Wednesday, April 29, 2026 07:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପିଏମ୍ ଙ୍କ ପ୍ରିନସପାଲ୍ ସେକ୍ରେଟାରୀ ହେଲେ ପ୍ରମୋଦ ମିଶ୍ର

by Our Correspondent
11 Sep, 2019- 07:04 PM
in Latest News, National, News
1 min read
0
ପିଏମ୍ ଙ୍କ ପ୍ରିନସପାଲ୍ ସେକ୍ରେଟାରୀ ହେଲେ ପ୍ରମୋଦ ମିଶ୍ର
ନୂଆଦିଲ୍ଲୀ: ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ର ଟପ୍ ପୋଷ୍ଟ ଅଳଙ୍କୃତ କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ବା ପ୍ରିନସପାଲ୍ ସେକ୍ରେଟାରୀ ପଦରେ ତାଙ୍କୁ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ପ୍ରମୁଖ ସଚିବ ପଦରେ ଥିଲେ । ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ପ୍ରିନସପାଲ୍ ସେକ୍ରେଟାରୀ ପଦ ଶ୍ରୀ ମିଶ୍ରଙ୍କ ପାଖକୁ ଆସିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟପ୍ ପୋଷ୍ଟ ପାଇବାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡ଼ିଆ ।
୧୯୭୨ ବ୍ୟାଚ୍ ଗୁଜୁରାଟ କ୍ୟାଡରର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଉଭୟ ଗୁଜୁରାଟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି । ନରେନ୍ଦ୍ର ମୋଦି ଗୁରୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ରରେ କୃଷି ସଚିବ ଥାଇ ୨୦୦୮ରେ ସେ ଚାକିରିରୁ ଅବସର ନେଇଥିଲେ । ତେବେ ଅବସର ପରେ ମୋଦି ତାଙ୍କୁ ଗୁଜୁରାଟ ଇଲେଟ୍ରିସିଟି ରେଗୁଲେଟୋରି କମିଶନ(ଜିଇଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ୨୦୧୩ ଅଗଷ୍ଟରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦି ଦାୟିତ୍ୱ ନେଲା ପରେ ଶ୍ରୀ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟ(ପିଏମଓ)ରେ ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ଶ୍ରୀ ମିଶ୍ର ଥିଲେ ମୋଷ୍ଟ ପାୱାରଫୁଲ୍ ବ୍ୟୁରୋକ୍ରାଟ୍ ।
ଏବେ ମୋଦି ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଶ୍ରୀ ମିଶ୍ରଙ୍କୁ ଗତ ଜୁନ୍ ୧୧ ତାରିଖରେ ପୁନଃନିଯୁକ୍ତି ଦିଆଯାଇଥିଲା । ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କ ସହ ଶ୍ରୀ ମିଶ୍ରଙ୍କ ପୁନଃନିଯୁକ୍ତିକୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହ ଦୁହିଁଙ୍କ କାର୍ଯ୍ୟକାଳକୁ ମିଶାଇ ଦିଆଯାଇଥିଲା । ତେବେ ଅଗଷ୍ଟ ୩୦ରେ ନୃପେନ୍ଦ୍ର ମିଶ୍ର ତାଙ୍କ ଦାୟିତ୍ୱ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଆଉ ଶେଷରେ ପ୍ରମୋଦ ମିଶ୍ରଙ୍କ ଉପରେ ପିଏମଓ ଦାୟିତ୍ୱ ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ ।
ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିବା ପ୍ରମୋଦ ମିଶ୍ର ୧୯୭୦ ମସିହାରେ ଗଙ୍ଗାଧର ମେହେର କଲେଜରୁ ଡିଷ୍ଟିଂସନ୍ ସହ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ବିଏ ପାସ୍ କରିଥିଲେ । ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାରେ ସେ ଥିଲେ ଓଡ଼ିଶାର ପ୍ରଥମ ଛାତ୍ର । ଦିଲ୍ଲୀ ସ୍କୁଲ ଅଫ ଇକନୋମିକସ୍ ରୁ ପ୍ରଥମ ଶ୍ରେଣୀରେ ଏମଏମ୍ ପାସ୍ କଲା ପରେ ଲଣ୍ଡନର ସୁସେକ୍ସ ବିଶ୍ୱବିଦ୍ୟାଳୟରୁ ଇକୋନମିକ୍ସ ଡେଭେଲପମେଣ୍ଟ ଷ୍ଟଡିଜ୍ ରେ ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ ।
କେବଳ ଜଣେ ବିଚକ୍ଷଣ ବ୍ୟୁରୋକ୍ରାଟ୍ ନୁହଁନ୍ତି, ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଲେଖାଗୁଡ଼ିକ ବହୁ ଆନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ତାଙ୍କର ଦକ୍ଷତାକୁ ନିକଟରେ ଜାତିସଂଘ ସ୍ୱୀକୃତି ଦେଇଛି । ଦିଲ୍ଲୀ ପାୱାର କରିଡ଼ରେ ମୋଷ୍ଟ ପାୱାରଫୁଲ ଭାବେ ବିବେଚିତ ହୋଇ ଆସୁଥିବା ପ୍ରମୋଦ ମିଶ୍ର ପିଏମଓ ଅଫିସ୍ ର ଟପ୍ ପୋଷ୍ଟକୁ ଯିବା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ ।
Previous Post

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ୩ ମାସ କୋହଳ ହେଲା ଟ୍ରାଫିକ୍ ଧରପଗଡ଼

Next Post

ଟ୍ରାଫିକ୍ ଧରପଗଡ଼ ଖୋଲିଦେଲା ଖାକି ଗୁମର

Next Post
ଟ୍ରାଫିକ୍ ଧରପଗଡ଼ ଖୋଲିଦେଲା ଖାକି ଗୁମର

ଟ୍ରାଫିକ୍ ଧରପଗଡ଼ ଖୋଲିଦେଲା ଖାକି ଗୁମର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA