Monday, May 25, 2026 08:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରପଞ୍ଚଙ୍କୁ କ୍ଷମତା, କରୋନା ମହାସଂଗ୍ରାମରେ ନୈତିକତା

by Our Correspondent
20 Apr, 2020- 11:05 AM
in Guest Column, Latest News
1 min read
1
ସରପଞ୍ଚଙ୍କୁ କ୍ଷମତା, କରୋନା ମହାସଂଗ୍ରାମରେ ନୈତିକତା
ଗୋପାଳ ସାହୁ
ପ୍ରତ୍ୟେକ ସଫଳ ଜନମଙ୍ଗଳ ଗଣତନ୍ତ୍ର ରାଷ୍ଟ୍ରରେ କ୍ଷମତାର ବିକେନ୍ଦ୍ରୀକରଣ ହିଁ ମୁଖ୍ୟ ଏବଂ ମୁଳମନ୍ତ୍ର। ବିଳମ୍ବରେ ହେଲେବି ବର୍ତ୍ତମାନ ମହାମାରୀ କରୋନା ମହାବିପଦ ସହିତ ମହାଯୁଦ୍ଧ ପରିପ୍ରେକ୍ଷୀରେ, ଓଡ଼ିଶାରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ଏକ ଐତିହାସିକ ପଦକ୍ଷେପ। ନବୀନ ପଟ୍ଟନାୟକଙ୍କ ନେତୄତ୍ଵରେ ଓଡ଼ିଶାରେ କ୍ଷମତାସୀନ ଦୀର୍ଘ ଓ ସ୍ଥାୟୀ ସରକାରର ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କହିଲେ ଅତିରଞ୍ଜିତ ହେବନାହିଁ। କରୋନା କଟକଣାରେ କଲବଲ ଗ୍ରମାଞ୍ଚଳ ଲୋକଙ୍କ ସମସ୍ୟାର ତ୍ଵରିତ ସମାଧାନ ପାଇଁ ଓଡିଶା ସରକାରଯେ ଉଦ୍ୟମରତ, ଏହା ହିଁ ପ୍ରମାଣିତ। ଗ୍ରାମାଞ୍ଚଳ ସାଧାରଣ ଜନତାଙ୍କର ଜୀବନଧାରଣରେ ଉନ୍ନତି ଏବଂ ବର୍ତ୍ତମାନ କରୋନା କଟକଣା ମାଡ଼ରେ ପକ୍ଷାଘାତର ଶିକାର ଆମର ଦୁର୍ବଳ ଅର୍ଥନୀତିର ତତ୍ କ୍ଷଣାତ୍ ଉପଷମ ପାଇଁ ଗ୍ରାମ ପଞ୍ଚାୟତର ନିର୍ବାଚିତ ମୁଖ୍ୟ ସରପଞ୍ଚଙ୍କୁ ପର୍ଯ୍ୟାପ୍ତ କ୍ଷମତା ପ୍ରଦାନ ହିଁ ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ଆବଶ୍ୟକତା।
୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାର ମୋଟ୍ ଲୋକସଂଖ୍ୟାରୁ, ଗ୍ରାମାଞ୍ଚଳରେ ବସବାସ କରୁଥିବା ହାରାହାରି ୮୪ପ୍ରତିଶତ ଲୋକମାନଙ୍କ ପାଖରେ ସବୁବେଳେ ଶାସନର ସଫଳତା ବିଭିନ୍ନ କାରଣରୁ ପହଞ୍ଚିପାରେ ନାହିଁ। ବିଭିନ୍ନ ସମୟରେ ଏ ବିଷୟରେ ଅନେକ ତର୍କ ବିତର୍କ ବିଭିନ୍ନ ଫୋରମରେ ହେଉଛି ଏବଂ ପ୍ରଶାସନିକ ଫାଙ୍କ ତଥା ଇଚ୍ଛାଶକ୍ତି ଅଭାବ ହିଁ ଏହାର ପ୍ରମୁଖ କାରଣ ବୋଲି ମତ ପ୍ରକାଶ ପାଇ ଆସୁଅଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ତଳସ୍ତରରେ ରହୁଥିବା ଲୋକଙ୍କ ପାଖରେ ଶାସନର ସୁଫଳ ପହଞ୍ଚେଇବା ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାର ଜନ୍ମ। ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତ ଏକକ ଏବଂ ପ୍ରତ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ ସରପଞ୍ଚ ଏହାର ଶାସନ ମୁଖ୍ୟ। ତେଣୁ ଗ୍ରାମ ପଞ୍ଚାୟତର ମୁଖ୍ୟ ହିସାବରେ ପ୍ରତ୍ୟେକ ଲୋକଙ୍କର ତତ୍ କ୍ଷଣାତ୍ ସମସ୍ୟା ସମାଧାନ କରିବାରେ ପଞ୍ଚାୟତର ସରପଞ୍ଚଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ସରପଞ୍ଚଙ୍କ ହାତରେ ନିଷ୍ପତ୍ତି ନେବାର କ୍ଷମତା ନଥିବ ତା’ହେଲେ ସେମାନେ ନିଜ କର୍ତ୍ତବ୍ୟ ନିର୍ବାହ କରିବେ କେମିତି ଏବଂ ସମସ୍ୟା ଜର୍ଜରିତ ଲୋକକୁ କେମିତି କେଉଁ ସାହାଯ୍ୟ କରିପାରିବେ?
ଗଣତନ୍ତ୍ରର ପ୍ରମୁଖ ଅଙ୍ଗ ନିର୍ବାଚିତ ଲୋକ ପ୍ରତିନିଧି ମାନେ ନିଜର କର୍ତ୍ତବ୍ୟ, ଉତ୍ତର ଦାୟିତ୍ୱ ଏବଂ ନିର୍ବାଚନ ପ୍ରକ୍ରିୟାରେ ଜନତା ଜନାର୍ଦ୍ଦନଙ୍କ ଠାରୁ ପ୍ରାପ୍ତ କ୍ଷମତା ବିଷୟରେ ସମ୍ପୂର୍ଣ୍ଣ ସଚେତନ ହେବା ସହିତ ଏହାର ସମ୍ପୁର୍ଣ୍ଣ ସତ୍ ବ୍ୟବହାର ଓ ନିଷ୍ଠାପର ମନବୄତ୍ତି ରଖି ଜନସେବାରେ ନିଜକୁ ନିୟୋଜିତ କରିପାରିଲେ ହିଁ ସାଧାରଣ ଲୋକଙ୍କ ଉପକାର ପାଇଁ, ସରକାରଙ୍କ ସମୟୋପଯୋଗୀ ପ୍ରଚେଷ୍ଟା ନିଶ୍ଚୟ ଶତପ୍ରତିଶତ ସଫଳହେବ। ସରକାରଙ୍କ ଦ୍ଵାରା କ୍ଷମତା ରୁପକ ଏହି ଗୁରୁଦାୟିତ୍ୱ ପ୍ରଦାନ ପଦକ୍ଷେପଟି ସାର୍ଥକ ହେବ।
ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ଗାନ୍ଧୀଜୀଙ୍କ ବହୁ ଚର୍ଚ୍ଚିତ ‘ଗ୍ରାମ ସ୍ଵରାଜ’ ପରିକଳ୍ପନାର ଅଂଶ ବିଶେଷ। ସବୁବେଳେ ଗାଁ କୁ ଚାଲ ଡାକରା ଦେଉଥିବା ଗାନ୍ଧୀଜୀ, ଗାଁ’କୁ ପର୍ଯ୍ୟାପ୍ତ କ୍ଷମତା ଦେବାପାଇଁ ମଧ୍ୟ ପ୍ରାଧାନ୍ୟ ଦେଉଥିଲେ। କିନ୍ତୁ ଦୁଃଖର କଥା ଗାନ୍ଧୀଜୀଙ୍କୁ ଜାତିର ଜନକ ଆଖ୍ୟା ଦେଇ ଜାତିର ପିତା କହି ଏବଂ ଗାନ୍ଧୀଜୀଙ୍କ ସ୍ଵପ୍ନର ଭାରତରେ ସଫଳ ଶାସନର ଦ୍ଵାହିଦେଇ ସ୍ଵାଧିନତା ପରବର୍ତ୍ତୀ ନିର୍ବାଚନରେ ସମର୍ଥନ ସାଉଁଟି କ୍ଷମତା ଅକ୍ତିଆର କରିବାରେ ସମସ୍ତେ ଲାଗି ପଡ଼ିଥିଲେ ମଧ୍ୟ ‘ଗାନ୍ଧୀଜୀଙ୍କ ସ୍ଵପ୍ନର ଗ୍ରାମ୍ୟ ସ୍ଵରାଜ’ କଥା ଭୁଲି ଯାଇଥିଲେ। ଏମିତିକି ସ୍ଵାଧିନ ଭାରତର ସମ୍ଵିଧାନ ପ୍ରଣୟନରେ ମଧ୍ୟ “ଗ୍ରାମ୍ୟ ସ୍ଵରାଜ” ନିମନ୍ତେ କୌଣସି କ୍ଷମତା ସମ୍ପର୍ଣ୍ଣ ଠୋସ୍ ଆଇନ୍ ବ୍ୟବସ୍ଥା ହେଲାନାହିଁ।
“ଗ୍ରାମ ସ୍ଵରାଜ” ସ୍ଵପ୍ନ ଦେଖିଥିବା ଗାନ୍ଧୀଜୀ Young India ପତ୍ରିକାର September 19, 1929 ସଂସ୍କରଣରେ ଗ୍ରାମ ସ୍ଵରାଜ ଏବଂ ଗାଁ’କୁ ସବୁ କ୍ଷମତା ସପକ୍ଷରେ ବିସ୍ତୃତ ଭାବେ ଲେଖିଥିଲେ। ତାଙ୍କର ପ୍ରାୟ ଅଧିକାଂଶ ବକ୍ତବ୍ୟ ଏବଂ ଆଲୋଚନାରେ ସମସ୍ତ ଅନୁଗାମୀ ତଥା ସାଧାରଣ ଜନତାଙ୍କୁ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝେଇଥିଲେ ମଧ୍ୟ ସେ ସମୟର କ୍ଷମତାସୀନ ନେତୄବର୍ଗଙ୍କ ଇଛାର ଅଭାବ ଯୋଗୁଁ, ସ୍ଵାଧିନତା ପରବର୍ତ୍ତୀ ଆମ ଶାସନ ବ୍ୟବସ୍ଥାରେ “ଗ୍ରାମ ସ୍ଵରାଜ” କୌଣସି ଗୁରୁତ୍ୱ ରଖିଲା ନାହିଁ।
ଅନେକ ତର୍କ ବିତର୍କ, ଦାବି ଆନ୍ଦୋଳନ ପରେ ଦେଶ ସ୍ଵାଧିନତାର ବହୁ ବିଳମ୍ବରେ, ୧୯୯୩ ମସିହାରେ ଭାରତରେ କ୍ଷମତାସୀନ ସରକାର ୭୩ତମ ସମ୍ଵିଧାନ ସଂସୋଧନ ବଳରେ, ମହାତ୍ମାଗାନ୍ଧୀଙ୍କ ସ୍ଵପ୍ନର ଗ୍ରାମ ସ୍ଵରାଜର ଅଂଶ ବିଶେଷ ଗାଁ କୁ କ୍ଷମତା ବା “ପଞ୍ଚାୟତିରାଜ ଅନୁଷ୍ଠାନକୁ ସାମ୍ଵିଧାନିକ ମର୍ଯ୍ୟାଦା” ଦେବାପାଇଁ ଆଇନ ପ୍ରଣୟନ କରାଗଲା। ସମୟକ୍ରମେ ଯଦିଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୄଢ଼ କରେଇବାପାଇଁ ଏବଂ ସମାଜର ତଳସ୍ତରର ଲୋକଙ୍କ ନିକଟରେ ଶାସନର ସୁଫଳ ପହଞ୍ଚେଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି ତଥାପି ତାହା ବିଭିନ୍ନ କାରଣରୁ ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ। ସମ୍ପୂର୍ଣ୍ଣ ସଫଳ ନହେବାର ଅନେକ କାରଣ ମଧ୍ୟରୁ ପ୍ରଶାସନିକ ଦାଓପେଞ୍ଚ, ପଞ୍ଚାୟତର ଦୈନନ୍ଦିନ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ ହିଁ ମୁଖ୍ୟ କାରଣ।
ଯାହା ହେଉ ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶାର ଦୀର୍ଘ କ୍ଷମତାସୀନ ସରକାର ଶାସନରେ ଅଭାବକୁ ଅନୁଭବ କରି, ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଅନ୍ତତଃ ଆଜିର ଏହି ମହାମାରୀ ଓ ଆତଙ୍କର ଦୁର୍ଦ୍ଦିନରେ ଆସନ୍ତୁ ଆମେ ସମସ୍ତେ ଆଗାମୀ ଦିନରେ ଓଡ଼ିଶା ଶାସନ ବ୍ୟବସ୍ଥାରେ ଯୁଗାନ୍ତକାରି ପରିବର୍ତ୍ତନର କାମନା କରିବା। ଗ୍ରାମାଞ୍ଚଳରେ ରହୁଥିବା ଓଡ଼ିଶା ଲୋକସଂଖ୍ୟାର ୮୪ ପ୍ରତିଶତ ଲୋକଙ୍କ ଉନ୍ନତ ଜୀବନଧାରଣ ଏବଂ ନିଶ୍ଚିତ ଅର୍ଥନୈତିକ ପ୍ରଗତିର ଆଶାରଖିବା।
ଏହା ମଧ୍ୟ ଆଶା କରିବା ଯେ, ଆରପାରିରେ ଥିଲେ ବି ଆଜି ଓଡ଼ିଶାରେ ସରପଞ୍ଚଙ୍କୁ ଜିଲ୍ଲାପାଳ ସମ କ୍ଷମତା ପ୍ରଦାନକୁ ମହାତ୍ମାଗାନ୍ଧୀ ନିଶ୍ଚୟ ଦେଖୁଥିବେ ଏବଂ ବହୁ ପ୍ରତୀକ୍ଷିତ ତାଙ୍କର ସ୍ଵପ୍ନର “ଗ୍ରାମ ସ୍ଵରାଜ” ଓଡ଼ିଶାରେ ସଫଳତାର ମାର୍ଗରେ ଯାଉଛି ବୋଲି ଆନନ୍ଦିତ ହେଉଥିବେ ଏବଂ ଓଡ଼ିଶାବାସୀଙ୍କର କଲ୍ୟାଣ କାମନା କରୁଥିବେ।
Previous Post

ନୂଆ ୭ ପଜିଟିଭ୍: ଭଦ୍ରକରୁ ୫, ବାଲେଶ୍ୱରରୁ ୨

Next Post

୭ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରର ୨ ବର୍ଷର ଶିଶୁ

Next Post
୭ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରର ୨ ବର୍ଷର ଶିଶୁ

୭ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରର ୨ ବର୍ଷର ଶିଶୁ

Comments 1

  1. Chitta Ranjan Tripathy says:
    6 years ago

    Bhut badhiya massage

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA