Monday, May 25, 2026 06:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଟ୍ଟନାୟକ ପରିବାର ଓ ରାହୁଲଙ୍କ ବିରୋଧରେ ଶ୍ରୀକାନ୍ତ ରକ୍ତମୁଖା

by Our Correspondent
20 Jan, 2019- 02:31 PM
in Latest News, News, Politics
1 min read
0
ପଟ୍ଟନାୟକ ପରିବାର ଓ ରାହୁଲଙ୍କ ବିରୋଧରେ ଶ୍ରୀକାନ୍ତ ରକ୍ତମୁଖା

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କାର ହେଲା ପରେ ଶ୍ରୀକାନ୍ତ ଜେନା ରକ୍ତମୁଖା ହୋଇଛନ୍ତି । ପଟ୍ଟନାୟକ ପରିବାରର ଚଉଦ ପୁରୁଷ ଉଦ୍ଧାର କରିବା ସହ ରାହୁଲ ଗାନ୍ଧୀଙ୍କୁ ସିଧା ସାଧା ଟାର୍ଗେଟ୍ କରିଛନ୍ତି । ଖଣି ମାଫିଆ ପଟ୍ଟନାୟକଙ୍କ ପାଲରେ ରାହୁଲ ଗାନ୍ଧୀ ପଡ଼ିଛନ୍ତି ଏବଂ ଖଣି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ନବୀନ ପଟ୍ଟନାୟକଙ୍କ ସହ ମିଶି ମହାଗଠବନ୍ଧନ କରିଛନ୍ତି । ଆସନ୍ତା ୨୪ ତାରିଖରେ ରାହୁଲ ଓଡ଼ିଶା ଆସିବା ଦିନ ଏ ସମ୍ପର୍କରେ ମହାଖୁଲାସା କରିବି । ସାରା ରାଜ୍ୟରେ ବୁଲି ରାହୁଲଙ୍କ ଅପକର୍ମ ଓ ଖଣି ମାଫିଆଙ୍କ ଚେହେରା ଖୋଲିବି ।

ଶ୍ରୀକାନ୍ତ ଜେନା ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏମିତି ମନଇଚ୍ଛା ବର୍ଷିଥିଲେ । ଆରମ୍ଭରୁ ଶେଷ ଯାଏଁ ପଟ୍ଟନାୟକ ପରିବାର ଓ ରାହୁଲ ଗାନ୍ଧୀଙ୍କ ଧ୍ୱଜା ଉଡ଼ାଇଥିଲେ । ତାଙ୍କର ପ୍ରତିଟି ବାକ୍ୟରୁ ବାହାରିଥିଲା ବଜ୍ରବାଣ ।

“ନିରଞ୍ଜନ ପଟ୍ଟନାୟକ ଜଣେ ଖଣି ମାଫିଆ ଏବଂ ଖଣି ଚୋରି କରିଥିବାରୁ ତାଙ୍କ ପରିବାର ଉପରେ ୨୦୦୦ କୋଟି ଟଙ୍କା ଫାଇନ୍ ହୋଇଛି । ସେଥିରୁ ୬୦୦ କୋଟି ଟଙ୍କାର ଫାଇନ୍ ଦେଇ ମୁକୁଳିବାକୁ ଚେଷ୍ଟା କରିଛନ୍ତି । ନିରଞ୍ଜନ ଜଣେ ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି । ହାଇକୋର୍ଟ ଏ ନେଇ ତାଙ୍କୁ ଭର୍ସନା କରିଛନ୍ତି । ଏଭଳି ଜଣେ ବ୍ୟକ୍ତିଙ୍କ ହାତରେ ରାହୁଲ ଦଳର ଦାୟିତ୍ୱ ଦେଲେ । ଖଣି ମାଫିଆଙ୍କ କବଳରୁ ଓଡ଼ିଶାକୁ ରକ୍ଷା କରିବା ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଗତ ଡିସେମ୍ବର ୯ ତାରିଖରେ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଥିଲି । ନବୀନ ପଟ୍ଟନାୟକ-ନିରଞ୍ଜନ ପଟ୍ଟନାୟକ-ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କବଳରୁ ଓଡ଼ିଶାକୁ ରକ୍ଷା କରିବା ପାଇଁ ତାଙ୍କର ସହଯୋଗ ଲୋଡ଼ିଥିଲି । ଦୁଇ ପଟ୍ଟନାୟକ ପରିବାର ଏବଂ ଓଡ଼ିଶାବାସୀଙ୍କ ମଧ୍ୟରୁ କାହା ସାଥୀରେ କଂଗ୍ରେସ ରହିବ ସ୍ଥିର କରନ୍ତୁ ବୋଲି ଅନୁରୋଧ କରିଥିଲି । ପଟ୍ଟନାୟକ ପରିବାର ସହ ରହିବାକୁ ଚାହିଁଲେ ମତେ କଂଗ୍ରେସରୁ ଅବ୍ୟାହତି ଦିଅନ୍ତୁ ବୋଲି ଜଣାଇଥିଲି । ଶେଷରେ ରାହୁଲ ପ୍ରଥମ ରାସ୍ତା ଧରି ପଟ୍ଟନାୟକ ପରିବାର ସହ ରହିବାକୁ ଚାହିଁଛନ୍ତି । ନେହେରୁ ଓ ଗାନ୍ଧୀ ପରିବାରର ଏହି ଦାୟାଦ ନିଜର ସାମାଜିକ ପ୍ରତିଷ୍ଠା ଓ କଂଗ୍ରେସ ଭଳି ପୁରାତନ ଦଳର ମାନମର୍ଯ୍ୟାଦା ଭୁଲୁଣ୍ଠିତ କରିଛନ୍ତି ।”

ଅତୀତରେ ନିରଞ୍ଜନଙ୍କୁ ପିସିସି ସଭାପତି ପଦରୁ ଓ ଭାଇ ସୌମ୍ୟରଂଜନଙ୍କୁ କଂଗ୍ରେସ ଦଳରୁ ହଟାଇବା ପଛରେ ତାଙ୍କର ହାତ ଥିବା ଅଭିଯୋଗ ସଂକ୍ରାନ୍ତରେ ସାମ୍ବାଦିକମାନେ ଶ୍ରୀକାନ୍ତଙ୍କୁ ପଚାରିବାରୁ କ’ଣ ହୋଇଛି କ’ଣ ନାଇଁ ତାହା ରାହୁଲ ଗାନ୍ଧୀ ଜାଣିଛନ୍ତି ବୋଲି କହିଥିଲେ । ପଟ୍ଟନାୟକ ପରିବାରକୁ ସେଇ ରାହୁଲ ଗାନ୍ଧୀ ନାକ ଟେକୁଥିଲେ । ସୌମ୍ୟରଞ୍ଜନ ଏକ କ୍ୟାନସର୍ ଜୀବାଣୁ ବୋଲି ନିଜେ ମତେ କହିଥିଲେ । ଆଗକୁ ଅନେକ କଥାର ଖୁଲାସା କରିବି ବୋଲି ଶ୍ରୀକାନ୍ତ କହିଥିଲେ ।
ଆଗକୁ ନିର୍ବାଚନ ଥିବା ବେଳେ ନିଜ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି ଶ୍ରୀକାନ୍ତ । ଖାଲି କହିଛନ୍ତି, ଗାଁ ଗାଁ ବୁଲି ଓଡ଼ିଶାରେ ପଟ୍ଟନାୟକ ଶାସନର ମୁକ୍ତି ପାଇଁ ପ୍ରଚାର କରିବି । ରାଜ୍ୟରେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାର ଖୁଲାସା କରିବି ।

ସଗରିଆ ବି ଛାଡ଼ିଲେନି, ଟାର୍ଗେଟ୍ ରେ ନିରଞ୍ଜନ-ନରସିଂହ

କଂଗ୍ରେସରୁ ଅନ୍ୟତମ ବହିଷ୍କୃତ ନେତା କୃଷ୍ଣଚନ୍ଦ୍ର ସଗରିଆ ବି ନିରଞ୍ଜନ ପଟ୍ଟନାୟକଙ୍କୁ ନିର୍ଧୂମ ବର୍ଷିଛନ୍ତି । ସାଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କୁ ବି ମନଖୋଲି ଗାଳି କରିଛନ୍ତି । କହିଛନ୍ତି, ତୃତୀୟ ମହଲା ସହ ନରସିଂହଙ୍କର ସିଧାସଳଖ ସମ୍ପର୍କ ରହିଛି । ନିଜ ପୁଅ ପାଇଁ ବିଜେଡ଼ି ଟିକେଟ ଯୋଗାଡ଼ କରିବାକୁ ସେ ଉଦ୍ୟମ ଚଳାଇଛନ୍ତି । ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବାକୁ ମୁଁ ଏଆଇସିସିକୁ କହିଥିଲି । ତାରାଙ୍କର ଆରଏସଏସ ସହ ସମ୍ପର୍କ କଥା ମଧ୍ୟ ଜଣାଇଥିଲି । ମାତ୍ର କିଛି ହେଲା ନାହିଁ । ବର୍ତ୍ତମାନ ବିଜେଡ଼ି ପାଖରେ କଂଗ୍ରେସ ଆତ୍ମସମର୍ପଣ କରିଛି । ଦୁଇ ଦଳକୁ ଖଣି ମାଫିଆ ଚଳୋଉଛନ୍ତି । ନବୀନ-ନିରଞ୍ଜନ-ସୌମ୍ୟଙ୍କ ମଧ୍ୟରେ ଯୋଗସୂତ୍ର ରହିଛି । ଏହା ବିରୋଧରେ ଲଢ଼େଇ ଜାରି ରହିବ । ରାସ୍ତାରେ ବୁଲି ପକୁଡ଼ି ବିକିବି ପଛେ ବିଜେପିକୁ ଯିବି ନାହିଁ ବୋଲି ସଗରିଆ କହିଛନ୍ତି । ଯେଉଁ ଦଳ ଲୋକଙ୍କ ପାଇଁ କାମ କରିବ ତାକୁ ସମର୍ଥନ ଦେବେ ବୋଲି କହିଛନ୍ତି ।
କାହାର କ’ଣ ପ୍ରତିକ୍ରିୟା
ନିରଞ୍ଜନ ପଟ୍ଟନାୟକ: ତାଙ୍କ ବିରୋଧରେ ଶ୍ରୀକାନ୍ତ ଜେନା କରିଥିବା ଅଭିଯୋଗକୁ ହାଲକା ଭାବେ ନେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସେ ମୋ ବିରୋଧରେ କହିବେନି ତ ଆଉ କାହା ବିରୋଧରେ କହିବେ ବୋଲି ଶୁଖିଲା ପ୍ରତିକ୍ରିୟା ଦେଇଛନ୍ତି । ଖଣି ମାଫିଆ ଓ ହାଇକୋର୍ଟଙ୍କ ଭର୍ତ୍ସନା ଅଭିଯୋଗ ଉପରେ ସେ କହିଛନ୍ତି, ଶ୍ରୀକାନ୍ତ ଜେନା ହାଇକୋର୍ଟ କ’ଣ କହିଲେ ପଢ଼ିଛନ୍ତି, ମାତ୍ର ସୁପ୍ରିମକୋର୍ଟଙ୍କ ରାୟ ପଢ଼ିନାହାନ୍ତି । ଶୃଙ୍ଖଳିତ ବ୍ୟକ୍ତି ଦଳରେ ରହିବେ ବୋଲି ସେ କହିଛନ୍ତି ।
ସୌମ୍ୟରଞ୍ଜନ ପଟ୍ଟନାୟକ: ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗକୁ ଅବାସ୍ତବ ଓ ଭିତ୍ତହୀନ କହିଛନ୍ତି ସୌମ୍ୟ । ଶ୍ରୀକାନ୍ତ ନିଜ ଦଳ ସମ୍ପର୍କରେ କମ ମତ ଓ ଅନ୍ୟ ଦଳ ସମ୍ପର୍କରେ ବେଶୀ କହୁଛନ୍ତି । ନିରଞ୍ଜନ ମୋ ଭାଇ, ଇନ୍ଦ୍ରାଣୀ ମୋ ଭାଉଜ ଏକଥା ଅସ୍ୱୀକାର କରି ହେବନି । ତେବେ ପରିବାରକୁ ନେଇ ମୁଁ କେବେ ରାଜନୀତି କରିନାହିଁ ବୋଲି ସୌମ୍ୟ କହିଛନ୍ତି ।
ପ୍ରତାପ ଦେବ: ରାହୁଲ ଗାନ୍ଧୀ-ନବୀନ ପଟ୍ଟନାୟକ ସମ୍ପର୍କ ନେଇ ଶ୍ରୀକାନ୍ତଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । ଏଭଳି ଅଭିଯୋଗ ଅମୂଳକ ଓ ଭିତ୍ତହୀନ । ବିଜେପି ବିରୋଧରେ ଶ୍ରୀକାନ୍ତ କାହିଁକି କିଛି କହୁନାହାନ୍ତି ତାର ଆଗ ସ୍ପଷ୍ଟୀକରଣଣ ଦିଅନ୍ତୁ ବୋଲି ଶ୍ରୀ ଦେବ କହିଛନ୍ତି ।
ସମୀର ମହାନ୍ତି: ଖଣି ମାଫିଆଙ୍କ ଦ୍ୱାରା ରାଜ୍ୟରେ ଶାସନ ଚାଲିଛି ତାହା ସ୍ପଷ୍ଟ ହୋଇଥିବା ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ନବୀନ ଓ ଖଣି ମାଫିଆଙ୍କ ମଧ୍ୟରେ ଡିଲ୍ ହୋଇଛି । ଓଡ଼ିଶାରେ ବିଜେଡ଼ି-କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ଆଜି ଧରାପଡ଼ିଯାଇଛି ବୋଲି ସେ କହିଛନ୍ତି ।
Previous Post

କଂଗ୍ରେସରେ ଚହଳ; ଶ୍ରୀକାନ୍ତ ଜେନା, କୃଷ୍ଣ ସଗରିଆ ଦଳରୁ ବହିଷ୍କୃତ

Next Post

ଏଥର ନିରଞ୍ଜନଙ୍କ ପାଳି ?

Next Post
ଏଥର ନିରଞ୍ଜନଙ୍କ ପାଳି ?

ଏଥର ନିରଞ୍ଜନଙ୍କ ପାଳି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA