Monday, May 25, 2026 01:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଣ୍ଡା ତୋରାଣିରେ ନିରପେକ୍ଷ !

by Our Correspondent
21 May, 2018- 07:06 PM
in Latest News, News
1 min read
0
ପଣ୍ଡା ତୋରାଣିରେ ନିରପେକ୍ଷ !
ଭୁବନେଶ୍ୱର: ଚଳିତ ସପ୍ତାହ ଆଉଟଲୁକ୍ ର ଜାତୀୟ ସ୍ତମ୍ଭରେ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଏକ ଆର୍ଟିକିଲ୍(ନିବନ୍ଧ) ପ୍ରକାଶ ପାଇଛି । ‘ଦି ପାର୍ଟି ଆଣ୍ଡ ଇଟସ୍ ଏକ୍ସ’ ଶୀର୍ଷକ ଏହି ଆର୍ଟିକିଲ୍ ଟି ଲେଖିଛନ୍ତି ସନ୍ଦୀପ ସାହୁ । ବିଜେଡ଼ିରେ ବୈଜୟନ୍ତଙ୍କ ପ୍ରଭାବଠାରୁ ଆରମ୍ଭ କରି ମାହାଙ୍ଗାରେ ତାଙ୍କୁ ଅଣ୍ଡାମାଡ଼, ଦଳରୁ ସସପେଣ୍ଡ, ତାଙ୍କ ପତ୍ନୀଙ୍କ ପରିଚାଳିତ ଟିଭି ଚାନେଲ୍ କୁ ବିଜେଡ଼ିର ବୟକଟ୍, ଇମ୍ଫା କମ୍ପାନୀ ବିରୋଧରେ ବିକ୍ଷୋଭ, ବୈଜୟନ୍ତଙ୍କ ବିରୋଧରେ ତୃତୀୟ ମହଲା ଅଫିସରଙ୍କ ଷଡ଼ଯନ୍ତ୍ର ଆଦି ସ୍ଥାନ ଦେଇଛନ୍ତି । ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟ ରଖି ସ୍ତମ୍ଭକାର ତାଙ୍କ ନିବନ୍ଧ ଶେଷ କରିଛନ୍ତି ।
ଏକ ଜାତୀୟ ମାଗାଜିନ୍ ରେ ପ୍ରଭାବଶାଳୀ ସାଂସଦ ବୈଜୟନ୍ତଙ୍କୁ ନେଇ ଅବେଳରେ ପ୍ରକାଶିତ ଏହି ଆର୍ଟିକିଲ୍ ରେ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତାହା ହେଲା, ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ଏବଂ ସ୍ଥାନୀୟ କୋର୍ଟ ତାହାକୁ ଅପରାଧିକ ମାମଲା ଭାବେ ଗ୍ରହଣ ପ୍ରସଙ୍ଗଟି ସ୍ଥାନିତ ହୋଇନାହିଁ । କୋର୍ଟ ଏହି ମାମଲାରେ ପୁଲିସକୁ ଅନ୍ୟାନ୍ୟ ଦଫା ସମେତ ୪୨୦ ଦଫାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ଏବଂ ପୁଲିସ ମାମଲା ରୁଜୁ କରି ତଦନ୍ତ ବି ଆରମ୍ଭ କରିଛନ୍ତି । ଜଣେ ସାଂସଦ ମିଥ୍ୟା ସତ୍ୟପାଠ ଦେଇ ୪୨୦ ଦଫାରେ କେସ୍ ଖାଇବା ଭଳି ଏକ ମୁଖ୍ୟ ପ୍ରସଙ୍ଗକୁ ସଂପୃକ୍ତ ସ୍ତମ୍ଭକାର ଭୁଲିଯାଇଛନ୍ତି ନା ଜାଣିଶୁଣି ଛାଡ଼ିଦେଇଛନ୍ତି ତାହା ପ୍ରଶ୍ୱବାଚୀ ସୃଷ୍ଟି କରିଛି ।
ଏଠି ପ୍ରଶ୍ନ
(୧) ସଂପୃକ୍ତ ସ୍ତମ୍ଭକାର ନିତିଦିନିଆ ଖବର ରିପୋର୍ଟିଂରେ ସଂପୃକ୍ତ ନ ଥିବାରୁ ଏହି ବଡ଼ ଖବରଟିକୁ ଭୁଲିଗଲେ କି ?
(୨) ଏହି ସେହି ଲେଖକ ସିଏ ନୁହଁନ୍ତି କି ଯେ ବୈଜୟନ୍ତଙ୍କ ଟିଭି ଚାନେଲ୍ ସଂସ୍ଥାରେ ଏକଦା ଚାକିରି କରୁଥିଲେ ଏବଂ ସଂସ୍ଥା ସହ ଏବେ ବି ଜଡ଼ିତ ?
(୩) ସଂସ୍ଥାର ୱେବପୋର୍ଟାଲ୍ ପାଇଁ ମାସିକିଆ ପାଉଣାରେ ସେ ଜଣେ ନିୟମିତ ସ୍ତମ୍ଭକାର ନୁହଁନ୍ତି କି ?
(୪) ବୈଜୟନ୍ତଙ୍କ ସପକ୍ଷରେ ତାଙ୍କ ଟିଭିରେ ବସି ଖୁଲମଖୋଲା ଓକିଲାତି କରନ୍ତି ନାହିଁ କି ?
ବୈଜୟନ୍ତଙ୍କ ପରିବାର ସଂସ୍ଥାରେ କାର୍ଯ୍ୟ କରୁଥିବା ବରିଷ୍ଠ ସ୍ତମ୍ଭକାର ଶ୍ରୀ ସାହୁ ଆଉଟଲୁକ୍ ପତ୍ରିକାରେ କଣ୍ଟ୍ରିବ୍ୟୁଟର ଭାବେ ଯୋଗଦେବା ପରେ ବୈଜୟନ୍ତଙ୍କ ସପକ୍ଷରେ ଖବର ଛାପିବା କାହାରିକୁ ଆଶ୍ଚର୍ଯ୍ୟ କରୁନାହିଁ । ଶ୍ରୀ ସାହୁ ଜଣେ ମାନ୍ୟଗଣ୍ୟ ସାମ୍ବାଦିକ ଓ ସ୍ତମ୍ଭକାର । ବିବିସି ଭଳି ଆର୍ନ୍ତଜାତୀୟ ସଂସ୍ଥାରେ କାମ କରିବାର ଅଭିଜ୍ଞତା ତାଙ୍କର ଅଛି । ହେଲେ ଏତେ ବଡ଼ ସାମ୍ବାଦିକ/ସ୍ତମ୍ଭକାର ହୋଇ ସାମ୍ବାଦିକତାର ଧର୍ମକୁ ସେ ଭୁଲିଯିବା ସାମ୍ବାଦିକମହଲକୁ ଆଚମ୍ବିତ କରିଛି । ସାଂସଦ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦେଇ କୋର୍ଟ ନିର୍ଦ୍ଦେଶରେ ପୁଲିସଠାରୁ ୪୨୦(ଠକେଇ) କେସ୍ ଖାଇବା ତାଙ୍କ ସ୍ତମ୍ଭରୁ ଲୁଚିଗଲା କେମିତି ? ଜାତୀୟସ୍ତରରେ ବୈଜୟନ୍ତଙ୍କ ଭାବମୂର୍ତ୍ତି ରକ୍ଷା ପାଇଁ ଏହା ଚାଲ୍ ନୁହେଁ ତ ? ସାମ୍ବାଦିକ ନାଁ ନେଇ ସାମ୍ବାଦିକତାର ମୁନରେ ବ୍ୟକ୍ତିଗତ ଏଜେଣ୍ଡାକୁ ସ୍ଥାନିତ କରାଯାଇନାହିଁ କି ?
ସ୍ତମ୍ଭକାର ଭାବେ କେହି ନିଜର ବ୍ୟକ୍ତିଗତ ଏଜେଣ୍ଡାକୁ ସ୍ଥାନିତ କରିବା ତାଙ୍କର ନିଜସ୍ୱ ବ୍ୟାପାର । ସେଥିରେ କାହାରି ଆପତ୍ତି ନାହିଁ । ହେଲେ ସେହି ସ୍ତମ୍ଭକାର ଯବକାଚରେ ନିଜକୁ ନିର୍ଭିକ ଓ ନିରପେକ୍ଷ ଦାବି କରି ଅନ୍ୟ ଉପରକୁ ଅଙ୍ଗୁଳି ଉଠାଇବା ନିଶ୍ଚିତ ଭାବେ ହାସ୍ୟାସ୍ପଦ । ଏକ ୱେବପୋର୍ଟାଲ୍ ର ନିୟମିତ ସ୍ତମ୍ଭରେ ସଂପୃକ୍ତ ସ୍ତମ୍ଭକାର ନିକଟରେ ଓଡ଼ିଶାରେ ବଢ଼ି ଚାଲିଥିବା ୱେବପୋର୍ଟାଲ୍ ଗୁଡ଼ିକ ସମ୍ପର୍କରେ ଏକ ସ୍ତମ୍ଭ ଲେଖିଛନ୍ତି । ଶୀର୍ଷକଟି ହେଉଛି ‘ଛତୁଫୁଟା ୱେବ୍ ପୋର୍ଟାଲ୍: ସମ୍ପଦ ନା ବିପଦ!’ ସେଥିରେ ତାଙ୍କର ଚିନ୍ତା ହୋଇଛି କି ଯେ କୌଣସି ଗୋଟିଏ ପୋର୍ଟାଲ୍ କାହାର ଅଦୃଶ୍ୟ ଇଙ୍ଗିତରେ ଚାଲୁଛି ତାହା ଠଉରାଇବା ଖୁବ୍ କାଠିକର ପାଠ । ଏଭଳି ୱେବ୍ ପୋର୍ଟାଲ୍ ରେ ପ୍ରକାଶିତ ସମ୍ବାଦର ବିଶ୍ୱସନୀୟତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି ।
ସୋସିଆଲ୍ ମିଡ଼ିଆର ବହୁଳ ପ୍ରଚଳନ ପରେ କିଛି ସାମ୍ବାଦିକ ଚାକିରିରେ ରହି ନତୁବା ଚାକିରି ଛାଡ଼ି ୱେବପୋର୍ଟାଲ୍ କରିଛନ୍ତି । ମେନ ଷ୍ଟ୍ରିମ୍ ମିଡ଼ିଆରେ ମାଲିକଙ୍କ ଚାପ ଓ ଅତ୍ୟାଚାରରୁ ମୁକୁଳି ସେମାନେ ସ୍ୱାଧୀନ ଭାବେ ୱେବପୋର୍ଟାଲ୍ ମାଧ୍ୟମରେ ସାମ୍ବାଦିକତାକୁ ଆପଣେଇଛନ୍ତି । ମାତ୍ର ଏହି ଛୋଟ ଛୋଟ ସଂସ୍ଥା ଉପରେ କାହାରି ଅଦୃଶ୍ୟ ଇଙ୍ଗିତକୁ ଟାଣି ନେଇଛନ୍ତି ସଂପୃକ୍ତ ସ୍ତମ୍ଭକାର । ୱେବପୋର୍ଟାଲ୍ ରେ ପ୍ରକାଶିତ ଖବରର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ବୈଜୟନ୍ତ ପଣ୍ଡା ଓ ତାଙ୍କ ଗଣମାଧ୍ୟମ ସଂସ୍ଥା ସହ ଓତଃପ୍ରୋତ ଭାବେ ଜଡ଼ିତ ଗଣମାଧ୍ୟମ ବ୍ୟକ୍ତି ଅନ୍ୟର ନିରପେକ୍ଷତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ କରିବାର ନୈତିକତା ଆସିଲା କେଉଁଠୁ ? ଏହା ଲୋକହସା ଛଡ଼ା କିଛି ନୁହଁ ବୋଲି ଅନେକ ସାମ୍ବାଦିକ ମତ ଦେଇଛନ୍ତି ।
ଯଦି ନିଜେ ଏଡ଼େ ସାଧୁ, ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲାକୁ ଜାତୀୟ ସ୍ତରରେ ଆଲୋଚନା କରିଥିଲେ ତାଙ୍କ ଦମ୍ ଜଣାପଡ଼ିଥାଆନ୍ତା ବୋଲି ଜଣେ ବରିଷ୍ଠ ସାମ୍ବାଦିକ ମତ ଦେଇଛନ୍ତି । ଅନ୍ୟକୁ ପ୍ରବଚନ ଦେବା ପୂର୍ବରୁ ପ୍ରଥମେ ନିଜକୁ ଦେଖିବା ଉଚିତ୍ । ନହେଲେ ଏହା ଭଣ୍ଡ ସାରଥୀ ପ୍ରବଚନ ଭଲି ସମସ୍ତଙ୍କୁ ଶୁଭିବ ବୋଲି ସେ କହିଛନ୍ତି ।
Previous Post

ନବୀନଙ୍କ ଥ୍ରୀ-ଡ଼ି ମନ୍ତ୍ର

Next Post

ଆରପାରିରେ ବଂଶୀଧର ପଣ୍ଡା

Next Post
ଆରପାରିରେ ବଂଶୀଧର ପଣ୍ଡା

ଆରପାରିରେ ବଂଶୀଧର ପଣ୍ଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA