Tuesday, May 26, 2026 05:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ମାତିଲେ…

by Our Correspondent
18 Jan, 2018- 11:45 PM
in Latest News, Politics
1 min read
0
ପୁଣି ମାତିଲେ…
ଭୁବନେଶ୍ୱର: ନିଶ୍ଚିନ୍ତକୋଇଲି ପରି ଡେରାବିଶରେ ନିଜର ତାକତ୍ ଦେଖାଇବେ ସାଂସଦ ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ ତାରିଖରେ ଡେରାବିଶ ବ୍ଲକ୍ ର ଗୁଆଳସିଂଠାରେ ଏମପିଲାଡ୍ ଓ ରାଜ୍ୟ ସରକାରଙ୍କ ମିଳିତ ପାଣ୍ଠିରେ ନିର୍ମିତ ଅଡ଼ିଟୋରିୟମ୍ କୁ ଉଦଘାଟନ କରିବେ । କଣ୍ଟା ବାଡରେ ଲୁଗା ପକାଇ କଳି କଲା ଭଳି ସେଠି ବିଜେଡ଼ି-ବିଜେଡ଼ି ମୁକାବିଲାର କ୍ଷେତ୍ର ପ୍ରସ୍ତୁତ ହୋଇଛି । ବୈଜୟନ୍ତ ଆଜି ଟୁଇଟ୍ ଯୋଗେ ଅଡିଟୋରିୟମ୍ ଉଦଘାଟନ ବିଷୟ ଜଣାଇ ବିରୋଧୀ ଶକ୍ତିଙ୍କୁ ଚିଡ଼ାଇଛନ୍ତି । ଆଉ ଟାର୍ଗେଟ୍ କରିଛନ୍ତି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ । ତାଙ୍କୁ ବିରୋଧ ହେଲେ କଡ଼ା ଜବାବ ଦିଆଯିବ ବୋଲି ସମର୍ଥକଙ୍କ ପାଟିରେ ଚେତାବନୀ ଦେଇଛନ୍ତି । ବୈଜୟନ୍ତଙ୍କ ଏକପାଖିଆ କାର୍ଯ୍ୟକୁ ବିରୋଧ କରୁଥିବା ବ୍ଲକ୍ ଅଧ୍ୟକ୍ଷ ସରୋଜ ସାହୁଙ୍କ ବିରୋଧରେ ଲଢ଼େଇକୁ ଛାଡ଼ିଛନ୍ତି ଗୁଆଳସିଂ ସରପଞ୍ଚ ବଟକୃଷ୍ଣ ସେଠୀଙ୍କୁ ।
ନିଶ୍ଚନ୍ତକୋଇଲି(ବୁହୋଳ)ପାଣିଟାଙ୍କି ଉଦଘାଟନରେ ସାଂସଦଙ୍କୁ ବିରୋଧ କରିଥିଲେ ସ୍ଥାନୀୟ ବିଜେଡ଼ି ନେତୃତ୍ୱ । ବିଜେଡ଼ି କର୍ମୀଙ୍କ ସହ ସାଂସଦ ସମ୍ପର୍କ ରଖିନାହାନ୍ତି କି ଅଞ୍ଚଳକୁ ଆସୁନଥିବା ଅଭିଯୋଗ କରି ସେମାନେ ବିରୋଧ କରିଥିଲେ । ମାତ୍ର ବିରୋଧୀଙ୍କୁ ସାଇଜ୍ କରି ନିଜର ତାକତ୍ ଦେଖାଇବାକୁ ସାଂସଦ ସବୁ କିଛି ଲଢ଼ାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ଜଣାଇବା ବଦଳରେ ଓଲଟି ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଆଟାକ୍ ଆରମ୍ଭ କରିଥିଲେ । ଏହି ବାଟରେ ଦଳର ସୁପ୍ରିମୋଙ୍କୁ ପରୋକ୍ଷ ଟାର୍ଗେଟ୍ କରିଥିଲେ ବୈଜୟନ୍ତ । ଏବେ ଡେରାବିଶରେ ଅଡ଼ିଟୋରିୟମ୍ ଉଦଘାଟନ ପର୍ବ ପାଇଁ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି । ସ୍ଥାନୀୟ ନେତାଙ୍କ ସହ ସାଂସଦ ସମ୍ପର୍କ ରଖିନାହାନ୍ତି ଏବଂ ଅଡ଼ିଟୋରିୟମ୍ ଉଦଘାଟନ ପାଇଁ ଆମନ୍ତ୍ରଣ କରିନାହାନ୍ତି ବୋଲି ବ୍ଲକ୍ ଅଧ୍ୟକ୍ଷ କହିଛନ୍ତି । ଟୁଇଟ୍ ରେ ଏହାକୁ ଛାଡ଼ି ବୈଜୟନ୍ତ ଦଳୀୟ ନେତାଙ୍କୁ ଅଣଦେଖା କରିବା ସହ ତିକ୍ତତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣି ବିରୋଧ କରିଛନ୍ତି । ସେପଟେ ବୈଜୟନ୍ତ କ୍ୟାମ୍ପ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି । ସାଂସଦଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ହୋଇଥିବା ତାଙ୍କ ବ୍ୟକ୍ତିଗତ ସଚିବ ସଫେଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଅଡ଼ିଟୋରିୟମ୍ ଉଦଘାଟନ ଆଳରେ ପୂର୍ବ ବିବାଦକୁ ଅଧିକ ତେଜିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ସ୍ପଷ୍ଟ ହୋଇଛି ।
ଘଟଣା ଯାହା ହେଉନା କାହିଁକି, ବୈଜୟନ୍ତ ଯେ ବିଜେଡ଼ିରେ ନାହାନ୍ତି ତାଙ୍କ କାର୍ଯ୍ୟକଳାପ କହିଦେଇଛି । ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ଭାବମୂର୍ତ୍ତି ତଳିତଳାନ୍ତ କରିବାକୁ ତାଙ୍କର ଉଦ୍ୟମ ସୀମା ଡ଼େଇଁଗଲାଣି ତାହା ମଧ୍ୟ ଦଳୀୟ ନେତାଙ୍କର ଅନୁଭବ ହୋଇଛି । କିଛି ମୁଷ୍ଟିମେୟ ସମର୍ଥକଙ୍କୁ ଧରି ନିଜକୁ ଆଉ ବିଜେଡ଼ି ନେତା ବୋଲାଇବା ବୈଜୟନ୍ତଙ୍କୁ ଲୋକହସା କରିବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସେମାନେ କହିଛନ୍ତି । ଟିଭି ହାତରେ ଅଛି ବୋଲି କେତେଦିନ ନିଜକୁ ଶକ୍ତିଶାଳା ଦେଖାଇବେ ବୋଲି ପ୍ରଶ୍ନ କରିଛନ୍ତି ।
Previous Post

ମନୋରଂଜନ ମିଶ୍ରଙ୍କ ସ୍ପଷ୍ଟୀକରଣ

Next Post

ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ

Next Post
ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ

ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA