ଭୁବନେଶ୍ୱର: ଗତକାଲି ରାତିରେ ଚିହ୍ନଟ ୭ କରୋନା ପଜିଟିଭ୍ ଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲ୍ଲାରୁ ହୋଇଥିବା ବେଳେ ୨ ଜଣ ବାଲେଶ୍ୱରରୁ ଅଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହା ଟ୍ୱିଟ୍ କରାଯାଇଛି । ତେବେ ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ । କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା କେବଳ କୁହାଯାଇଛି ।
ଏଥିସହ ଭଦ୍ରକରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଞ୍ଚିଥିବା ବେଳେ ବାଲେଶ୍ୱରୁ ୨ ଜଣ ଆକ୍ରାନ୍ତ ହେଲେଣି । ଗତ ୧୮ ତାରିଖରେ ବାଲେଶ୍ୱର ଜଣେ ୫୮ ବର୍ଷର ବ୍ୟକ୍ତିଙ୍କର କୋଭିଡ୍ ପଜିଟିଭ୍ ବାହାରିଥିଲା । ଭଦ୍ରକରୁ ପୂର୍ବରୁ ଚିହ୍ନଟ ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣେ ସୁସ୍ଥ ହୋଇଛନ୍ତି । ୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଣ୍ଡାରିପୋଖରୀରୁ ୨ ଏବଂ ବାସୁଦେବପୁର ଅଞ୍ଚଳରୁ ୩ ଜଣ ଥିବା ଜଣାପଡ଼ିଛି ।