Saturday, May 9, 2026 10:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିମନା ସୌମ୍ୟ; ଆଗଠୁଁ ଆଗରେ

by Our Correspondent
25 Feb, 2018- 07:02 PM
in Latest News, Politics
1 min read
0
ବିଜେଡ଼ିମନା ସୌମ୍ୟ; ଆଗଠୁଁ ଆଗରେ
ଭୁବନେଶ୍ୱର: କେତେବେଳେ ବିଜେପି ତ ଆଉ କେବେ ବିଜେଡ଼ିମନା । ରାଜନୀତିରେ ବିଫଳତାର ସ୍ୱାଦ ଚାଖି ଚାଖି ନୟାନ୍ତ ହୋଇଯାଇଥିବା ସୌମ୍ୟରଂଜନ ପଟ୍ଟନାୟକଙ୍କର ବିଗତ ବର୍ଷକର ମତିଗତି ଉପରେ ଏଭଳି ଅନେକ ଚର୍ଚ୍ଚା । ତେବେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ସୌମ୍ୟଙ୍କୁ ଏବେ ବିଜେଡ଼ି-ବୈଜୟନ୍ତ ଏପିସୋଡ଼ ନୂଆ ଆଶା ଦେଇଛି । ବିଜେଡ଼ିରେ ପଶିବାକୁ ଏହି ମୌକା ସେ କୁଆଡ଼େ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ନିଜର ଦୁଇ ଦୁଇଟି ମିଡ଼ିଆ ହାଉସ୍ କୁ ପୁଂଜି କରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମନେଇବା ଉଦ୍ୟମ ଆରମ୍ଭ କରିଛନ୍ତି । ରାଜ୍ୟସଭା ଆସନ ଉପରେ ତାଙ୍କରେ ଆଖି । ସାଙ୍ଗକୁ ଶଙ୍ଖ ଚିହ୍ନରେ ଖଣ୍ଡପଡ଼ା କିମ୍ବା ବେଗୁନିଆରୁ ଝିଅକୁ ଏମଏଲଏ କରିବାକୁ ବି ଆଗ୍ରହ ରଖିଥିବା ଚର୍ଚ୍ଚା ହେଉଛି ।
ଦିଲ୍ଲୀରୁ ନିର୍ଭରଯୋଗ୍ୟ ସୂତ୍ରର ଖବର ଅନୁଯାୟୀ ଗତ ୧୪ ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ସୌମ୍ୟମ୍ୟରଂଜନ ତାଙ୍କୁ ସାକ୍ଷାତ କରିଥିଲେ । ସୌମ୍ୟଙ୍କ ଅନୁରୋଧରେ ମନ୍ତ୍ରୀ ପ୍ରତାପ ଜେନା ଏହି ଗୋପନ ସାକ୍ଷାତର ବ୍ୟବସ୍ଥା କରିଥିଲେ । ବିଜେଡ଼ି ପାଇଁ ସେ କାମ କରିବାକୁ ଆଗ୍ରହୀ ଏବଂ ତାଙ୍କୁ ଯେଉଁ ଦାୟିତ୍ୱ ଦେବେ ତାହା କରିବାକୁ ପ୍ରସ୍ତୁତ ବୋଲି ଜଣାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସବୁ ଶୁଣିବା ପରେ ହଉ ଦେଖିବା(ୱି ଉଇଲ୍ ସି) କହି ତାଙ୍କୁ ବିଦାୟ ଦେଇଥିଲେ । ଏହି ଖବର ପଦାକୁ ଆସିଯିବା ପରେ ସୌମ୍ୟ ତାହାକୁ ଅସ୍ୱୀକାର କରିଛନ୍ତି । ହେଲେ ଘଟଣାଟି ନିହାତି ସତ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କୁ ସୌମ୍ୟଙ୍କ ଅନ୍ଧାରି ସାକ୍ଷାତ ନୂଆ ନୁହେଁ । ଗତ ମେ ମାସ ୧୩ ତାରିଖ ସଂଧ୍ୟାରେ ନବୀନ ନିବାସରେ ସୌମ୍ୟଙ୍କୁ ଦେଖିବାକୁ ମିଳିଥିଲା । ସେଦିନ ଦ୍ୱିତୀୟ ଶନିବାର ଛୁଟି ଦିନେ ଥିଲେ ବି ସୌମ୍ୟ ଏକା ଏକା ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ବିଜେଡ଼ିରେ ମିଶିବାକୁ ସେ ଅଫର୍ ନେଇଯାଇଥିଲେ ମଧ୍ୟ ନବୀନଙ୍କ ସାମନାରେ କହିପାରି ନ ଥିଲେ ବୋଲି ପରେ ତାଙ୍କ ନିକଟତମ ସୂତ୍ରରୁ ଜଣାଗଲା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଚାଷୀ, ଚିଟଫଣ୍ଡ ଏବଂ ନିଶା ନିବାରଣ ପ୍ରସଙ୍ଗ ଛଡ଼ା ଆଉ କିଛି କହିପାରି ନ ଥିଲେ । ମୁଖ୍ୟମନ୍ତ୍ରୀ କୁଆଡ଼େ ଏଥରେ କ୍ଷୁବ୍ଧ ହୋଇପଡ଼ିଥିଲେ । ପରେ ଆଉ କେତେଥର  ମୁଖ୍ୟମନ୍ତ୍ରୀଙ୍କ ଭେଟ ଚାହିଁଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳି ନ ଥିଲା । ତେବେ ଏଥର ଦିଲ୍ଲୀରେ ସେ ମନଖୋଲି କଥା ହୋଇ ତାଙ୍କର ମନସ୍କାମନା ପୂରଣ କରିଛନ୍ତି ।
ସେପଟେ ସୌମ୍ୟଙ୍କୁ ଦଳକୁ ଆଣିବା ସପକ୍ଷରେ ବିଜେଡ଼ିର ଅଧିକାଂଶ ନେତା ନାହାନ୍ତି । ତାଙ୍କୁ ଦଳକୁ ଆଣିବା ଆତ୍ମଘାତୀ ହେବ ବୋଲି କହୁଛନ୍ତି । ଦଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ମତରେ ସୌମ୍ୟଙ୍କର ମତିଗତିରେ କିଛି ଠିକଣା ନାହିଁ । ତାଙ୍କୁ କଳନା କରିବା ମୁସ୍କିଲ୍ । ବୈଜୟନ୍ତ ପଣ୍ଡାଙ୍କ ଉଚ୍ଚାଆକାଂକ୍ଷାଠାରୁ ସୌମ୍ୟ ଦୁଇପାଦ ଆଗରେ । ଥରେ ରାଜ୍ୟସଭା ପଳାଇଲେ ସେ ଇନ୍ଦ୍ରଚନ୍ଦ୍ର ମାନିବେନି । ହାତରେ ଦି ଦିଇଟା ମିଡ଼ିଆ ଥିବାରୁ ନବୀନଙ୍କୁ ବ୍ଲାକ ମେଲିଂ କରିବା ସହଜ ହେବ । ବୈଜୟନ୍ତଙ୍କ କ୍ଷେତ୍ରରେ ବିଜେଡ଼ି କରିଥିବା ଭୁଲ୍ ସୌମ୍ୟଙ୍କ କ୍ଷେତ୍ରରେ ରିପିଟ୍ ହେଲେ ନବୀନ ତାଙ୍କୁ ସମ୍ଭାଳିବା କଷ୍ଟ ହେବ ବୋଲି ସେ କହିଛନ୍ତି । ଆଉ ଜଣେ ବରିଷ୍ଠ ଉପସଭାପତି କହିଛନ୍ତି, ସୌମ୍ୟଙ୍କୁ ଯଦି ବିଜେଡ଼ିକୁ ଆଣିବାକୁ ନିଷ୍ପତ୍ତି ହୁଏ ଆମେ ବିରୋଧ କରିବୁ । କଂଗ୍ରେସ ପରିବାରର ଦାୟାଦ ସୌମ୍ୟଙ୍କ ମୁଣ୍ଡରେ କଳଙ୍କର ଅନେକ ବୋଝ । ସେହି ବୋଝକୁ ବିଜେଡ଼ି ମୁଣ୍ଡାଇଲେ କ୍ଷତି ହିଁ କ୍ଷତି । ସୌମ୍ୟଙ୍କ ବଦଳରେ ବରଂ ବିଜୟ ମହାପାତ୍ର କି ଦିଲ୍ଲୀପ ରାୟ ବିଜେଡ଼ିକୁ ଆସିଲେ ଦଳ ପାଇଁ ଆସେଟ୍ । କିନ୍ତୁ ସୌମ୍ୟ ନୁହଁନ୍ତି ବୋଲି ସେ କହିଛନ୍ତି । ଖାଲି ଏ ଦୁଇଜଣ ନୁହଁନ୍ତି ଦଳର ବରିଷ୍ଠଙ୍କଠାରୁ କନିଷ୍ଠଙ୍କ ପର୍ଯ୍ୟନ୍ତ ଅନେକ ସୌମ୍ୟଙ୍କ ସମ୍ଭାବ୍ୟ ବିଜେଡ଼ି ଯୋଗଦାନକୁ ବିରୋଧ କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସୌମ୍ୟ ନିଜ ଖବରକାଗଜରେ ନବୀନଙ୍କ ସ୍ତୁତିଗାନ୍ ଆରମ୍ଭ କରିଥିଲେ ମଧ୍ୟ ତାହା ନବୀନଙ୍କୁ ପ୍ରଭାବିତ କରିପାରିନି । ନବୀନ ଜାଣିଛନ୍ତି ଏଭଳି ଖବର ପଛରେ ସୌମ୍ୟଙ୍କ ମୂଲଚାଲ୍ । ମିଡ଼ିଆ ସପୋର୍ଟ ଦୃଷ୍ଟିରୁ ବୈଜୟନ୍ତଙ୍କ ଶୂନ୍ୟସ୍ଥାନ ପୂରଣ କରିବାରେ ସୌମ୍ୟ ସମର୍ଥ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କିଛି ବୁଝାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଆଗ୍ରହ ଦେଖାଇନାହାନ୍ତି । ଅନ୍ୟପକ୍ଷରେ ଆଜି ଦିଲ୍ଲୀରୁ ଫେରିଲା ପରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରୁ ସୌମ୍ୟ ଯେ ରାଜ୍ୟସଭା ଯାଉନାହାନ୍ତି ତାହା ଏକ ପ୍ରକାର ସଙ୍କେତ ଦେଉଛି । ରାଜନୈତିକ ବ୍ୟକ୍ତି ରାଜ୍ୟସଭା ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୌମ୍ୟଙ୍କ ବ୍ୟାକଗ୍ରାଉଣ୍ଡ ସାମ୍ବାଦିକତା, ରାଜନୀତି ନୁହେଁ ବୋଲ ଯୁକ୍ତି କରାଯାଉଛି ।
ସୂଚନାଯୋଗ୍ୟ, ସୌମ୍ୟ ବିଜେପି ପ୍ରତି ଢ଼ଳିଥିବା କିଛିମାସ ତଳେ ଜୋରଦାର ଚର୍ଚ୍ଚା ହୋଇଥିଲା । ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗତ ସେପ୍ଟେମ୍ବର ୧୭ ତାରିଖ ରାତିରେ ତାଙ୍କୁ ଅମିତ୍ ଶାହାଙ୍କ ଡିନର୍ ପାର୍ଟିରେ ଦେଖିବାକୁ ମିଳିଥିଲା । ତାଙ୍କ ଖବରକାଗଜ ଓ ଟିଭି ବି ବିଜେପି ପ୍ରଶଂସାରେ ଲାଗିଥିଲେ । ଏବେ ବି ତାଙ୍କ ଖବରକାଗଜ ଓ ଟିଭିର ଆଭିମୁଖ୍ୟକୁ ନେଇ ବିଜେଡ଼ିର ସନ୍ଦେହ ରହିଛି ।
Previous Post

ଚୁଲୁବୁଲି ଚାଲିଗଲେ

Next Post

ପଟ୍ଟନାୟକ ବଂଶ ଉପରେ ତଥାଗତଙ୍କ ହମଲା

Next Post
ପଟ୍ଟନାୟକ ବଂଶ ଉପରେ ତଥାଗତଙ୍କ ହମଲା

ପଟ୍ଟନାୟକ ବଂଶ ଉପରେ ତଥାଗତଙ୍କ ହମଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA