Thursday, April 30, 2026 06:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାକିସ୍ଥାନୀ ଟିଭିରେ ଦେବାଶିଷ; ଦେଶର ସମ୍ମାନକୁ ତଳେ ପକାଇଲେ ବିଜେଡ଼ି ବିଧାୟକ

by Our Correspondent
21 Feb, 2019- 07:13 PM
in Latest News, News
1 min read
0
ଭୁବନେଶ୍ୱର: ଦୃଶ୍ୟଟି ଦେଖିଲେ ଛାତି ଥରିଯାଉଛି । ଲଜ୍ଜାରେ ମୁହଁ ତଳକୁ ହୋଇଯାଉଛି । କ୍ଷମତା, ଗର୍ବ ଓ ଅହଂକାର ଆଗରେ ମଣିଷ କେତେ ଛୋଟ ହୋଇଯାଏ ତାହା ଏହି ଭିଡ଼ିଓ ଫୁଟେଜ୍ ଦେଖେଇ ଦେଉଛି । ଦେଶ ପାଇଁ ଜୀବନ ଦେଇଥିବା ନିଜ ଜନ୍ମମାଟିର ଜଣେ ବୀର ସହିଦଙ୍କ ଅନ୍ତିମ ସଂସ୍କାର ବେଳେ ଶାସକ ଦଳର ପ୍ରଭାବଶାଳୀ ବିଧାୟକଙ୍କ ଆଚରଣ ସମସ୍ତଙ୍କୁ ସ୍ତବଧ କରିଦେଇଛି । ବିଧାୟକଙ୍କ ନିଷ୍ଠୁର ଆଚରଣର ଦୃଶ୍ୟ ତମାମ ଦେଶରେ ଭାଇରାଲ ହୋଇଥିଲା ବେଳେ ଆମ ଦେଶର ବୀର ଯବାନଙ୍କୁ ମରଣର ରାସ୍ତା ଧରାଇଥିବା ପାକିସ୍ଥାନ ହାତରେ ପଡ଼ିଛି । ପାକିସ୍ଥାନୀ ଟିଭିରେ ଏହା ବ୍ରେକିଂ ଖବର ପାଲଟିଛି । ପୁଲୱାମାରେ ଯବାନଙ୍କ ଉପରେ ହମଲାକୁ ନେଇ ଭାରତୀୟ ରାଜନେତା କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଓଡ଼ିଶାର ବିଜେଡ଼ି ବିଧାୟକ ସହିଦଙ୍କ ସମ୍ପର୍କୀୟଙ୍କୁ କିଭଳି ଅସମ୍ମାନ କରୁଛନ୍ତି ଭିଡ଼ିଓରେ ତାହା ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ଥାନୀ ଟିଭି ।

ଗତ ୧୪ ତାରିଖ ପୁଲୱାମା ଆତଙ୍କବାଦୀ ହମଲାରେ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରା ସହିଦ ହୋଇଥିଲେ । ସେମାନଙ୍କ ପାର୍ଥିବ ଶରୀରକୁ ନିଜ ନିଜ ଗାଁକୁ ଅଣାଯାଇ ୧୬ ତାରିଖ ରାତିରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍କାର କରାଯାଇଥିଲା । ସହିଦ ମନୋଜଙ୍କୁ ତାଙ୍କ ଗ୍ରାମ ନିଆଳିର ରତନପୁରରେ ସକ୍ରାର ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କଟକ-ବାରବାଟୀ ବିଧାୟକ ଦେବାଶିଷ(ରୁଷି)ସାମନ୍ତରାୟ । ମନୋଜଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ ବେଳକୁ ମନୋଜଙ୍କ ଶବ ନିକଟରେ ଛିଡ଼ା ହୋଇଥିବା ତାଙ୍କର ଜଣେ ଦାଦାଙ୍କୁ ଦେବାଶିଷ ତାଗିଦ୍ କରିବା ସହ ତଣ୍ଟିଆ ମାରି ମାରି ତଳେ କଚାଡ଼ି ଦେଇଥିଲେ । ଦୃଶ୍ୟଟି ସେଠାରେ ଉପସ୍ଥିତ ଅନ୍ୟ ସମସ୍ତଙ୍କୁ ଅବାକ୍ କରିଦେଇଥିଲା । ସେହି ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ଆସିବା ସହ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଜାତୀୟ ଗଣମାଧ୍ୟମରେ ବି ଏହା ବଡ଼ ଖବର ହୋଇଛି ।
ସାରା ରାଜ୍ୟରେ ଏହା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉ ପାଉ ବିଧାୟକ ଶ୍ରୀ ସାମନ୍ତରାୟ ଘଟଣା ପାଇଁ ଦୁଃଖପ୍ରକାଶ କରିବା ସହ କ୍ଷମା ମାଗିଥିଲେ । ସହିଦଙ୍କ ଅନ୍ତେଷ୍ଟିକ୍ରିୟା ବେଳେ ସେଠାରେ କିଛି ଲୋକ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ସେ ଟାଣି ଆଣି ବସାଇ ଦେଇଥିଲେ । ସେହି ବ୍ୟକ୍ତି ମନୋଜଙ୍କ ସମ୍ପର୍କୀୟ ବୋଲି ସେ ଜାଣି ନ ଥିବା ସଫେଇ ଦେଇଥିଲେ । ଦେଶମାତୃକା ପାଇଁ ସହିଦ ହୋଇଥିବା ମନୋଜ ଓ ତାଙ୍କ ପରିବାର ପ୍ରତି ତାଙ୍କ ହୃଦୟରୁ ସମ୍ମାନ ରହିଛି ଏବଂ ଅଜାଣତରେ ଏଭଳି ଘଟଣା ଘଟିଥିବାରୁ ସେ ଦୁଃଖିତ ଓ ମର୍ମହତ ବୋଲି କହିଥିଲେ ।
ତେବେ ବିଧାୟକଙ୍କ ସଫେଇ ଭିଡ଼ିଓରେ କଏଦ ହୋଇଥିବା ସେହି କ୍ରୁରତା ଦୃଶ୍ୟକୁ ଲୋକଙ୍କ ମନରୁ ପାଶୋରା ଯାଉନି । ଭାରତରୁ ଡ଼େଇଁ ପାକିସ୍ଥାନୀ ଟିଭିରେ ଏହା ପ୍ରସାରଣ ହେଲା ପରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଏହା ଭାରତର ସମ୍ମାନ ପ୍ରତି ଆଞ୍ଚ ଆଣିଛି । ମାମଲାଟି ଏବେ ଗମ୍ଭୀର ହୋଇଯାଇଛି ।
Previous Post

ଆଲୁଅରେ ଆସିଥିଲେ, ଅନ୍ଧାରରେ ଯିବେ

Next Post

ଦେବାଶିଷଙ୍କୁ ମିଳିବନି ତ୍ରାହି

Next Post
ଦେବାଶିଷଙ୍କୁ ମିଳିବନି ତ୍ରାହି

ଦେବାଶିଷଙ୍କୁ ମିଳିବନି ତ୍ରାହି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA