Tuesday, May 26, 2026 04:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପରୀ ରାଇଜର କାହାଣୀ ନୁହଁନ୍ତି ରାନୁ ମଣ୍ଡଳ

by Our Correspondent
28 Aug, 2019- 05:30 PM
in Latest News, National, Story Of The Week
1 min read
0
ପରୀ ରାଇଜର କାହାଣୀ ନୁହଁନ୍ତି ରାନୁ ମଣ୍ଡଳ
ଭୁବନେଶ୍ୱର: ଦେହରେ କୋତରା ଲୁଗା ଆଉ ହାତରେ ଭିକ୍ଷା ଥାଳ । ଭୋକିଲା ପେଟକୁ ଆହାର ଯୋଗାଡ଼ ପାଇଁ କରୁଥିଲେ ସଂଘର୍ଷ । ଷ୍ଟେସନରେ ବୁଲି ବୁଲି ଗାଉଥିଲେ ଗୀତ । ବୟସର ଅପରାହ୍ନ ଛୁଉଁଥିବା ସେହି ବିଧବା, ନିଃସ୍ୱ ମହିଳାଙ୍କର ଦୁନିଆ ଥିଲା ଷ୍ଟେସନ୍ ପ୍ଲାଟଫର୍ମ ଆଉ ପରିଚୟ ଥିଲା ଭିକାରୁଣୀ । ଭିକାରୁଣୀ ମାଆ ବୋଲି ଜନ୍ମକଲା ଝିଅ ବି ପାଖ ଛାଡ଼ିଦେଇଥିଲା ।
ଏହି ଅଖ୍ୟାତ ମହିଳାଙ୍କୁ ନେଇ ଏବେ ସାରା ଦେଶ ହୁଲସ୍ତୁଲ । କୋଟି କୋଟି ଦେଶବାସୀଙ୍କ ହୃଦୟରେ ବନିଛନ୍ତି ରାଣୀ । ଷ୍ଟେସନ୍ ସିଙ୍ଗର୍ ରୁ ରାତାରାତି ପାଲଟି ଯାଇଛନ୍ତି ବଲିଉଡ଼୍ ହିଟ୍ ସିଙ୍ଗର । ତାଙ୍କ କଣ୍ଠର ସୁନୀଳ ସ୍ୱର, ଲୟ ଓ ତାଳ ବଲିଉଡ୍ ର ପ୍ରଖ୍ୟାତ ସଙ୍ଗୀତଜ୍ଞମାନଙ୍କୁ ମୁଗ୍ଧ କରିଛି । ତାଙ୍କ ସ୍ୱରକୁ ହିନ୍ଦୀ ଫିଲ୍ମରେ ସ୍ଥାନ ଦେବାକୁ ଲମ୍ବା ଲାଇନ୍ ଲାଗିଲାଣି । ବିଗ୍ ରିୟଲିଟି ସୋ’ ରେ ତାଙ୍କୁ ଜଜ୍ କରି ବସାଗଲାଣି । ଭିକ୍ଷା ଥାଳି ଧରି ଷ୍ଟେସନ୍ ରେ ଗୀତ ବୋଲୁଥିବା ଏହି ମହିଳା ବଲିଉଡର ନାମୀ ନିର୍ଦ୍ଦେଶକଙ୍କ ପାଇଁ ହୋଇଛନ୍ତି ମୋଷ୍ଟ ୱାଣ୍ଟେଡ଼୍ । ସଲମାନ ଖାଁଙ୍କ ଭଳି ସୁପରଷ୍ଟାର୍ ତାଙ୍କ ଗୀତ ଶୁଣି ଭାବପ୍ରବଣ ହୋଇଛନ୍ତି । ଅଭିନନ୍ଦନ ଓ କୃତଜ୍ଞତାସ୍ୱରୂପ ମୁମ୍ବାଇରେ ୫୫ ଲକ୍ଷିଆ ଫ୍ଲାଟ୍ ଉପହାର ଦେଇଛନ୍ତି ।
ଏହା ହେଉଛି ଭାଗ୍ୟର କରାମତି । ଟାଲେଣ୍ଟ ଥିଲେ ଭାଗ୍ୟ ଆପେ ଆପେ ଚାଲି ଆସେ । ଯାହାର ନିଚ୍ଛକ ଉଦାହରଣ ହୋଇଛନ୍ତି ପଶ୍ଚିମବଙ୍ଗ ରାଣାଘାଟର ୫୯ ବର୍ଷୀୟା ବିଧବା ମହିଳା ରାନୁ ମଣ୍ଡଳ । ଗତ ଦୁଇ ସପ୍ତାହ ଧରି ସୋସିଆଲ୍ ମିଡ଼ିଆ ଏବଂ ମୁଖ୍ୟ ଗଣମାଧ୍ୟମଗୁଡ଼ିକରେ ସେ ଛାଇ ହୋଇଯାଇଛନ୍ତି । ସାରା ଦେଶର ଗଳିକନ୍ଦିରେ ରେ ତାଙ୍କୁ ନେଇ ଚର୍ଚ୍ଚା । ତାଙ୍କ ସ୍ୱରରେ ଲତା ମଙ୍ଗେସକରଙ୍କ ସ୍ୱରର ଛାପ ଦେଖିଛନ୍ତି ଦେଶବାସୀ । ଭିକ ମାଗିବା ପାଇଁ ଗୀତ ଗାଉଥିବା ଅସହାୟା ରାନୁ ଏବେ ସଙ୍ଗୀତ ଜଗତର ହଟ କେକ୍ । ଦିନ କେଇଟାରେ ଯଶ, ଖ୍ୟାତି, ସୁନାମ, ଅର୍ଥ ତାଙ୍କ ପଛରେ ଗୋଡ଼ାଇବା ଆରମ୍ଭ କରିଛି । ଭାରତବର୍ଷର ସେ ହୋଇଛନ୍ତି ମୋଷ୍ଟ ସେଲିବ୍ରିଟି । ଆମେରିକା ଓ ୟୁରୋପରେ ମଧ୍ୟ ରାନୁଙ୍କର ଆଦର ବହୁଳ ଭାବେ ଦେଖିବାକୁ ମିଳୁଛି । ୧୦ ବର୍ଷ ତଳେ ତାଙ୍କୁ ଅଳିଆଗଦା ଭଳି ଛାଡ଼ି ଚାଲିଯାଇଥିବା ଅମାନବୀୟ ଝିଅ ବି ମା ପାଖକୁ ମୁହଁ ଫେରାଇଛି ।
ରାନୁ ମଣ୍ଡଳଙ୍କ ଏହି ଯାତ୍ରା କୌଣସି ରୋମାଞ୍ଚକର ଫିଲ୍ମ ଷ୍ଟୋରୀଠାରୁ ବି କମ୍ ନୁହେଁ । ହୁଏତ ଫିଲ୍ମ ପାଇଁ ଏଭଳି କାଳ୍ପନିକ ଷ୍ଟୋରିଟିଏ ଲେଖିବାକୁ ଲେଖକ ସାହାସ କରିବେ ନାହିଁ ଯାହା ରାନୁଙ୍କ ବାସ୍ତବ ଜୀବନରେ ଘଟିଛି ।
ରାଣାଘାଟ ଷ୍ଟେସନ୍ ରେ ଭିକ ପାଇଁ ବସିଥିବା ରାନୁ ମଣ୍ଡଳ ଗାଉଥିଲେ ଲତା ମଙ୍ଗେସକରଙ୍କର ଲୋକପ୍ରିୟ ଗୀତ ‘ଏକ ପ୍ୟାର କା ନଗମା’ । ରାନୁଙ୍କ କଣ୍ଠର ଚମକରେ ଅଭିଭୂତ ହୋଇଥିଲେ ଜନୈକ ଇଂଜିନିୟରିଂ ଛାତ୍ର ଅତିନ୍ଦ୍ର ଚକ୍ରବର୍ତ୍ତୀ । ଗୀତ ରେକର୍ଡିଂ କରି ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଅପଲୋଡ଼ କରିଥିଲେ । ଏହି ଭିଡ଼ିଓଟି ଏମିତି ଭାଇରାଲ ହେଲା ଯେ ତାହା ବିଶ୍ୱାସ କରିବା କଷ୍ଟ । ରାତାରାତି ରାନୁ ହୋଇଗଲେ ପ୍ରସିଦ୍ଧ ।
ଗୀତଟି ସେ ଏମିତି ଯେ ଗାଉ ଗାଉ ଗାଇ ଦେଇଥିଲେ ତାହା ନୁହେଁ, ସେଥିରେ ସଙ୍ଗୀତର ରାଗରଙ୍ଗ ଭରି ରହିଥିଲା । ପରେ ପରେ ଏକ ରିୟଲିଟି ସୋ’ ରେ ଆମନ୍ତ୍ରିତ ଅତିଥି ହୋଇ ଯାଇଥିବା ରାନୁଙ୍କ ଟାଲେଣ୍ଟ୍ ରେ ଆକର୍ଷିତ ହୋଇଯାଇଥିଲେ ବଲିଉଡ଼୍ ର ପ୍ରଖ୍ୟାତ ସଙ୍ଗୀତ ନିଦେ୍ର୍ଦଶକ ହିମେଶ ରେଶମିୟା । ତାଙ୍କର ଆଗାମୀ ଫିଲ୍ମରେ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇ ସିଧା ରେକର୍ଡିଂ ଷ୍ଟୁଡ଼ିଓକୁ ଡାକିନେଲେ । ଆଉ ରାନୁଙ୍କର ଗୀତ ରେକର୍ଡିଂର ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ସବୁ ରେକର୍ଡ ଭାଙ୍ଗିଦେଲାଣି । ସେ ଗାଇଥିବା ‘ତେରି ମେରି କାହାଣୀ’ ଗୀତ ରିଲିଜ୍ ନହେଉଣୁ ଆଜି ଲୋକପ୍ରିୟତାର ଶୀର୍ଷରେ । ପିଲାଠାରୁ ବୁଢ଼ାବୁଢ଼ୀ ସମସ୍ତେ ଗୁଣୁ ଗୁଣୋଉଛନ୍ତି ସେହି ଗୀତ ।
ରାନୁ ମଣ୍ଡଳଙ୍କ ପଛରେ ଆଜି ଭାଗ୍ୟ ଦୌଡ଼ୁଛି । ମଣିଷର ଟାଲେଣ୍ଟ ଥିଲେ ଭାଗ୍ୟ ପଛରେ କେମିତି ଗୋଡ଼ାଏ, ତାହାର ଜ୍ୱଳନ୍ତ ଉଦାହରଣ ହେଲେ ରାନୁ । ବିଲକୁଲ ଅସମ୍ଭବ ଓ ପରୀ ରାଇଜର କାହାଣୀ ଭଳି ଲାଗୁଥିବା ରାନୁଙ୍କ କାହାଣୀ ଆଜି ଘରେ ଘରେ ଚର୍ଚ୍ଚିତ । ଅତି ସାଧାରଣରୁ ଅସାଧାରଣ ପାଲଟିଥିବା ରାନୁ ସମସ୍ତଙ୍କ ପାଇଁ ନମସ୍ୟ ।
Previous Post

ଆଖି ବୁଜିଲେ ଅରୁଣ ଜେଟଲୀ

Next Post

ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ନିଯୁକ୍ତ

Next Post
ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ନିଯୁକ୍ତ

ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ନିଯୁକ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA