Friday, April 17, 2026 04:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ପାଣ୍ଡିଆନ୍-ଟୁ

by Our Correspondent
14 Oct, 2016- 05:47 PM
in Politics
1 min read
0
ପାଣ୍ଡିଆନ୍-ଟୁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅନେକଙ୍କୁ ହୁଏତ ଅଜଣା ଥିବ କି ବିଜେଡ଼ି ସରକାରରେ ଆଉ ଜଣେ ପାଣ୍ଡିଆନ୍ ଙ୍କର ଆବିର୍ଭାବ ବିଷୟରେ । ହଁ, ନବୀନଙ୍କର ଅତ୍ୟନ୍ତ ବିଶ୍ୱସ୍ତ ପାଲଟିଥିବା ଏହି ବାବୁ ଜଣଙ୍କ ହେଉଛନ୍ତି ସୁଜିତ୍ କୁମାର । ମାତ୍ର ୪୨ ବର୍ଷର ଏହି ଯୁବକଙ୍କୁ ଏବେ ସେକେଣ୍ଡ ପାଣ୍ଡିଆନ୍ ବୋଲି କୁହାଯାଉଛି । ପାଣ୍ଡିଆନ୍ ଙ୍କର ସେ ବିକଳ୍ପ ହୋଇନାହାନ୍ତି ସତ ହେଲେ ପାଣ୍ଡିଆନ୍ ଙ୍କ ଭଳି ନବୀନ ତାଙ୍କୁ ନିଜର ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଗ୍ରହଣ କରିନେଇଛନ୍ତି । ସରକାର ଓ ଦଳର ସବୁ ଜଟିଳ ସମସ୍ୟା ସମାଧାନର ରାସ୍ତା ଖୋଜିବାକୁ ପାଣ୍ଡିଆନ୍ ଓ ସୁଜିତ୍ କୁମାରଙ୍କ ଉପରକୁ ଛାଡ଼ିଦେଉଛନ୍ତି ନବୀନ । ଏହି ଦୁହିଁଙ୍କ ପରାମର୍ଶ ହିଁ ନବୀନଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ହେଉଛି । ଅବଶ୍ୟ ସୁଜିତ୍ କୁମାରଙ୍କ ଏଭଳି ଅଭ୍ୟୁଦୟ ବିଜେଡ଼ିର ତଥାକଥିତ ଯୁବ ପାୱାରଫୁଲ ଗୋଷ୍ଠୀକୁ ଇର୍ଷାର ଜଳୋଉଛି । ସୁଜିତ୍ କୁମାରଙ୍କ ଭଳି ଜଣେ ଅନାମଧ୍ୟେୟ ଯୁବକ ନବୀନଙ୍କ ହୃଦୟରେ ବସା ବାନ୍ଧିବା ସେମାନଙ୍କୁ ଅସହ୍ୟ ହୋଇଛି ।

କଳାହାଣ୍ଡିରେ ଜନ୍ମିତ ସୁଜିତ୍ କୁମାର ଜଣେ ଯାହିତାହି ଲୋକ ନୁହଁନ୍ତି । ତାଙ୍କର ପ୍ରୋଫାଇଲ୍ ଆଖି ତରାଟିଲା ଭଳି । ବୁର୍ଲା ଇଂଜିନିୟରିଂ କଲେଜ ଗ୍ରାଜୁଏଟ୍ ସୁଜିତ୍ କୁମାର ବିଶ୍ୱପ୍ରସିଦ୍ଧ ଅକ୍ସଫୋର୍ଡ ୟୁନିଭରସିଟିରୁ ସୋସିଆଲ୍ ଏଣ୍ଟରପ୍ରେନୁଅରସିପ୍ରେ ଡିଗ୍ରୀ ହାସଲ କରିଛନ୍ତି । ହାର୍ଭଡା ସ୍କୁଲରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ପାଠ ପଢ଼ିଛନ୍ତି । ଖାଲି ସେତିକି ନୁହେଁ, ଜେନେଭାସ୍ଥିତ ୱାର୍ଲଡ୍ ଇକୋନମିକ୍ ଫୋରମ୍ ର ଗ୍ଲୋବାଲ୍ ଲିଡରସିପ୍ ଫେଲୋ ହେଉଛନ୍ତି ସୁଜିତ୍ କୁମାର । ଲେକ୍ସମନ୍ତ୍ର ଭଳି ସଂସ୍ଥାର ମ୍ୟାନେଜିଂ ପାର୍ଟନର୍, ୟୁଏନଡିପିର ଆଇସିଟି କୋଅର୍ଡିନେଟର୍ ଏବଂ ଇନଫୋସିସ୍ ର ସଫ୍ଟୱେୟାର ଡେପଲପର୍ ଚାକିରି ଛାଡ଼ି ସେ ଓଡ଼ିଶାକୁ ନିଜ କ୍ୟାରିୟର୍ ସ୍ଥାନ ବାଛିଛନ୍ତି । ରାଜନୀତିରେ ଥିବା ରୁଚି ତାଙ୍କୁ ଓଡ଼ିଶା ଫେରାଇ ଆଣିଛି । ତାହା ପୁଣି ଅଚାନକ ।
ଆମେରିକାରେ ଥିବା ବେଳେ ସୁଜିତ୍ କୁମାରଙ୍କ ଟାଲେଣ୍ଟ ଓ ଦକ୍ଷତାକୁ ପ୍ରଥମେ ଆବିଷ୍କାର କରିଥିଲେ ବାରାକ୍ ଓବାମା । ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କୋର୍ ଗ୍ରୁପ୍ ରେ ସୁଜିତ୍ କୁମାରଙ୍କୁ ସାମିଲ୍ କରି ତାଙ୍କ ଦକ୍ଷତାର ଉପଯୋଗ କରିଥିଲେ ଓବାମା ।

ସେଥିରେ ତାଙ୍କର ଷ୍ଟ୍ରାଟେଜିକାଲ୍ ଦକ୍ଷତାକୁ ସମଗ୍ର ଆମେରିକାରେ ବେଶ୍ ତାରିଫ୍ ମିଳିଥିଲା । ଓବାମା ରାଷ୍ଟ୍ରପତି ହେଲା ପରେ ସୁଜିତ୍ କୁମାରଙ୍କୁ ନିଜ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଚାହିଁଥିଲେ । ମାତ୍ର ସୁଜିତ୍ ଚାହିଁ ନ ଥିଲେ । ଓଡ଼ିଶାକୁ
ଫେରି ସେ କିଛି କରିବାକୁ ମନ ବଳାଇଥିଲେ । ୨୦୧୩ ମସିହାରେ ସଂଯୋଗକୁ ସେ ଗୀତା ମେହେଟ୍ଟାଙ୍କ ଦୃଷ୍ଟିରେ ପଡ଼ିଲେ । ସୁଜିତ୍ ଙ୍କ ଟାଲେଣ୍ଟକୁ ଓଡ଼ିଶାରେ ଉପଯୋଗ କରିବା ଲକ୍ଷ୍ୟରେ ସେ ଭାଇ ନବୀନ ପଟ୍ଟନାୟକଙ୍କ ପାଖକୁ ତାଙ୍କୁ ପଠାଇଲେ । ଆଉ ଥରେ ଦି ଥର କଥାବାର୍ତ୍ତାରେ ନବୀନ ତାଙ୍କ ପ୍ରତି ଆକୃଷ୍ଟ ହୋଇଗଲେ । ୨୦୧୪ ସାଧାରଣ ନିର୍ବାଚନ ବେଳକୁ ସୁଜିତ୍ କୁମାର ନବୀନଙ୍କର ଅତ୍ୟନ୍ତ ବିଶ୍ୱସ୍ତ ପାଲଟିସାରିଥିଲେ । ତାଙ୍କରି ଦାୟିତ୍ୱରେ ଛାଡ଼ିଦେଇଥିଲେ ବିଜେଡ଼ି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି । ଖାଲି ସେତିକି ନୁହେଁ, ନିର୍ବାଚନ ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱରେ ପାଣ୍ଡିଆନ୍ ଙ୍କ ସହଯୋଗୀ ଭାବେ ତାଙ୍କୁ ରଖିଥିଲେ । ଖାସ୍ କରି ବିଜେଡ଼ିର ସ୍ଥିତି ଦୁର୍ବଳ ଥିବା ୪୨ଟି ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀର ପରିଚାଳନା ଭାର ଦେଇଥିଲେ ସୁଜିତ୍ କୁମାରଙ୍କୁ । ସୁଜିତ୍ କୁମାର ନିଜର ବୁଦ୍ଧି,ବଳ ଓ କୌଶଳ ଖଟାଇ ଦେଇଥିଲେ ସେଥିପାଇଁ । ତାଙ୍କର ଅକ୍ଲାନ୍ତ ପରିଶ୍ରମର ଫଳ ବି ପାଇଲେ ନବୀନ । ୩୬ ଟି ଆସନରେ ବିଜେଡ଼ିକୁ ବିଜୟର ସ୍ୱାଦ ଆଣିଦେଇଥିଲେ ସୁଜିତ୍ କୁମାର । କୁହାଯାଉଛି, ସୁଜିତ୍ କୁମାରଙ୍କ ବିଚକ୍ଷଣ ନିର୍ବାଚନ ଷ୍ଟ୍ରାଟେଜି ଖୋଦ୍ ନବୀନଙ୍କୁ ଆଚମ୍ବିତ କରିଥିଲା । ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଆସିଲା ପରେ ନବୀନଙ୍କ ପାଇଁ ସେ ବଡ଼ ଆସେଟ୍ ହୋଇଛନ୍ତି । ଓଡ଼ିଶା ଯୋଜନା ବୋର୍ଡର ଓଏସଡ଼ି
କମ୍ ସ୍ପେଶାଲ୍ ସେକ୍ରୋଟାରୀ ଭାବେ ନାମକୁ ମାତ୍ର ଥଇଥାନ କରି ଦଳ ଓ ସରକାରର ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରାଟେଜି ପ୍ରସ୍ତୁତିରେ ଲଗାଇଛନ୍ତି । ପାଣ୍ଡିଆନ୍ ଙ୍କ ସହଯୋଗୀ ଭାବେ ସେ ସରକାର ଓ ବିଜେଡ଼ିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛନ୍ତି ।

ପାଣ୍ଡିଆନ୍ ସରକାରୀ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହୁଥିବାରୁ ସୁଜିତ୍ କୁମାରଙ୍କ ଦାୟିତ୍ୱ ଅଧିକ ବଢ଼ିଯାଇଛି । ନବୀନଙ୍କ ଭାବମୂର୍ତ୍ତି ଅକ୍ଷୂର୍ଣ୍ଣ ରଖିବା କାମରେ ଦିନରାତି ଲାଗିପଡ଼ିଛନ୍ତି । ମହାନଦୀ ବିବାଦରେ ରାଜ୍ୟ ସରକାରଙ୍କ ପକ୍ଷ ରକ୍ଷାରେ ସୁଜିତ୍ କୁମାର ବହୁ ପରିଶ୍ରମ କରିଥିବା କୁହାଯାଉଛି । ନିକଟରେ ବେଙ୍ଗାଲୁରୁ ଇନଭେଷ୍ଟର୍ସ ମିଟ୍ ର ସଫଳ ଆୟୋଜନରେ ସୁଜିତ୍ କୁମାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଜିକାଲି ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ଭାଷଣକୁ ସୁଜିତ୍ କୁମାର ହିଁ ଲେଖୁଛନ୍ତି । ନବୀନଙ୍କ ଟ୍ୱିଟର୍ ଆକାଉଣ୍ଟକୁ ବି ପରିଚାଳନା କରୁଛନ୍ତି ସେ । ମୋଟାମୋଟି ଭାବେ ସରକାର ଓ ବିଜେଡିକୁ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମକୁ ଆଣିବା ପଛରେ ସୁଜିତ୍ କୁମାର ହିଁ ବ୍ରେନ୍ ଖଟାଇଛନ୍ତି ।

ପରଦା ପଛରେ ସୁଜିତ୍ କୁମାରଙ୍କ ଏଭଳି ଭୂମିକା ପାୱାର୍ କରିଡ଼ରରେ ଆଉ କାହାରିକୁ ଅଛପା ନାହିଁ । କଳାହାଣ୍ଡିର ଏହି ଯୁବକଙ୍କୁ ଓଡ଼ିଶାର ପ୍ରଶାନ୍ତ କିଶୋର ବୋଲି ଆଖ୍ୟା ଦିଆଗଲାଣି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ସୁଜିତ୍ କୁମାର ବିଜେଡ଼ି ଷ୍ଟ୍ରାଟେଜି ତିଆରି କଲେଣି । ଖାଲି ସେତିକି ନୁହେଁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବି ପ୍ରସ୍ତୁତି ଆରମ୍ଭ କରିଦେଲେଣି ସେ । ଅବଶ୍ୟ ସୁଜିତ୍ କୁମାର ନବୀନଙ୍କର ଅତ୍ୟସ୍ତ ଭରସା ଓ ଆସ୍ଥାଭାଜନ ହୋଇଥିଲେ ବି ପାଣ୍ଡିଆନ୍ ଙ୍କ ସ୍ଥାନ ନେଇପାରିନାହାନ୍ତି । ଆଜି ବି ପାଣ୍ଡିଆନ୍ ହେଉଛନ୍ତି ନବୀନଙ୍କ ଏକ ନମ୍ବର ବିଶ୍ୱସ୍ତ ଓ ପରାମର୍ଶଦାତା । ସେହି ଦୃଷ୍ଟିରୁ ସୁଜିତ୍ କୁମାରଙ୍କୁ ପାଣ୍ଡିଆନ୍- ଟୁ ବୋଲି କୁହାଯାଉଛି । ଆଉ ପାଣ୍ଡିଆନ୍-ସୁଜିତ୍ ଯୋଡିର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବିଜେଡ଼ିର ତଥାକଥିତ୍ ପାୱାରଫୁଲ୍ ଯୁବଗୋଷ୍ଠୀ । ନାଲିବତୀ ଗାଡ଼ି ଚଢ଼ୁଥିଲେ ମଧ୍ୟ ନବୀନଙ୍କ ପାଖରେ ସେମାନଙ୍କ କାଟତି କ’ଣ ତାହା ସେମାନେ ଜାଣୁଛନ୍ତି । ଅଜାଗା ଘା ଦେଖାଇ ପାରୁନାହାନ୍ତି କି ନିଜେ ଦେଖିପାରୁନାହାନ୍ତି ।

Previous Post

ନବୀନଙ୍କ ମନ୍ତ୍ରୀ ବନାମ ହାକିମ୍

Next Post

ବାଃରେ ବାଃରେ କାଟଜୁ !

Next Post
ବାଃରେ ବାଃରେ କାଟଜୁ !

ବାଃରେ ବାଃରେ କାଟଜୁ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA