Tuesday, May 26, 2026 05:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୋ ସ୍କିମ୍, ନୋ ଟାକ୍ସ: ବଜେଟ୍ ରେ ଦିଶିଲାନି ନିର୍ବାଚନ ମୁହଁ

by Our Correspondent
23 Mar, 2018- 07:51 PM
in Latest News, News
1 min read
0
ନୋ ସ୍କିମ୍, ନୋ ଟାକ୍ସ: ବଜେଟ୍ ରେ ଦିଶିଲାନି ନିର୍ବାଚନ ମୁହଁ
ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି । ଗତବର୍ଷର ବଜେଟ୍ ଆକାରଠାରୁ ଏହା ୧୨.୩ ପ୍ରତିଶତ ଅଧିକ । ସେହିଭଳି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୭୬୫ କୋଟି ଟଙ୍କାର ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପିତ ହୋଇଛି । ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଥମଥର ପାଇଁ ଉପସ୍ଥାପିତ ସ୍ୱତନ୍ତ୍ର କୃଷି ବଜେଟ୍ ଆକାରଠାରୁ ଏହା ୧୩୦ ପ୍ରତିଶତ ଅଧିକ । ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଉଭୟ କୃଷି ଓ ସାଧାରଣ ବଜେଟ୍ କୁ ଗୃହରେ ଉପସ୍ଥାପିତ କରିଛନ୍ତି । ସାଧାରଣ ବଜେଟ୍ ରେ ପୁଞ୍ଜିନିବେଶ, ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି ।
ବଜେଟ୍ ରେ ପ୍ରଶାସନିକ ଖର୍ଚ୍ଚ ପରିମାଣ ରହିଛି ୫୦ ହଜାର ୭୬୧ କୋଟି ଟଙ୍କା । ସେଥିମଧ୍ୟରୁ ଦରମା ବାବଦରେ ୨୨ ହଜାର ୨୧ କୋଟି ଟଙ୍କା, ପେସନ୍ ବାବଦରେ ୧୧ ହଜାର ୯୧୨ କୋଟି ଟଙ୍କା, ସୁଧଦେୟ ପାଇଁ ୫ ହଜାର ୫୦୦ କୋଟି ଟଙ୍କା ଏବଂ ପୁଞ୍ଜି ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୪ ହଜାର ୪୦୦ କୋଟି ରଖାଯାଇଛି । ସେହିଭଳି ସରକାରୀ କାର୍ଯ୍ୟର ଖର୍ଚ୍ଚ ବାବଦରେ ୬୨ ହଜାର କୋଟି ଟଙ୍କା ଏବଂ ସରକାରୀ ଉଦ୍ୟୋଗ ପାଇଁ ୫ ହଜାର କୋଟି ଟଙ୍କା ରଖାଯାଇଛି । ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧ ହଜାର ୮୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବାରୁ ଅର୍ଥରୁ ଖର୍ଚ୍ଚ ପରିମାଣ ରହିଛି ୫ ହଜାର ୪୦୨ କୋଟି ଟଙ୍କା ।
୨୦୧୮-୧୯ ଆର୍ଥିକ ବର୍ଷର ଏହି ବଜେଟ୍ ପାଇଁ ରାଜସ୍ୱପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଟଙ୍କା ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୧୯ ହଜାର ୬୭୮ କୋଟି ଟଙ୍କା ଭରଣ କରିବାକୁ ଆକଳନ କରାଯାଇଛି । ରାଜସ୍ୱ ପ୍ରାପ୍ତିରେ କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟର ଅଂଶ ୩୬,୫୮୬ କୋଟି ଟଙ୍କା, ରାଜ୍ୟର ନିଜସ୍ୱ ଟିକସ ୨୮,୫୫୦ କୋଟି ଟଙ୍କା, ରାଜ୍ୟ ଅଣଟିକସ ରାଜସ୍ୱ ୧୦,୩୦୦ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ୨୪,୭୬୪ କୋଟି ଟଙ୍କା ରହିଛି ।
ଏହି ବଜେଟ୍ ରେ ପ୍ରଥମଥର ପାଇଁ କାର୍ଯ୍ୟକ୍ରମ ଖର୍ଚ୍ଚ(ପ୍ରୋଗ୍ରାମ ଏକ୍ସପେଣ୍ଡିଚର୍)ର ପରିମାଣ(୬୨ ହଜାର କୋଟି) ସମ୍ପୂର୍ଣ୍ଣ ବଜେଟ୍ ଆକାରର ଅଧାରୁ ଅଧିକ । ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ର ପାଇଁ ୧୯,୬୭୮ କୋଟି ବ୍ୟୟବରାଦ ହୋଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୬,୧୬୦ କୋଟି ଟଙ୍କାର ବ୍ୟୟ ବରାଦ । ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩ ହଜାର କୋଟି ବ୍ୟୟବରାଦ ହୋଇଥିବା ବେଳେ ଏସସି/ଏସଟି ଯୋଜନା ପାଇଁ ୨୨,୬୮୪ କୋଟି ବ୍ୟୟବରାଦ କରାଯାଇଛି ।
ସାଧାରଣ ନିର୍ବାଚନକୁ ଆଖିରେ ରଖି ସରକାର ବଜେଟ୍ ରେ କିଛି ନୂଆ ସ୍କିମ୍ ଘୋଷଣା କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ହୋଇନାହିଁ । ବଜେଟ୍ ରେ ନୂଆ ସ୍କିମ୍ କିଛି ନାହିଁ । ସରକାର ଯେଉଁ ସ୍କିମ୍ ଗୁଡ଼ିକ ପୂର୍ବରୁ ଘୋଷଣା କରିଥିଲେ ସେଥିପାଇଁ କେବଳ ଅର୍ଥବରାଦ କରାଯାଇଛି । ସେଥିମଧ୍ୟରେ ‘ଆମ ଗାଁ ବିକାଶ’ ଯୋଜନା ପାଇଁ ୧,୨୫୦ କୋଟି, ‘କୃଷକମାନଙ୍କର କଲ୍ୟାଣ’ ଯୋଜନାରେ ଅତିରିକ୍ତ ୨୫୦ କୋଟି, ‘ଖୁସି’ ଯୋଜନା ପାଇଁ ୫୦ କୋଟି, ‘ମୁଖ୍ୟମନ୍ତ୍ରୀ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ-ସୁନେତ୍ର’ ଯୋଜନା ପାଇଁ ୮୭ କୋଟି, ‘ନିର୍ମଳ’ ଯୋଜନା ପାଇଁ ୭୦ କୋଟି, ‘ଡିଜିଟାଲ୍ ହେଲଥ’ ପାଇଁ ୧୦ କୋଟି, ‘ନିଦାନ’ ପାଇଁ ୯୦ କୋଟି, ‘ଓଡ଼ିଶା ହସ୍ତତନ୍ତ ଓ ହସ୍ତତନ୍ତ ବିକାଶ ଓ ସମୃଦ୍ଧି ସମିତି ପାଇଁ ୨୦ କୋଟି ଟଙ୍କା, ‘ବିଜୁ ଯୁବବାହିନୀ’ ଯୋଜନା ପାଇଁ ୯୦ କୋଟି ଟଙ୍କା ଆଦି ଅନ୍ତର୍ଭୁକ୍ତ ।
ବଜେଟ୍ କୁ ଲୋକାଭିମୁଖୀ, ସମତୁଲ ଓ ଗରିବଙ୍କ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ବଜେଟ୍ କୁ ନୈରାଶ୍ୟଜନକ ବୋଲି କହିଛନ୍ତି । ଏହା ଶ୍ରମିକ ଓ କୃଷକ ବିରୋଧୀ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ବଜେଟ୍ କୁ ଗରିବମାରଣ ବୋଲି ବିଜେପି ମଧ୍ୟ ଆରୋପ ଲଗାଇଛି । ବଜେଟ୍ ରେ ସାଧାରଣ ଜନତା ଓ କୃଷକଙ୍କ ବିକାଶ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ।
Previous Post

ଯାଦୁଆ ବିକୁଛି ଯାଦୁର ମଲମ

Next Post

ବଦଳୁଛି ବିଜେପି ସମୀକରଣ, ଆଉ ଓଡ଼ିଶା ଫେରିବେନି ଧର୍ମେନ୍ଦ୍ର !

Next Post
ବଦଳୁଛି ବିଜେପି ସମୀକରଣ, ଆଉ ଓଡ଼ିଶା ଫେରିବେନି ଧର୍ମେନ୍ଦ୍ର !

ବଦଳୁଛି ବିଜେପି ସମୀକରଣ, ଆଉ ଓଡ଼ିଶା ଫେରିବେନି ଧର୍ମେନ୍ଦ୍ର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA