Friday, May 1, 2026 12:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୂଆବର୍ଷରେ ଆନନ୍ଦ,ଉତ୍ସାହର ଜୁଆର

by Our Correspondent
01 Jan, 2020- 08:28 PM
in Latest News, News
1 min read
0
ନୂଆବର୍ଷରେ ଆନନ୍ଦ,ଉତ୍ସାହର ଜୁଆର
ଭୁୁବନେଶ୍ୱର: ଆସିଛି ନୂଆବର୍ଷ । ନୂଆ ଆଶା, ଖୁସିରେ ଝୁମିଛନ୍ତି ଲୋକେ । ପୁରୁଣା ବର୍ଷକୁ ବିଦାୟ ଜଣାଇ ନୂଆ ବର୍ଷକୁ ସ୍ୱାଗତ କରିବାର ଅଭୁଲା ମୁହୁର୍ତ୍ତକୁ ଲୋକେ ମନଭରି ଉପଭୋଗ କରିଛନ୍ତି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସହରର ହୋଟେଲ, କ୍ଲବ୍ ଆଦିରେ ଜିରୋ ନାଇଟ୍ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇଥିଲା । ଆଜି ନୂଆବର୍ଷର ତମାମ ଦିନକୁ ମଧ୍ୟ ଲୋକେ ଜାକଜମକରେ ପାଳିଛନ୍ତି ।
ସବୁଆଡ଼େ ଉତ୍ସବ, ଉତ୍ସାହର ମାହୋଲ୍ । ସହରଠାରୁ ଗାଁ ଗଣ୍ଡା ସବୁଠି ଜମିଛି ଭୋଜିଭାତ, ନାଚଗୀତର ଆସର । ଛୋଟବଡ଼ ଭେଦଭାବ ଭୁଲିଯାଇଛି ମଣିଷ । ନୂଆବର୍ଷ ଜୀବନରେ ଖୁସି ଭରିଦେଉ ବୋଲି ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ମଧ୍ୟରାତ୍ରରୁ ଜନସମୁଦ୍ର ପାଲଟିଥିଲା ପୁରୀ । ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼ ଭିତରେ ଥିଲେ ମନ୍ତ୍ରୀ, ପ୍ରଶାସକଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା । ମହାପ୍ରଭୁଙ୍କଠାରୁ ଆର୍ଶିବାଦ ପାଇବା ପାଇଁ ସମସ୍ତେ ବ୍ୟାକୁଳ ଥିଲେ । ନୂଆବର୍ଷର ପ୍ରଥମ ସୂର୍ଯେ୍ୟାଦୟ ଦେଖିବାକୁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଥିଲା । ଏକାମ୍ରକ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ମଧ୍ୟ ଅସମ୍ଭବ ଭିଡ଼ ହୋଇଥିଲା । ରାଜ୍ୟର ବିଭିନ୍ନ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିବାକୁ ଲୋକମାନେ ଧାଡ଼ି ଲଗାଇଥିଲେ ।
ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ନୂଆବର୍ଷର ମଉଜ କରିବାକୁ ଲୋକଙ୍କର ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା । ଭୋଜିଭାତର ଆସର ସହ ପରିବାର ସହ ଖୁସିମଜାରେ କାଟିଥିଲେ । ସହରଠାରୁ ଗାଁ ସବୁଠି ଭୋଜି, ନାଚଗୀତର ଆସର ଦେଖିବାକୁ ମିଳିଥିଲା ।
ନୂଆବର୍ଷରେ ସରକାରୀ ଛୁଟି ନ ଥିଲା । ଅଫିସ୍ ଖୋଲା ଥିଲେ ମଧ୍ୟ ସରକାରୀ କାର୍ଯ୍ୟ ଧୀମା ରହିଥିଲା । ସହକର୍ମୀଙ୍କ ମେଳରେ ନୂଆବର୍ଷ ମଉଜରେ ମାତିଥିଲେ ଅଫିସର ଓ କର୍ମଚାରୀ । ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର କୁହାଯାଉଥିବା ଲୋକସେବା ଭବନରେ ନୂଆବର୍ଷର ଧୂମ୍ ଦେଖିବାକୁ ମିଳିଥିଲା ।
ସକାଳ ୧୦ଟାରେ ଅଫିସ୍ ଖୋଲିଲା କ୍ଷଣି ଲୋକସେବା ଭବନ କରିଡ଼ରରେ ଗହଳିଚହଳି ଲାଗିଯାଇଥିଲା । ସବୁ ବିଭାଗର ଅଫିସର ଓ କର୍ମଚାରୀମାନେ ଦଳ ଦଳ ହୋଇ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସଚିବ ଏବଂ ଉପରିସ୍ଥ ଅଧିକାରୀଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଉଥିଲେ । ଭିଣୋଇଙ୍କ ମୃତ୍ୟୁରେ ଶୋକାଭିଭୂତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ପାଳୁ ନ ଥିବାରୁ ଅଫିସ୍ ଆସି ନ ଥିଲେ । ତେଣୁ ସବୁବର୍ଷ ଭଳି ଏଥର ତୃତୀୟ ମହଲାରେ ସେଭଳି ଗହଳି ହୋଇ ନ ଥିଲା ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଙ୍ଗରାଜ ମନ୍ଦିର ଦର୍ଶନରୁ ନୂଆବର୍ଷ ଆରମ୍ଭ କରିଥିବା ବେଳେ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନୀଳଗିରିସ୍ଥିତ ନିଜ ଚାଳିଆ ଘରେ ପୂଜାପାଠ କରି ନୂଆବର୍ଷ ଆରମ୍ଭ କରିଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳର ଅଧିକାଂଶ ମନ୍ତ୍ରୀ, ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ସକାଳୁ ସକାଳୁ ଶ୍ରୀମନ୍ଦିର ଦର୍ଶନ କରିଥିଲେ ।
Previous Post

ସନ୍ତୋଷ ଜେଲ୍ ଡିଜି, ସୌମେନ୍ଦ୍ର ଆଇନ ଶୃଙ୍ଖଳା/କ୍ରାଇମବ୍ରାଞ୍ଚ ଏଡ଼ିଜି

Next Post

ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ସଚିବ, ମେହେର୍ଦ୍ଦାଙ୍କୁ ପରିବହନ

Next Post
ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ସଚିବ, ମେହେର୍ଦ୍ଦାଙ୍କୁ ପରିବହନ

ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ସଚିବ, ମେହେର୍ଦ୍ଦାଙ୍କୁ ପରିବହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA