Monday, May 25, 2026 03:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୂରା ଫିଟ୍ ଅଛନ୍ତି ନବୀନ

by Our Correspondent
05 Apr, 2019- 11:25 PM
in Latest News, News, Politics
1 min read
0
ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଏବଂ ଚାଲିବୁଲି ପାରୁନାହାନ୍ତି ବୋଲି ପ୍ରଚାର କରୁଥିବା ନେତା, ମିଡ଼ିଆ ଓ ବ୍ୟକ୍ତିବିଶେଷଙ୍କ ହୋସ୍ ଉଡ଼ାଇ ଦେଲା ଭଳି ଏକ ଭିଡ଼ିଓ ମାର୍କେଟ୍ କୁ ଆସିଛି । ଉକ୍ତ ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ୨ ମିନିଟ୍ ୮ ସେକେଣ୍ଡର ଏହି ଭିଡ଼ିଓ ଫୁଟେଜ୍ ଟି ନବୀନଙ୍କ ଫିଟନେସ୍ ବଖାଣିଛି । ସଦାସର୍ବଦା ଧଳା କୁର୍ତ୍ତା, ପାଇଜାମାରେ ଦେଖା ଦେଉଥିବା ନବୀନଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳୁଛି । କଳା ଟି ସାର୍ଟ ସାଙ୍ଗକୁ ଗ୍ରେ କଲର୍ ଟ୍ରାକ୍ ପ୍ୟାଣ୍ଟ , କଳା ଜୋତା ପିନ୍ଧି ଦୌଡୁଛନ୍ତି ନବୀନ । ତାଙ୍କର ମନ ଓ ଶରୀରରେ ଦେଖାଯାଉଛି ୪୦ ବର୍ଷର ଯୁବ ସୁଲଭତା ।
ନିଜ ଘର ନବୀନ ନିବାସରେ ଟ୍ରାକ୍ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି ନବୀନ ବ୍ୟାୟାମ୍ ଓ ଯୋଗ କରୁଛନ୍ତି । ବଗିଚାରେ ମର୍ଣ୍ଣିଂ ୱାକ୍, ମାରାଥନ୍ ଦୌଡ଼ୁଛନ୍ତି । ସୂର୍ଯ୍ୟ ନମସ୍କାର କରୁଛନ୍ତି । ଜିମ୍ ରେ ଝାଳ ବୁହାଉଛନ୍ତି । ଜଗିଂ କରୁଛନ୍ତି । ଡମ୍ବଲ୍ ଟେକୁଛନ୍ତି । ତେବେ ନିଜର ଫିଟନେସ୍ ଓ ତାକତ୍ କୁ ବ୍ୟାୟାମ ଭିତରେ ସୀମିତ ରଖିନାହାନ୍ତି ନବୀନ । ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ କରିବାକୁ ମୁଁ ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଛନ୍ତି ନବୀନ ।
ଭିଡ଼ିଓଟି ଦେଖିଲା ପରେ ଏହା ସ୍ପଷ୍ଟ ଜଣାଇ ଦେଉଛି ଯେ ନବୀନ ପୂରା ଫିଟ୍ ଅଛନ୍ତି ଏବଂ ରାଜ୍ୟସାରା ବୁଲି ନିର୍ବାଚନ ପ୍ରଚାର କରିବାକୁ ଶତ ପ୍ରତିଶତ ସମର୍ଥ । ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ କି ବୟସର ବାଧକତା ନାହିଁ ।
ନବୀନଙ୍କ ଏହି ଫିଟନେସ୍ ଭିଡ଼ିଓର ପ୍ରସ୍ତୁତକର୍ତ୍ତା ଖୋଦ ନିଜେ ନବୀନ ବୋଲି ଜଣାପଡ଼ିଛି । ସେ ଅସୁସ୍ଥ ଓ ଚଲାବୁଲା କରିବାକୁ ସକ୍ଷମ ନୁହଁନ୍ତି ବୋଲି ବିରୋଧୀମାନେ ପ୍ରଚାର ଚଳାଇଥିବାରୁ ସମ୍ଭବତଃ ସେ ଏହି ଭିଡ଼ିଓ ଜରିଆରେ ଜବାବ ଦେବାକୁ ଚାହିଁଛନ୍ତି । ସବୁଠାରୁ କୌତୁହଳର କଥା ହେଲା ଗତ ୨ ତାରିଖରେ ଜୟପୁର ନିର୍ବାଚନ ପ୍ରଚାର ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଲେଇ ବଙ୍କେଇ ନବୀନଙ୍କ ସ୍ୱାସ୍ଥ୍ୟ ଆଡକୁ ଆକ୍ଷେପ କରିଥିଲେ । ଓଡ଼ିଶାବାସୀଙ୍କ ପାଇଁ ଭଲ ଭାବରେ ଛିଡ଼ା ହୋଇପାରୁଥିବା ଏକ ଫିଟ୍ ନେତା ଓ ସରକାର ଦରକାର ବୋଲି ଭାଷଣରେ କହିଥିଲେ ।
ଏମିତିରେ ତାଙ୍କ ଦଳର ସଭାପତି ଅମିତ୍ ଶାହା,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ନବୀନଙ୍କ ସ୍ୱାସ୍ଥ୍ୟ ନେଇ ପରୋକ୍ଷରେ ତାତ୍ସଲ୍ୟ କରିଥିବାର ଦେଖାଯାଇଛି ।  ନିର୍ବାଚନ ପ୍ରଚାରରେ ଏହାକୁ ଆୟୁଧ କରି କ୍ଷମତା ଦଖଲର ସ୍ୱପ୍ନ ବି ରହିଛି । ଦୁଇ ବର୍ଷ ତଳେ ଏକ ଇଂରାଜୀ ୱେବସାଇଟ୍ ରେ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ଖବର ହଇଚଇ ସୃଷ୍ଟି କରିଥିଲା । ଏହି ଖବରଟି ତିଆରି କରିବା ପଛରେ ବୈଜୟନ୍ତ ପଣ୍ଡାଙ୍କ ବଡ଼ ଭୂମିକା ଥିଲା ବୋଲି ଖୁବ ଚର୍ଚ୍ଚା ହୋଇଥିଲା । ସିଧାସଳଖ ବିଜେଡ଼ି ମଧ୍ୟ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ।
ଏବେ ନିର୍ବାଚନ ପ୍ରଚାର ଜମିଥିବା ବେଳେ ନବୀନଙ୍କର ଏହି ଫିଟନେସ୍ ଭିଡ଼ିଓ ବିଜେପି ଅଙ୍କକୁ କେଉଁ ବାଟରେ ନେବ ତାହା ଜନସାଧାରଣଙ୍କ ଉତ୍ସୁକତା ବଢ଼ାଇଛି । ଏହି ଭିଡ଼ିଓକୁ ଏକ ଡ୍ରାମା ବୋଲି କହି କିଛି ସମାଲୋଚନା ବି କରିଛନ୍ତି ।
Previous Post

ନବୀନଙ୍କ ପ୍ରତିଶ୍ରୁତି: ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା

Next Post

ଆରପାରିରେ ଡିଜିପି ଶର୍ମାଙ୍କ ପତ୍ନୀ ତୁଷାର

Next Post
ଆରପାରିରେ ଡିଜିପି ଶର୍ମାଙ୍କ ପତ୍ନୀ ତୁଷାର

ଆରପାରିରେ ଡିଜିପି ଶର୍ମାଙ୍କ ପତ୍ନୀ ତୁଷାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA