Thursday, July 30, 2026 02:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନେତାଙ୍କ ପଦଯାତ୍ରାରେ ଦୁଲୁକିଲା ଓଡ଼ିଶା

by Our Correspondent
02 Oct, 2019- 03:11 PM
in Latest News, News, Politics
1 min read
0
ନେତାଙ୍କ ପଦଯାତ୍ରାରେ ଦୁଲୁକିଲା ଓଡ଼ିଶା
ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ୧୫୦ତମ ଜନ୍ମତିଥି । ସାରା ଦେଶ ଝୁରୁଛି ସେହି ମହାନ୍ ଆତ୍ମାଙ୍କୁ । ଓଡ଼ିଶାର କୋଣ ଅନୁକୋଣରେ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ବାପୁଙ୍କ ନୀତି, ଆଦର୍ଶକୁ ପାଥେୟ କରି ଆଗକୁ ବଢ଼ିବାକୁ ଲୋକଙ୍କ ମନରେ ଉତ୍ସାହ । ରାଜନୈତିକ ଦଳଗୁଡ଼ିକ ପାଇଁ ମଧ୍ୟ ଏହା ଏକ ସୁଯୋଗ ଆଣିଛି । ଲୋକଙ୍କ ପାଖରେ ପ୍ରତ୍ୟକ୍ଷ ଭାବେ ପହଞ୍ଚିବାକୁ ପାଇଁ ଏହି ଅବସର ସୁଯୋଗ ଆଣିଦେଇଛି ।
ଗାନ୍ଧୀ ଜୟନ୍ତୀରେ ବିଜେଡ଼ି ୯ ଦିନିଆ ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା ଆରମ୍ଭ କରିଥିବା ବେଳେ ବିଜେପି ୧୫ ଦିନିଆ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ କରିଛି । କଂଗ୍ରେସ ବି ପଛରେ ପଡ଼ିନାହିଁ । ଭୁବନେଶ୍ୱର ଗାନ୍ଧୀ ପାର୍କରୁ କଂଗ୍ରେସ ଭବନ ଯାଏଁ ଆଜି ଅହିଂସା ପଦଯାତ୍ରା କରିଛି ଦଳ । ପ୍ରତି ସାଂଗଠନିକ ଜିଲ୍ଲାରେ ଏହା ଚାଲୁ ରଖିବ ।
ଭୁବନେଶ୍ୱରର କାରଗିଲ୍ ରୋଡଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଲୋକଙ୍କ ସମସ୍ୟା ବୁଝିବା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସେମାନଙ୍କ ପାଖରେ ପହଞ୍ଚାଇବାକୁ ବିଜେଡ଼ି ଏହି ପଦଯାତ୍ରା କରୁଛି । ସେହିପରି କଟକର ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତିପୀଠରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ଗାନ୍ଧୀ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ଜିଲ୍ଲାରେ ବିଜେପିର ବରିଷ୍ଠ ନେତାମାନେ ପଦଯାତ୍ରା କରିଛନ୍ତି । ଗାନ୍ଧୀଙ୍କ ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱରାଜ,ସ୍ୱାବଲମ୍ବୀ, ସରଳ ଜୀବନଯାପନ, ଜଳ ସଂରକ୍ଷଣ, ନିଶା ନିବାରଣର ବାର୍ତ୍ତା ପହଞ୍ଚାଇବାକୁ ଦଳ ଯୋଜନା କରିଛି । ପ୍ଲାଷ୍ଟିକ୍ ବର୍ଜନ ପାଇଁ ଜନସାଧାରଣଙ୍କୁ ସଚେତନତା କରାଇବା ମଧ୍ୟ ଏହି ପଦଯାତ୍ରାର ପ୍ରମୁଖ ଲକ୍ଷ୍ୟ ରହିଛି । ୧୫ ଦିନରେ ୧୫୦ କିମି ପଦଯାତ୍ରା କରିବେ ବିଜେପି ନେତା ଓ କର୍ମୀ ।
କଂଗ୍ରେସର ଅହିଂସା ପଦଯାତ୍ରାରେ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶର ପ୍ରସାରକୁ ମୁଖ୍ୟ ଲକ୍ଷ୍ୟ ରଖାଯାଇଛି । ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୋକଙ୍କ ସାମନାକୁ ଆଣିବ । ଆଜି ଭୁବନେଶ୍ୱରରେ କଂଗ୍ରେସର ଅହିଂସା ପଦଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରୀୟ ପ୍ରଭାରୀ ଜିତେନ୍ଦ୍ର ସିଂ । ହିଂସାମୁକ୍ତ ଦେଶ ଓ ଜାତିବାଦର ମୂଳମୋଛ ଏହି ପଦଯାତ୍ରାର ଲକ୍ଷ୍ୟ ବୋଲି କହିଛନ୍ତି ।
Previous Post

ନବୀନଙ୍କ ଘୋଷଣା: ବିଜେଡ଼ିରେ ସୋସିଆଲ୍ ସର୍ଭିସ୍ ୱିଙ୍ଗ୍

Next Post

ହ୍ୟାଲୋ..ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି

Next Post
ହ୍ୟାଲୋ..ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି

ହ୍ୟାଲୋ..ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA