ଗୋପାଳ ସାହୁ
ଅଭାବ ହାର୍ ମାନିଛି ମାନବିକତା ଆଗରେ। ଧନ ନୁହେଁ ମନ ଥିଲେ ସବୁ ସମ୍ଭବ, ଏକଥାକୁ ପ୍ରମାଣିତ କରିଛନ୍ତି ଭୁବନେଶ୍ୱର ୟୁନିଟ -୮ ଅଞ୍ଚଳରେ ରହି ନିଜର ଭବିଷ୍ୟତ ଖୋଜୁଥିବା ଅଶ୍ଵିନୀ କୁମାର, ରାଜୀବ ଲୋଚନ ଏବଂ ତାଙ୍କର କିଛି ବନ୍ଧୁ।
ଆଜିର ସମାଜରେ ଆର୍ଥିକ ସ୍ଵଚ୍ଛଳ ବ୍ୟକ୍ତି ମାନଙ୍କର ସଂଖ୍ୟା କିଛି ଉଣା ନୁହେଁ। କିନ୍ତୁ କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ। ଯାହା ପାଖରେ ଧନ ସମ୍ପତ୍ତିର ଅଭାବ ନାହିଁ ତା ପାଖରେ ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦେଖିବାକୁ ଆଖି ନାହିଁ ଆଉ ଯିଏ ସବୁ ଦେଖି ପାରୁଛି ଅନୁଭବ କରିପାରୁଛି ତା’ପକ୍ଷେ ନିଜର ଗୁଜୁରାଣ ମେଣ୍ଟେଇବା ମଧ୍ୟ ବେଳେ ବେଳେ ଦୁର୍ବିସହ ହେଉଛି। ତଥାପି ସମୟର ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ମଣିଷ ପଣିଆର ଦୈବୀ କ୍ଷମତା ଆଗରେ ହାର ମାନୁଛି ଅଭାବ ଅସୁବିଧାର ଅଟ୍ଟହାସ୍ୟ।






