Thursday, July 2, 2026 10:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୋଲ୍ ଆଇଜ୍ ସର୍ଭେ: ପୁଣି ବିଜେଡ଼ି ସରକାର, ୧୮ ଲୋକସଭା ଆସନ

by Our Correspondent
19 Mar, 2019- 11:30 PM
in Latest News, News, Politics
1 min read
0
ପୋଲ୍ ଆଇଜ୍ ସର୍ଭେ: ପୁଣି ବିଜେଡ଼ି ସରକାର, ୧୮ ଲୋକସଭା ଆସନ
ଭୁବନେଶ୍ୱର: ଓଡ଼ିଶାରେ ପଞ୍ଚମ ଥର ପାଇଁ ସରକାର ଗଢ଼ିବେ ନବୀନ ପଟ୍ଟନାୟକ । ବିଜେଡି ୧୮ ଟି ଲୋକସଭା ଆସନ ଅକ୍ତିଆର କରିବ । ନବୀନଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ ଥିବାରୁ ବିଜେଡ଼ିକୁ ପୁଣିଥରେ ସହାୟକ ହେବ । ଏପରିକି ଗତଥର ଦଳର ଭୋଟ ହାର ୪୫ ପ୍ରତିଶତ ଥିଲା ବେଳେ ଏଥର ତାହା ୫୦ ପ୍ରତିଶତ ଛୁଇଁବ । ଯାହାକି ବିଜେପି ଭୋଟ ହାରଠାରୁ ୨୫ ପ୍ରତିଶତ ଅଧିକ । ସାରା ଦେଶରେ ଗତଥର ମୋଦି ଲହରକୁ ଓଡ଼ିଶାରେ ନବୀନ ଇମେଜ୍ ଯେଭଳି ଚାପିଦେଇଥିଲା, ଏଥର ସେହି ଅବସ୍ଥାରେ ପରିବର୍ତ୍ତନ ଦେଖାଯାଉନାହିଁ । ଦ କ୍ୱିଣ୍ଟ୍ ରେ ପ୍ରକାଶିତ ‘ପୋଲ୍ ଆଇଜ୍’ ସଂସ୍ଥାର ପ୍ରାକ୍ ନିର୍ବାଚନୀ ସର୍ଭେ ଏହି ଆକଳନ ଦେଇଛି । ଓଡ଼ିଶାରେ ବିଜେପି ଦୁଇଟି ଲୋକସଭା ଆସନ ଏବଂ କଂଗ୍ରେସ ଗୋଟିଏ ଲୋକସଭା ଆସନ ପାଇବ ବୋଲି ସର୍ଭେରେ କୁହାଯାଇଛି ।
ସର୍ଭେ ଅନୁଯାୟୀ, ଜଗତସିଂହପୁର, ବ୍ରହ୍ମପୁର, କଟକ ଏବଂ କନ୍ଧମାଳରେ ବିଜେଡ଼ିର ସ୍ଥିତି ସୁଦୃଢ଼ ଥିବା ବେଳେ କେନ୍ଦୁଝର, ସମ୍ବଲପୁର ଏବଂ କୋରାପୁଟରେ ଦଳ ପଛରେ ଅଛି । କେନ୍ଦୁଝରରେ ବିଜେପି ଭଲ ସ୍ଥିତିରେ ଅଛି ଏବଂ କେନ୍ଦୁଝର ଭଳି ନ ହେଲେ ମଧ୍ୟ ସମ୍ବଲପୁରରେ ବିଜେପିର ସ୍ଥିତି ଭଲ ଅଛି । ତେବେ କୋରାପୁଟରେ କଂଗ୍ରେସର ସ୍ଥିତି ଭଲ ।
ଗତ ଫେବୃଆରୀ ମାସରେ ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା । ଇତିମଧ୍ୟରେ ରାଜ୍ୟ ରାଜନୀତିରେ ଅନେକ ପରିବର୍ତ୍ତନ ଘଟୁଥିବାରୁ ସ୍ଥିତି ବଦଳିପାରେ ବୋଲି ଦ କ୍ୱିଣ୍ଟ୍ ରେ ପ୍ରକାଶିତ ରିପୋର୍ଟ ରେ କୁହାଯାଇଛି । ବିଜେଡ଼ି ଦୃଢ଼ ସ୍ଥିତିରେ ରହିଥିବା ସର୍ଭେ ଦର୍ଶାଉଥିଲେ ମଧ୍ୟ ତିନୋଟି କାରଣ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିବାର ଆଶଙ୍କା ରହିଛି । ଦଳବଦଳ ଏବଂ ଦଳରେ ବିଦ୍ରୋହ ହେଲେ ବିଜେଡ଼ିକୁ ଅଡୁଆ ହୋଇପାରେ । ବିରୋଧୀ ଭୋଟ ସଂଗଠିତ ହେଲେ ବିଜେଡ଼ିକୁ ବିପଦ ହୋଇପାରେ ଏବଂ ଲୋକସଭା, ବିଧାନସଭା ଭୋଟିଂ ଭାଗ ଭାଗ ହେଲେ ବିଜେଡ଼ି ଅସୁବିଧାରେ ପଡ଼ିପାରେ ।
ସେହିଭଳି ବିଜେପି ପାଇଁ ବି ଅନେକ ସମସ୍ୟା ରହିଛି । ଉଦାହରଣସ୍ୱରୂପ କୋରାପୁଟରେ ବିଜୟ ସୁନିଶ୍ଚିତ ବୋଲି ଦଳ ଭାବୁଥିଲେ ମଧ୍ୟ ସେଠି ଗିରିଧାରୀ ଗମାଙ୍ଗଙ୍କ ସପକ୍ଷରେ ଥିବା କଂଗ୍ରେସ ଭୋଟ ବିଜେପି ପଟକୁ ଆସିବାର ଅଛି । କେବଳ କୋରାପୁଟରେ ନୁହେଁ, ସାରା ରାଜ୍ୟରେ ବିଜେପି ପାଇଁ ଏହି ସମସ୍ୟା ରହିଛି । ନିର୍ଦ୍ଦିଷ୍ଟ କିଛି ଆସନରେ ବିରୋଧୀ ଭୋଟକୁ ସଂଗଠିତ କରିପାରିଲେ ଯାଇ ଦଳକୁ ସଫଳତା ମିଳିବ । ବିଜେପି ଏହି ରଣନୀତିରେ ସଫଳ ହେଲେ ବିଜେଡ଼ିକୁ ୭ଟି ଆସନରେ ବିପଦରେ ପକାଇପାରିବ । ସେହି ଆସନଗୁଡ଼ିକ ହେଲା ବରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, କଳାହାଣ୍ଡି, ବଲାଙ୍ଗୀର ଏବଂ କେନ୍ଦ୍ରାପଡ଼ା ।
ରିପୋର୍ଟରେ ଏହା ବି କୁହାଯାଇଛି ଯେ ଗତକାଲି ଘୋଷିତ ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକାରେ ନବୀନ ୩୩% ମହିଳାଙ୍କୁ ଟିକେଟ ଦେବାର ପ୍ରତିଶ୍ରୁତି ରଖିଛନ୍ତି । ନବୀନ ଅନେକ ସିଟିଂ ଏମଏଲଏ ଓ ଏମପିଙ୍କୁ ଟିକେଟ ଦେଇନାହାନ୍ତି । ଏହା ତାଙ୍କର ଆତ୍ମବିଶ୍ୱାସକୁ ସୂଚାଉଛି ।
Previous Post

ଜାଲ୍ ଗୁଇନ୍ଦା ଚିଠିକୁ ନେଇ ଝଡ଼

Next Post

ବିଜୟ ମହାପାତ୍ରଙ୍କୁ ବାସନ୍ଦ! କେନ୍ଦ୍ରାପଡ଼ା ବାଟ ଜଗିଲେ ଜିଲ୍ଲା ବିଜେପି ୟୁନିଟ୍

Next Post
ବିଜୟ ମହାପାତ୍ରଙ୍କୁ ବାସନ୍ଦ! କେନ୍ଦ୍ରାପଡ଼ା ବାଟ ଜଗିଲେ ଜିଲ୍ଲା ବିଜେପି ୟୁନିଟ୍

ବିଜୟ ମହାପାତ୍ରଙ୍କୁ ବାସନ୍ଦ! କେନ୍ଦ୍ରାପଡ଼ା ବାଟ ଜଗିଲେ ଜିଲ୍ଲା ବିଜେପି ୟୁନିଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA