିର ଭବିଷ୍ୟତ ଗଢ଼ି ପାରନ୍ତେ । ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର କରିଥିବା ସ୍ୱାସ୍ଥ୍ୟ ବୀମା ଯୋଜନାରେ ସୁକାନ୍ତଙ୍କ ଭଳି ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଅର୍ନ୍ତଭୁକ୍ତ ନ ହେବା ମନକୁ ଆନ୍ଦୋଳିତ କରୁଛି ।
ସୋସିଆଲ୍ ମିଡ଼ିଆରେ ଶୁଭାଶିଷ ମହାନ୍ତି ଭଲ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟିକୁ ଏହା ଅଣାଯାଇ ସୁକାନ୍ତଙ୍କ ପରିବାର ପାଇଁ ସହାୟତା ଲୋଡାଯାଉ । ଏଥିପାଇଁ ସମସ୍ତଙ୍କର ଉଦ୍ୟମ ଆବଶ୍ୟକ ।
ଶେଷରେ ଏତିକି କୁହାଯିବ.. ସୁକାନ୍ତଙ୍କ ଭଳି ଅବସ୍ଥା କାହାରି ନ ହେଉ । ମଲା ପରେ ଲୁହ ଗଡ଼ାଇବା ଅପେକ୍ଷା ବଞ୍ଚିଥିବା ବେଳେ ସହଯୋଗ କଲେ ସୁକାନ୍ତଙ୍କ ଅବସ୍ଥା କାହାରିକୁ ଭୋଗିବାକୁ ପଡ଼ିବନି ।
ସ୍ୱର୍ଗତ ସୁକାନ୍ତଙ୍କ ପରିବାରକୁ ସାହାଯ୍ୟ ପଠାଇବାକୁ ଚାହୁଁଥିବା ବନ୍ଧୁମାନଙ୍କ ପାଇଁ ତାଙ୍କ ପତ୍ନୀ ସ୍ୱାଗତିକା ସାବତ ଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏଠାରେ ଦେଉଛୁ ।
Account Holder: Swagatika Sabat
Account Number: 33224305211

State Bank of India, Berhampur(Ganjam)

IFSC Code: SBIN0000033

Previous Post

ଆର୍ଟ ଅଫ୍‌ ଗିଭିଂ ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

Next Post

ଧନ ନୁହେଁ ମନ ଲୋଡ଼ା

Next Post
ଧନ ନୁହେଁ ମନ ଲୋଡ଼ା

ଧନ ନୁହେଁ ମନ ଲୋଡ଼ା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA