ଭୁବନେଶ୍ୱର: ଭଦ୍ରକ ଓ ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୭ ନୂଆ ଆକ୍ରାନ୍ତଙ୍କ ବୟସର ତଥ୍ୟ ଆସିଛି । ଏହି ତାଲିକାରେ ବାଲେଶ୍ୱରର ଜଣେ ଦୁଇ ବର୍ଷର ଶିଶୁ ଅଛନ୍ତି । ଏହି ଶିଶୁଟି ୬୮ ନଂ ଆକ୍ରାନ୍ତ ବୋଲି କୁହାଯାଇଛି । ସେହିପରି ୬୭ ନଂ ଆକ୍ରାନ୍ତ ବାଲେଶ୍ୱରର ଜଣେ ୩୨ ବର୍ଷ ଯୁବକ । ଉଭୟ ସମ୍ପର୍କୀୟ ନା ନାହିଁ ତାହାର ସୂଚନା ମିଳିନାହିଁ ।
୬୨,୬୩,୬୪,୬୫ ଏବଂ ୬୬ ନଂ ଆକ୍ରାନ୍ତ ହେଉଛନ୍ତି ଭଦ୍ରକର । ସେମାନେ ସମସ୍ତେ ପୁରୁଷ । ୬୨ ନଂ ଆକ୍ରାନ୍ତଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ୬୩ ନଂ ଆକ୍ରାନ୍ତଙ୍କ ବୟସ ୫୫ ବର୍ଷ, ୬୪ ନଂ ଆକ୍ରାନ୍ତଙ୍କ ବୟସ ୫୭ ବର୍ଷ, ୬୫ ନଂ ଆକ୍ରାନ୍ତଙ୍କ ବୟସ ୫୮ ବର୍ଷ ଏବଂ ୬୬ ନଂ ଆକ୍ରାନ୍ତଙ୍କ ବୟସ ୬୬ ବର୍ଷ ।
୭ ଜଣ ନୂଆ ପଜିଟିଭ୍ ସମ୍ପର୍କରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହା ହେଉଛି ତୃତୀୟ ପର୍ଯ୍ୟାୟ ତଥ୍ୟ । ଆଜି ସକାଳୁ ପ୍ରଥମେ ୱେବସାଇଟ୍ ରେ ପଜିଟିଭ୍ ସଂଖ୍ୟା ଦିଆଯାଇଥିଲା । ଘଣ୍ଟେ ପରେ ପଜିଟିଭ୍ ବ୍ୟକ୍ତିଙ୍କ ଅଞ୍ଚଳ ସମ୍ପର୍କରେ ସୂଚନା ଦିଆଯାଇଥିଲା । ତିନି ଘଣ୍ଟା ପରେ ସେମାନଙ୍କ ବୟସ ସମ୍ପର୍କରେ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜାଣିବା ପାଇଁ ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରାଯାଇଛି ।