Saturday, May 9, 2026 11:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଟ୍ଟନାୟକ ବଂଶ ଉପରେ ତଥାଗତଙ୍କ ହମଲା

by Our Correspondent
26 Feb, 2018- 05:13 PM
in Latest News, Politics
1 min read
1
ପଟ୍ଟନାୟକ ବଂଶ ଉପରେ ତଥାଗତଙ୍କ ହମଲା
ଭୁବନେଶ୍ୱର: ‘ଧରିତ୍ରୀ’ ସମ୍ପାଦକ ତଥାଗତ ସତପଥୀ ଆଜି ତାଙ୍କ ଖବରକାଗଜରେ ଏକ ସମ୍ପାଦକୀୟ ଲେଖିଛନ୍ତି । ବିଜେପିର ଜୋତା ଓ ହତ୍ୟା ରାଜନୀତିକୁ ସମାଲୋଚନା କରିବା ଆଳରେ ଜେବି ଶାସନ ଓ ପଟ୍ଟନାୟକ ପରିବାରର ଗୋହି ଖୋଳିଛନ୍ତି । ବୁଲେଇ ବଙ୍କେଇ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଡକୁ ମାରିଛନ୍ତି ତୀର । ଖଣି, ମଣି, ଗଣମାଧ୍ୟମ, ବ୍ୟବସାୟିକ ଶକ୍ତି ଓ ବିପୁଳ ଅର୍ଥବଳ ଥାଇ ବି ସେମାନେ ଆଜି ଅସ୍ପୃଶ୍ୟ । ସେମାନଙ୍କୁ ସାମାଜିକ ଗ୍ରହଣୀୟତା ମିଳିପାରୁନାହିଁ । ବିଜେଡ଼ି ସେମାନଙ୍କୁ ଗ୍ରହଣ କଲେ ଦଳ ବିନାଶ ହେବା ଥୟ ବୋଲି ତଥାଗତ ପରୋକ୍ଷରେ ଚେତାଇ ଦେଇଛନ୍ତି ।
ସୌମ୍ୟଙ୍କ ବିଜେଡ଼ିମନା ସମ୍ପର୍କରେ ଗତକାଲି ଆମେ ଏକ ଖବର ଲେଖିଥିଲୁ । ସୌମ୍ୟ ବିଜେଡ଼ିକୁ ଆସି ରାଜ୍ୟସଭା ଆସନ ଆଖେଇଥିବାରୁ ବିଜେଡ଼ି ମହଲର ପ୍ରତିକ୍ରିୟା ବି ଜଣାଇଥିଲୁ । ଦଳର ଜଣେ ବରିଷ୍ଠ ମନ୍ତ୍ରୀ ଓ ଉପସଭାପତି ସେମାନଙ୍କ ନାଁ ଗୋପନ ରଖିବା ସର୍ତ୍ତରେ ସୌମ୍ୟଙ୍କୁ କଟୁ ସମାଲୋଚନା କରିଥିଲେ । ବିଜେଡ଼ି ତାଙ୍କୁ ଆଣିଲେ ଦଳ ପାଇଁ ଆତ୍ମଘାତୀ ହେବ ବୋଲି କହିଥିଲେ । ଆଜି ଦଳର ବରିଷ୍ଠ ସାଂସଦ ତଥାଗତ ସତପଥୀ ବୁଲେଇ ବଙ୍କେଇ ଏହାକୁ ଅଧିକ ଶାଣିତ କରିଛନ୍ତି । ନିଜ ଖବରକାଗଜ ସମ୍ପାଦକୀୟରେ ପଟ୍ଟନାୟକ ବଂଶ ଉପରେ ବିଷ ଓଗାଳିଛନ୍ତି । ସେ ଲେଖିଛନ୍ତି, ସେହି ପରିବାରକୁ ଯେ କୌଣସି ରାଜନୈତିକ ଦଳ ସ୍ପର୍ଶ କରୁଛି, ତାହାର ବିନାଶ ସତେ ଯେମିତି ମହାପ୍ରଭୁ ଜଗନ୍ନାଥ କରାଇ ଦେଉଛନ୍ତି । ଅର୍ଥାତ୍ ପଟ୍ଟନାୟକ ପରିବାରକୁ କୌଣସି ରାଜନୈତିକ ଦଳ ସ୍ପର୍ଶ କଲେ ବିନାଶ ନିଶ୍ଚିତ ବୋଲି ତଥାଗତ ଗ୍ୟାରେଣ୍ଟି ଦେଇଛନ୍ତି ।
ଜେବିଙ୍କ ନାଁ ନ ନେଇ ତଥାଗତ ଲେଖିଛନ୍ତି, ଅଶୀ ଦଶନ୍ଧିରେ ଦୀର୍ଘକାଳ ଶାସନ କରିଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ଶାସନ ଓଡ଼ିଶାବାସୀଙ୍କ ମନରେ ଯେଉଁ କ୍ରୋଧ ଜନ୍ମାଇଥିଲା, ତାହା କଂଗ୍ରେସ ଦଳକୁ ଆଜି ପର୍ଯ୍ୟନ୍ତ ଗୋଡ଼ ହାତ ପଙ୍ଗୁ କରି ରଖିଦେଇଛି । କେବଳ ସେତିକି ନୁହେଁ, ସେହି ପରିବାରର ଅନେକ ସଦସ୍ୟ ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟେକ ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ସତ୍ତ୍ୱେ ସେମାନଙ୍କୁ ଓଡ଼ିଶାବାସୀ ଆଜି ପର୍ଯ୍ୟନ୍ତ କ୍ଷମା କରିପାରୁନାହାନ୍ତି । ବିରାଟକାୟ ପରିବାରର ଖଣି, ମଣି, ଗଣମାଧ୍ୟମ ସହିତ ସବୁପ୍ରକାରର ବ୍ୟବସାୟିକ ଶକ୍ତି ଓ ବିପୁଳ ଅର୍ଥବଳ ଥିବା ସତ୍ତ୍ୱେ ସାମାଜିକ ଗ୍ରହଣୀୟତା ମିଳିପାରୁନାହିଁ । ସବୁ ଥାଇ କିଛି ପାଇପାରୁ ନ ଥିବା ଭଳି ହତାଶ ହୋଇ ବୁଲୁଛନ୍ତି ।
ରାଜନୀତିରେ ତିଷ୍ଠିଥିବା ପଟ୍ଟନାୟକ ପରିବାରର ଦାୟାଦ ବୋଲେ ଓଡ଼ିଶାବାସୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବୁଝନ୍ତି । ଆଉ ଭାଇ ନିରଂଜନ ପଟ୍ଟନାୟକ ବୁଝନ୍ତି । ବିଜେଡ଼ି ଶାସନ ଅମଳରେ କେନ୍ଦୁଝର ଜିଲ୍ଲାରୁ ନିରଂଜନ ଲଗାତର ହାରୁଥିବା ବେଳେ ସୌମ୍ୟ ରାଜନୀତିର ମୂଳରୁ ଅସଫଳ ରହିଛନ୍ତି । ବିଜେପିରୁ କଂଗ୍ରେସ ଭାୟା ହୋଇ ନିଜେ ଗଢ଼ିଛନ୍ତି ଆମ ଓଡ଼ିଶା ପାର୍ଟି । ଖଣ୍ଡପଡ଼ାରୁ ନିର୍ବାଚନ ଲଢି ସଫଳ ହୋଇନାହାନ୍ତି । ଏବେ ସେ ବିଜେଡ଼ି ହାତ ଧରିବାକୁ କୁଆଡ଼େ ମନସ୍ଥ କରିଛନ୍ତି । ତେବେ ନୀତି ଓ ଆଦର୍ଶର ଦ୍ୱାହି ଦେଇ ସ୍ୱାଭିମାନର କଥା କହୁଥିବା ସୌମ୍ୟଙ୍କ ବିଜେଡ଼ିମନାକୁ ଦଳରେ ଖାଲି ବିରୋଧ ହେଉନି ବରଂ ସାଧାରଣରେ ସେ କଟାକ୍ଷ ହେଉଛନ୍ତି ।
ଓଡ଼ିଆଙ୍କ ହୃଦୟର କଥା ବୁଝିବାରେ ନବୀନ ଅପାରଗ ଏବଂ ଓଡ଼ିଶା ରାଜ୍ୟରେ ଓଡ଼ିଆ ଭାଷା ଜାଣି ନ ଥିବା ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଦୁର୍ଭାଗ୍ୟ ବୋଲି ସୌମ୍ୟ ବାରମ୍ବାର କହିଛନ୍ତି । ନବୀନ ସରକାରକୁ ଚାଷୀମାରଣ, ଚିଟଫଣ୍ଡ ଟଙ୍କା ଲୁଟେରା ଭଳି ଉପାଧି ଦେଇଥିବା ସୌମ୍ୟ ହଠାତ୍ ନବୀନଙ୍କ ଆଦର୍ଶରେ ଉଦବୁଦ୍ଧ ହେବାକୁ ସେମାନେ ନାକ ଟେକିଛନ୍ତି । କ୍ଷମତା ପାଇଁ ସୌମ୍ୟବାବୁ କ’ଣ ନିଜର ନିଜର ନୀତି, ଆଦର୍ଶ ଓ ସ୍ୱାଭିମାନକୁ ଜଳାଂଜଳି ଦେଇଦେବେ ବୋଲି ବୁଦ୍ଧୀଜୀବୀମାନେ ଆଲୋଚନା କରୁଛନ୍ତି ।
Previous Post

ବିଜେଡ଼ିମନା ସୌମ୍ୟ; ଆଗଠୁଁ ଆଗରେ

Next Post

ହୃଦଘାତ୍ ନୁହେଁ, ବାଥଟବ୍ ରେ ବୁଡ଼ିଗଲେ ଶ୍ରୀଦେବୀ !

Next Post
ହୃଦଘାତ୍ ନୁହେଁ, ବାଥଟବ୍ ରେ ବୁଡ଼ିଗଲେ ଶ୍ରୀଦେବୀ !

ହୃଦଘାତ୍ ନୁହେଁ, ବାଥଟବ୍ ରେ ବୁଡ଼ିଗଲେ ଶ୍ରୀଦେବୀ !

Comments 1

  1. Ayaskanta mohapatra says:
    8 years ago

    Sarpa khoje Bata..Pasigale thare mariba chota..Phala Phala heba gothha.. Nathibe BABAJI nathiba MATHHA…

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA