Monday, May 25, 2026 04:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହ୍ୟାଲୋ..ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି

by Our Correspondent
02 Oct, 2019- 08:24 PM
in Latest News, News, Story Of The Week
1 min read
0
ହ୍ୟାଲୋ..ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି

ଆରମ୍ଭ ହେଲା ‘ମୋ ସରକାର’
ଡାକ୍ତରଖାନା, ଥାନାରୁ ଆରମ୍ଭ
୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ବିଭାଗରେ ହେବ କାର୍ଯ୍ୟକାରୀ
ଲୋକଙ୍କ ସେବା ପାଇଁ ସରକାର ଗୋଡ଼ାଇବେ

ଭୁବନେଶ୍ୱର: ହ୍ୟାଲୋ.. ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି । ଆପଣ ଭବାନୀପାଟଣା ପୋଲିସ ଷ୍ଟେସନ୍ ଯାଇଥିଲେ କି? ପୁଲିସ ଆପଣଙ୍କୁ କେମିତି ବ୍ୟବହାର କଲା?
ହ୍ୟାଲୋ.. ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି । ମା.. ଆପଣ ଭବାନୀପାଟଣା ପୋଲିସ ଷ୍ଟେସନ୍ ଯାଇଥିଲେ କି? ପୁଲିସ ଆପଣଙ୍କ ଅଭିଯୋଗ ରଖିଲା ନା ନାଇଁ?
ହ୍ୟାଲୋ.. ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି । ମା.. ଆପଣ ମାଲକାନଗିରି ହସ୍ପିଟାଲ୍ ଯାଇଥିଲେ କି? ଟ୍ରିଟମେଣ୍ଟ କେମିତି ପାଇଲେ?
ଏମିତି ଜଣ ଜଣ କରି ୮ ଜଣ ରୋଗୀ ଓ ଥାନାକୁ ଅଭିଯୋଗ ଧରି ଆସିଥିବା ଲୋଙ୍କ ସହ ଫୋନ୍ ରେ ନବୀନ ନିବାସରୁ କଥା ହୋଇ ଭଲମନ୍ଦ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସମସ୍ତଙ୍କଠାରୁ ଭଲ ଓ ସନ୍ତୋଷଜନକ ଉତ୍ତର ପାଇଥିଲେ ସେ ।
ଏହିଭଳି ଭାବେ ରାଜ୍ୟର ଶାସନ ବ୍ୟବସ୍ଥାରେ ଆରମ୍ଭ ହୋଇଛି ନୂଆ ଯୁଗ । ବହୁ ପ୍ରତୀକ୍ଷିତ ‘ ମୋ ସରକାର’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱଚ୍ଛତାର ସହ ନିର୍ଦ୍ଦିଷ୍ଟ ସମୟ ଭିତରେ ବିକାଶ କାର୍ଯ୍ୟ(୫-ଟି) କୁ ଆଗକୁ ନେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଏହି ମହାତ୍ମକାଂକ୍ଷୀ ଯୋଜନା ହସ୍ପିଟାଲ୍ ଓ ପୁଲିସ ଥାନାରୁ ଆରମ୍ଭ ହୋଇଛି । ଡାକ୍ତରଖାନାକୁ ଆସୁଥିବା ରୋଗୀ ହୁଅନ୍ତୁ କି ଥାନାକୁ ଆସୁଥିବା ଅଭିଯୋଗକାରୀ ହୁଅନ୍ତୁ, ସେବା ପାଇଁ କେହି ସେବାଦାତାଙ୍କ ପଛରେ ଗୋଡ଼ାଇବେ ନାହିଁ । ଓଲଟି ସେବାଦାତା ତାଙ୍କ ପଛରେ ଗୋଡ଼ାଇବେ । ଏହି ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ‘ମୋ ସରକାର’ ଯୋଜନା ।
ପବିତ୍ର ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପରେ ପରେ ସହିଦନଗର ଥାନାରୁ ଆରମ୍ଭ କରିଥିଲେ ‘ମୋ ସରକାର’ ଯୋଜନା । ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା ଓ ଥାନାକୁ ଆସିଥିବା ୮ ଜଣ ବ୍ୟକ୍ତିଙ୍କ ସହ ଫୋନ୍ ଯୋଗେ ସିଧାସଳଖ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ପଚାରିଥିଲେ । ବିଶେଷକରି ଦୁର୍ନୀତି ଓ ହଇରାଣ ସମ୍ପର୍କରେ ପଚାରିଥିଲେ । ସେମାନଙ୍କଠାରୁ ଭଲ ଓ ସନ୍ତୋଷଜନକ ଉତ୍ତର ପାଇଥିବା ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ଏହି ‘ମୋ ସରକାର’ ଯୋଜନାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ସୃଷ୍ଟି ହୋଇଛି । ନିଜେ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ ଭଲମନ୍ଦ ପଚାରି ବୁଝିବାକୁ ଥିବାରୁ ସେବା କ୍ଷେତ୍ରରେ ଲୋକେ ଉପଯୁକ୍ତ ନ୍ୟାୟ ପାଇବେ ବୋଲି ଆଶା ବାନ୍ଧିଛନ୍ତି । ଅନ୍ୟପକ୍ଷରେ କାର୍ଯ୍ୟାନୁଷ୍ଠାନର ଭୟ ଥିବାରୁ ଅସାଧୁ ଡାକ୍ତର ଓ ପୁଲିସଙ୍କ ମନରେ ଛନକା ପଶିଛି । ବ୍ୟବହାର ନ ବଦଳାଇଲେ ଏଣିକି ନିସ୍ତାର ନାହିଁ ବୋଲି ସେମାନଙ୍କୁ ବୁଝିବାରେ ଆଉ ବାକି ନାହିଁ ।
ପ୍ରଥମ ପର୍ଯ୍ୟାୟରେ ୨୧ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ମେଡ଼ିକାଲ୍ କଲେଜଗୁଡ଼ିକରେ ‘ମୋ ସରକାର’ ଯୋଜନା ଆରମ୍ଭ ହୋଇଛି । ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ଡାକ୍ତରଖାନାକୁ ଅନଲାଇନରେ ଯୋଡା ଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଡ. ପ୍ରମୋଦ ମେହେର୍ଦ୍ଦା ସୂଚନା ଦେଇଛନ୍ତି । ଡାକ୍ତରଖାନା ଆସୁଥିବା ସମସ୍ତ ରୋଗୀଙ୍କ ମୋବାଇଲ୍ ନମ୍ବର ରେଜିଷ୍ଟ୍ରି କରାଯିବ । ରେଜିଷ୍ଟ୍ରିରୁ ବଞ୍ଚିତ ରୋଗୀ ଟୋଲ୍ ଫ୍ରି ନମ୍ବର ୧୪୫୪୫କୁ ଫୋନ୍ କଲେ ତାଙ୍କ ନମ୍ବର ରେଜିଷ୍ଟ୍ରି ହେବ । ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ ।

ଏହି ଯୋଜନାରେ ଡାକ୍ତରଖାନା ଆସୁଥିବା ରୋଗୀ କିମ୍ବା ଥାନାକୁ ଅଭିଯୋଗ ଧରି ଆସୁଥିବା ଲୋକଙ୍କୁ ଡାକ୍ତର କି ପୁଲିସ ବ୍ୟବହାର ଖରାପ କରି ସେବାରେ ଅବହେଳା କଲେ ଦଣ୍ଡ ପାଇବେ । ମୁଖ୍ୟମନ୍ତ୍ରୀଙ୍କ ସିଧା ନଜରକୁ ଆସିଲେ ଚାକିରି ବି ଚାଲି ଯାଇପାରେ । ଅପରନ୍ତୁ, ଠିକଠାକ୍ ସେବା ଏବଂ ମାନବିକତା ଦେଖାଇଲେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଶଂସା ପତ୍ର ପାଇବେ ଡାକ୍ତର ଓ ପୁଲିସ ବାବୁ । ଏପରିକି ଚାକିରିରେ ଆଗୁଆ ପ୍ରମୋସନ୍ ପାଇଯାଇପାରନ୍ତି ।
ଏହି କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, ଡାକ୍ତରଖାନା ଏବଂ ଥାନାକୁ ଆସୁଥିବା ବ୍ୟକ୍ତିଙ୍କ ଭଲମନ୍ଦର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବେ ନିଜେ ମୁଖ୍ୟମନ୍ତ୍ରୀ । ପ୍ରତିଦିନ ୧୦ ଜଣ ଲୋକଙ୍କୁ ନିଜେ ଫୋନ୍ କରି ଭଲ ମନ୍ଦ ପଚାରି ବୁଝିବେ । ଆଉ ସେହି ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ‘ମୋ ସରକାର’ କାର୍ଯ୍ୟକ୍ରମ । ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡ଼ିଶା ସାରା ଦେଶର ପ୍ରଥମ ରାଜ୍ୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ମହତ୍ ଯୋଜନା କାର୍ଯ୍ୟକାରିତାର ଦାୟିତ୍ୱ ନେଇଛନ୍ତି ୫-ଟି ଦାୟିତ୍ୱରେ ଥିବା ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ । ଯୋଜନାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ତାଙ୍କର ଅକ୍ଲାନ୍ତ ଉଦ୍ୟମ ରହିଛି ।
Previous Post

ନେତାଙ୍କ ପଦଯାତ୍ରାରେ ଦୁଲୁକିଲା ଓଡ଼ିଶା

Next Post

ଅଶୋକ ପଣ୍ଡାଙ୍କ ହୀନିମାନିଆ ରାଜନୀତି

Next Post
ଅଶୋକ ପଣ୍ଡାଙ୍କ ହୀନିମାନିଆ ରାଜନୀତି

ଅଶୋକ ପଣ୍ଡାଙ୍କ ହୀନିମାନିଆ ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA