Tuesday, May 26, 2026 05:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଖି ବୁଜିଲେ ଅରୁଣ ଜେଟଲୀ

by Our Correspondent
24 Aug, 2019- 01:25 PM
in Latest News, National, News
1 min read
0
ଆଖି ବୁଜିଲେ ଅରୁଣ ଜେଟଲୀ
ଭୁୁବନେଶ୍ୱର: ବିଜେପି ଭେଟେରାନ୍ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଉ ନାହାନ୍ତି । କିଡ଼ନୀ ଓ କ୍ୟାସନର୍ ଭଳି ଦୂରାସାଧ୍ୟ ରୋଗ ଆଗରେ ହାରିଯାଇଛନ୍ତି ସେ । ଦିଲ୍ଲୀ ଏମସ୍ ରେ ସଙ୍କାଟପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ଜେଟଲୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଦେଶର ଏହି ପ୍ରଖ୍ୟାତ ରାଜନୀତିଜ୍ଞ, ଆଇନଜୀବୀଙ୍କ ମୃତ୍ୟୁ ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ୨୦ ଦିନ ତଳେ ସୁଷମା ସ୍ୱରାଜଙ୍କୁ ହରାଇବାର ଦୁଃଖ ମନରୁ ନ ଲିଭୁଣୁ ଜେଟଲୀଙ୍କ ନିଧନ ସମଗ୍ର ଦେଶ ବିଶେଷକରି ବିଜେପି ପାଇଁ ଅପୂରଣୀୟ କ୍ଷତି ଆଣିଦେଇଛି ।
କିଡ଼ନୀ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଜେଟଲୀଙ୍କର ୨୦୧୮ ମସିହା ମେ ମାସରେ କିଡ଼ନୀ ପ୍ରତିରୋପଣ ହୋଇଥିଲା । ତେବେ ଗତ ଜାନୁଆରୀ ମାସରେ ତାଙ୍କଠାରେ ମାରାତ୍ମକ କ୍ୟାନସର୍ ରୋଗ ଚିହ୍ନଟ ହୋଇଥିଲା । ଚିକିତ୍ସା ପାଇଁ କିଛି ଦିନ ପାଇଁ ନିୟୁର୍କ ଯାଇଥିଲେ । ଶରୀରର ଅସୁସ୍ଥତା କାରଣରୁ ସେ ଦ୍ୱିତୀୟ ପାଳି ମୋଦି ସରକାରରେ ମନ୍ତ୍ରୀ ହେବାକୁ ମନା କରିଥିଲେ । ଚଳିତ ମାସ ୯ ତାରିଖରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଦିଲ୍ଲୀ ଏମସ୍ ରେ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇ ନ ଥିଲା । ଗତ କିଛି ଦିନ ହେଲା ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ ରେ ରଖାଯାଇଥିଲା ।
ସୁପ୍ରିମ୍ କୋର୍ଟର ନାମକରା ଆଇନଜୀବୀ ଅରୁଣ ଜେଟଲୀ ରାଜନୀତିରେ ମଧ୍ୟ ବେଶ ବିଚକ୍ଷଣ ଥିଲେ । ଆଇନ ଓ ଅର୍ଥନୀତି ଉପରେ ତାଙ୍କର ପ୍ରବଳ ଜ୍ଞାନ ଥିଲା । ୧୯୮୯ରେ ଭି.ପି.ସିଂ ସରକାର ଅମଳରେ ସେ ଥିଲେ ଦେଶର ଅତିରିକ୍ତ ସଲିସିଟର ଜେନେରାଲ । ସରକାରଙ୍କ ପକ୍ଷରୁ ବୋଫର୍ସ ମାମଲାର କାଗଜପତ୍ର ସେ ହିଁ ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ସମୟରେ ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସ୍ୱାଧୀନ ଭାବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଦାୟିତ୍ୱ ପାଇଥିଲେ । ପ୍ରଥମ ଥର ପାଇଁ ଡିସଇନଭେଷ୍ଟମେଣ୍ଟ ମନ୍ତ୍ରୀ ଭାବେ ତାଙ୍କୁ ସ୍ୱାଧୀନ ଦାୟିତ୍ୱ ମିଳିଥିଲା । ଆଇନମନ୍ତ୍ରୀ ରାମ ଜେଠାମାଳିନୀଙ୍କ ଇସ୍ତଫା ପରେ ଜେଟଲୀ ସେହି ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ । ୨୦୦୦ ମସିହାରେ ବାଜପେୟୀଙ୍କ ସରକାରରେ ସେ ଆଇନ, ନ୍ୟାୟ, ଜାହାଜ ଚଳାଚଳ ଏବଂ କମ୍ପାନୀ ବ୍ୟାପାର ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ସେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ୨୦୧୪ରେ ମୋଦି ସରକାରରେ ସେ ଏକକାଳୀନ ଭାବେ ଅର୍ଥ, କମ୍ପାନୀ ବ୍ୟାପାର ଏବଂ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟିଥିଲେ ମଧ୍ୟ ଜଣେ ସଫଳ ଅର୍ଥମନ୍ତ୍ରୀ ଭାବେ ପୂରା ୫ ବର୍ଷ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଅର୍ଥମନ୍ତ୍ରୀତ୍ୱ କାଳରେ ବିମୁଦ୍ରାକରଣ ଏବଂ ଜିଏସଟି ପ୍ରଚଳନ ଭଳି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଥିଲା ।
ଉଭୟ ଦଳ ଓ ସରକାରରେ ସଙ୍କଟମୋଚକ ଭୂମିକା ନେଉଥିଲେ ଜେଟଲୀ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ତାଙ୍କୁ ମନ୍ତ୍ରୀ ପଦ ଯଚାଯାଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ସେ ମନ୍ତ୍ରୀ ପଦ ସମ୍ଭାଳିବାକୁ ଅନିଚ୍ଚଶ ପ୍ରକାଶ କରିଥିଲେ ।
ଜେଟଲୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ସବୁ ରାଜନୈତିକ ଦଳର ନେତୃମଣ୍ଡଳୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୁଷମା ସ୍ୱରାଜଙ୍କ ବିୟୋଗ ପରେ ପରେ ଅରୁଣ ଜେଟଲୀଙ୍କ ଭଳି ଆଉ ଜଣେ ରତ୍ନଙ୍କୁ ବିଜେପି ହରାଇ ଦେଇଛି ।
Previous Post

ଚିଦାମ୍ବରମ ନିରାଶ: ୨୬ ଯାଏଁ ସିବିଆଇ ରିମାଣ୍ଡରେ

Next Post

ପରୀ ରାଇଜର କାହାଣୀ ନୁହଁନ୍ତି ରାନୁ ମଣ୍ଡଳ

Next Post
ପରୀ ରାଇଜର କାହାଣୀ ନୁହଁନ୍ତି ରାନୁ ମଣ୍ଡଳ

ପରୀ ରାଇଜର କାହାଣୀ ନୁହଁନ୍ତି ରାନୁ ମଣ୍ଡଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA