Saturday, May 9, 2026 09:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚୁଲୁବୁଲି ଚାଲିଗଲେ

by Our Correspondent
25 Feb, 2018- 02:10 PM
in Latest News, News
1 min read
0
ଚୁଲୁବୁଲି ଚାଲିଗଲେ
ମୁମ୍ବାଇ: ବଲିଉଡ୍ ର ପ୍ରଖ୍ୟାତ ଓ ଚୁଲୁବୁଲି ନାୟିକା ଶ୍ରୀଦେବୀ ଆଉ ଇହଜଗତରେ ନାହାନ୍ତି । ଏକ ବିବାହ ଉତ୍ସବରେ ଯୋଗଦେବାକୁ ଦୁବାଇ ଯାଇଥିବା ଶ୍ରୀଦେବୀ ହୃଦଘାତର ଶିକାର ହୋଇ ସେହିଠାରେ ଟଳିପଳିଲେ । ମେଡ଼ିକାଲ୍ ଯିବା ଯାଏଁ ମଧ୍ୟ ତାଙ୍କର ଜୀବନ ବଂଚିପାରିଲାନି । ହିମତୱାଲାଠାରୁ ଆରମ୍ଭ କରି ଚାନ୍ଦନୀ, ସଦମା, ମମ୍ ଆଦି ସୁପରଡୁପର ଫିଲ୍ମର ରୂପଶ୍ରୀ ନାୟିକା ଶ୍ରୀଦେବୀଙ୍କ ବିୟୋଗ ଖାଲି ବଲିଉଡ୍ ନୁହେଁ ସମଗ୍ର ଦେଶବାସୀଙ୍କ ହୃଦୟକୁ ଚହଲାଇ ଦେଇଛି । ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଆକସ୍ମିକ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଶ୍ରୀଦେବୀ ଯେ ଆଉ ଏହି ଜଗତରେ ନାହାନ୍ତି ତାହା ପ୍ରଶଂସକଙ୍କୁ ବିଶ୍ୱାସ ହେଉନି । ଚାରିଆଡେ ଶୋକ ଖେଳିଯାଇଛି ।
ଦୁବାଇରେ ପୁତୁରା ମୋହିତ୍ ମାରୱାଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ସ୍ୱାମୀ ବୋନି କପୁର ଏବଂ ସାନଝିଅ ଖୁସି ସହ ଯାଇଥିଲେ ଶ୍ରୀଦେବୀ । ବଡ଼ଝିଅ ଜାହ୍ନବୀ ମୁମ୍ବାଇରେ ତାଙ୍କର ପ୍ରଥମ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବାରୁ ଯାଇନଥିଲେ । ତେବେ ବିବାହ ଉତ୍ସବରେ ଉପସ୍ଥିତ ଥିବା ବେଳେ ପାଖାପାଖି ରାତି ୧୨ଟା ବେଳେ ଶ୍ରୀଦେବୀ ମାସିଭ୍ କାର୍ଡିଆକ୍ ଆରେଷ୍ଟ(ହୃଦଘାତ୍)ର ଶିକାର ହୋଇଥିଲେ । ଗୋଟେ ଷ୍ଟ୍ରୋକ୍ ହିଁ ତାଙ୍କର ପ୍ରାଣବାୟୁ ନେଇଯାଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁ ଖବର ପ୍ରଚାର ହେଲା ପରେ ଦୁବାଇଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଶୋକର ଲହରୀ ଖେଳିଯାଇଥିଲା । ବଲିଉଡ୍ ର ବିଶିଷ୍ଟ ବ୍ୟକ୍ତିତ୍ୱ, କଳାକାର, ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଓ ସାଧାରଣ ଜନତାଙ୍କ ପକ୍ଷରୁ ଗଭୀର ଶୋକପ୍ରକାଶ ପାଇଛି । ଆଜି ଦୁବାଇରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀରକୁ ମୁମ୍ବାଇ ଅଣାଯାଉଛି ।
ନୃତ୍ୟ ଓ ଅଭିନୟ ଯାଦୁରେ ଦୀର୍ଘ ୪୦ ଦଶନ୍ଧି ଧରି ବଲିଉଡ୍ ରେ ଆସ୍ଥାନ ଜମାଇଥିଲେ ଶ୍ରୀଦେବୀ । ଖୁବ୍ କମ୍ ବୟସରୁ ସଫଳତାର ଶୀର୍ଷରେ ପହଞ୍ଚଥିଲେ । ପରଦାରେ ଶ୍ରୀଦେବୀଙ୍କୁ ଦେଖିବା ପାଇଁ ଯୁବବର୍ଗ ପାଗଳ ହୋଇଯାଉଥିଲେ । ତାଙ୍କର ଅଭିନୟ ଓ ନୃତ୍ୟ ଛୋଟ ପିଲାଠାରୁ ବୁଢ଼ା ସମସ୍ତଙ୍କ ହୃଦୟ ଛୁଉଁଥିଲା । ଅଶୀ ଓ ନବେ ଦଶକରେ ବଲିଉଡ୍ ରୋମାଣ୍ଟିକ୍ ହିରୋଇନ୍ କହିଲେ ପ୍ରଥମେ ଶ୍ରୀଦେବୀଙ୍କ ନାଁ ଆସୁଥିଲା । ନିଜ ରୂପ, ଅଭିନୟ, ନୃତ୍ୟ ବଳରେ ଦେଶ ବିଦେଶରେ ତାଙ୍କର ସୃଷ୍ଟି ହୋଇଥିଲେ ଅଗଣିତ ପ୍ରଶଂସକ । ୧୯୭୮ ମସିହାରେ ‘ସୋଲୱା ସାୱନ୍’ ଫିଲ୍ମ ଜରିଆରେ ବଲିଉଡ୍ ରେ ତାଙ୍କର ପ୍ରବେଶ ହୋଇଥିଲା । ୫ ବର୍ଷ ପରେ ଜିତେନ୍ଦ୍ରଙ୍କ ସହ ଅଭିନୀତ ‘ହିମତୱାଲା’ ଚଳଚିତ୍ର ତାଙ୍କୁ ଏକାବେଳକେ ଶୀର୍ଷରେ ପହଞ୍ଚାଇଦେଲା । ପରେ ସେ ଆଉ ପଛକୁ ଫେରିନାହାନ୍ତି । ତାଙ୍କ ଅଭିନୟ ଓ ନୃତ୍ୟରେ ଥିଲା ସ୍ୱତନ୍ତ୍ର ଯାଦୁ । ଖାଲି ହିନ୍ଦୀ ନୁହେଁ, ତାମିଲ, ତେଲୁଗୁ, ମାଲାୟଲମ୍, କାନାଡ଼ା ଫିଲ୍ମରେ ଅଭିନୟ କରି ସେ ସୁପରଷ୍ଟାର୍ ହୋଇଥିଲେ । ୨୦୧୩ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଥିଲା ।
ସଫଳତାର ଶୀର୍ଷରେ ଥିଲେ ବି ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ବୋନି କପୁରଙ୍କୁ ବିବାହ କଲା ପରେ ସେ ବଲିଉଡରୁ ଏକପ୍ରକାର ଦୂରେଇ ଯାଇ ସାଂସାରିକ ଜୀବନ ବିତାଇଥିଲେ । ତାଙ୍କର ଦୁଇ ଝିଅ ମଧ୍ୟରୁ ବଡ଼ ଝିଅ ଜାହ୍ନବୀ ଏବେ ବଲିଉଡ୍ ରେ ଏଣ୍ଟ୍ରି ମାରୁଛନ୍ତି । ସ୍ୱାମୀ ଓ ଦୁଇଝିଅଙ୍କ ସେବାଯତ୍ନ ଉପରେ ତାଙ୍କର ବିଶେଷ ଧ୍ୟାନ ଥିଲା । ସମ୍ପୂର୍ଣ୍ଣ ପାରିବାରିକ ଜୀବନ ବିତାଉଥିବା ଶ୍ରୀଦେବୀ ଅନେକ ବର୍ଷ ପରେ ୨୦୧୨ ମସିହାରେ ବଡ଼ ସ୍କ୍ରିନ୍ କୁ ଫେରିଥିଲେ । ଅମିତାଭ ବଚନଙ୍କ ସହ ‘ଇଂଲିଶ୍ ଭିଙ୍ଗଲସ୍’ ରେ ସେ ଅଭିନୟ କରିଥିଲେ । ଏହି ମହାନ୍ କଳାକାରଙ୍କ ବିୟୋଗ ବଲିଉଡ୍ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଶୋକବାର୍ତ୍ତାରେ କହିଛନ୍ତି ।
Previous Post

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ନବୀନ

Next Post

ବିଜେଡ଼ିମନା ସୌମ୍ୟ; ଆଗଠୁଁ ଆଗରେ

Next Post
ବିଜେଡ଼ିମନା ସୌମ୍ୟ; ଆଗଠୁଁ ଆଗରେ

ବିଜେଡ଼ିମନା ସୌମ୍ୟ; ଆଗଠୁଁ ଆଗରେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA