Wednesday, April 29, 2026 10:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜାଲ୍ ଗୁଇନ୍ଦା ଚିଠିକୁ ନେଇ ଝଡ଼

by Our Correspondent
19 Mar, 2019- 02:48 PM
in Latest News, News, Politics
1 min read
0
ଜାଲ୍ ଗୁଇନ୍ଦା ଚିଠିକୁ ନେଇ ଝଡ଼
ଭୁବନେଶ୍ୱର: ମିଛ କାଗଜରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ଭୟଙ୍କର ଷଡ଼ଯନ୍ତ୍ର ରଚିଛି । କର୍ଣ୍ଣାଟକରେ ଯେଉଁ ଷ୍ଟ୍ରାଟେଜି କରିଥିଲା ତାହାକୁ ଓଡ଼ିଶାରେ ପ୍ରୟୋଗ କରିବା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ଭୟଭୀତ ବିଜେପି ଗୁଇନ୍ଦା ରିପୋର୍ଟ ନାଁରେ ଜାଲ୍ ଦସ୍ତାବିତ୍ ପ୍ରସ୍ତୁତ କରି ବୁଲାଉଛି । କର୍ଣ୍ଣାଟକ ଭଳି ଓଡ଼ିଶାରେ ସମାନ ଫର୍ମାଟ୍ କରାଯାଇଛି । ଏଭଳି ଜାଲ୍ କାରବାର ଜରିଆରେ ବିଜେପି ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । କର୍ଣ୍ଣାଟକରେ ବୁଲିଥିବା ନକଲି ଗୁଇନ୍ଦା ରିପୋର୍ଟ ଓ ଓଡ଼ିଶାରେ ବୁଲୁଥିବା ନକଲି ଗୁଇନ୍ଦା ରିପୋର୍ଟ ସାମ୍ବାଦିକଙ୍କୁ ଦେଖାଇଛନ୍ତି । ଦୁଇଟିଯାକର ଫର୍ମାଟ୍ ପ୍ରାୟ ଏକା । ଗୁଇନ୍ଦା ବିଭାଗରେ ‘ଏସଆଇବି ପଲିଟିକାଲ ଡେକ୍ସ’ ବୋଲି କିଛି ନାହିଁ । ମାତ୍ର ଦୁଇଟିଯାକରେ ଏହି ସମାନ ନାମକରଣ ରହିଛି । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଇଁ ଯେମିତି ୪ ଟି ବିକଳ୍ପ ଆସନ ଉଲ୍ଲେଖ ରହିଥିଲା ଏଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ୪ଟି ବିକଳ୍ପ ଆସନର କଥା ଲେଖାଯାଇଛି । ସୁତରାଂ ଭୋଟରଙ୍କୁ ବିଭ୍ରାନ୍ତ କରାଇବା ପାଇଁ ବିଜେପି ଜାଲ୍ ଦସ୍ତାବିଜ୍ କରିଥିବା ସ୍ପଷ୍ଟ ହେଉଛି ବୋଲି ଶ୍ରୀ ଦେବ କହିଛନ୍ତି । ଏହା ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଅଣାଯିବ ବୋଲି କହିଛନ୍ତି ।
ସେପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରେସମିଟ୍ କରି କହିଛନ୍ତି ଆମେ ଏହା କରିନାହୁୁଁ । ସୋସିଆଲ୍ ମିଡ଼ିଆରେ ବୁଲୁଥିଲା, ଦେଖାଇଲୁ । ସେ ପୁଣି କହିଛନ୍ତି, ବିଜେଡ଼ି ବ୍ୟାକଫୁଟରେ ଥିବାରୁ ନାଟକ କରୁଛି । ଚିଠିର ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇକୁ ଦିଆଯାଉ ।

ଟଙ୍କ ସିଲଟ ଧରିବେ ତ?

ପ୍ରେସମିଟ୍ ରେ ବିଜେପି ଦେଖାଇଥିବା କାଗଜଟି ଜାଲ୍ ବୋଲି ଗତକାଲି ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ପଷ୍ଟୀକରଣ ଦେଇସାରିଛନ୍ତି । ଗୁଇନ୍ଦା ବିଭାଗ ପକ୍ଷରୁ ସେଭଳି କୌଣସି ରିପୋର୍ଟ ପ୍ରସ୍ତୁତ ହୋଇ ନ ଥିବା କହିଥିଲେ । ସ୍ପେଶାଲ୍ ବ୍ରାଞ୍ଚ ଏସପି କାର୍ତ୍ତିକେଶ୍ୱର ସାମଲଙ୍କ ରିପୋର୍ଟ ଆଧାରରେ ଖାରବେଳ ନଗର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଆଇପିସିର ୪୬୫, ୪୬୮,୪୬୯, ୪୭୧ ଧାରାରେ ପୁଲିସ ଦଫା ଲଗାଇଛି । ତେବେ ଗୁଇନ୍ଦା ରିପୋର୍ଟ ନାଁରେ ନକଲି କାଗଜ ଦେଖାଇ ପ୍ରେସମିଟ୍ କରିଥିବା ଟଙ୍କଧର ତ୍ରିପାଠୀଙ୍କୁ ପୁଲିସ ସିଲଟ୍ ଧରେଇବ ନା ନାଇଁ ସୋସିଆଲ୍ ମିଡ଼ିଆରେ ଅନେକ ପ୍ରଶ୍ନ କଲେଣି । ନିକଟରେ ସହିଦନଗର ଥାନା ଗଣ୍ଡଗୋଳ ମାମଲାରେ ପୁଲିସ ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରି ତାଙ୍କର ପ୍ୟାଣ୍ଟସାର୍ଟ ଖୋଲି ଦେଇଥିଲା । ଦେହରେ ଗଂଜି ଓ ହାତରେ ସିଲଟ ଧରାଇ ଗଣମାଧ୍ୟମରେ ଫଟୋ ଉଠାଇଥିଲା । ଭୁବନେଶ୍ୱରର ଏଭଳି ଦକ୍ଷ ପୁଲିସ ନକଲି ଗୁଇନ୍ଦାଗିରି କରୁଥିବା ବ୍ୟକ୍ତିଙ୍କୁ ସିଲଟ୍ ଧରାଇବନି କାହିଁକି ବୋଲି ସେମାନଙ୍କ ପ୍ରଶ୍ନ ।
ଚର୍ଚ୍ଚା ହେଉଛି, ଆଇଟି ଲୋକ ଲଗାଇ ଏହି ଜାଲ୍ ଚିଠିଟି ପ୍ରସ୍ତୁତ କରାଯାଇଥିଲା । ଟିଭି ପ୍ରାଇମ୍ ଟାଇମ୍ ବୁଲେଟିନ୍ ବେଳେ ଏହାକୁ ମୁଖ୍ୟ ଖବର କରି ପ୍ରେସମିଟ୍ ଲାଇଭ୍ କଲେ ଖବରର ଗୁରୁତ୍ୱ ବଢ଼ିଯିବ ଏବଂ ଲୋକଙ୍କୁ ପ୍ରଭାବିତ କରିବ । ପଛରେ ତାହାକୁ ମିଛ କହି କାଉଣ୍ଟର କଲାବେଳକୁ କିଛି ନ ଥିବ । ଲୋକେ ପଛକଥାକୁ ଗୁରୁତ୍ୱ ଦେବେ ନାହିଁ । ଲୋକଙ୍କ ମାନସିକତା ପରଖି ଏଭଳି କୌଶଳ କରାଯାଇଥିବା କୁହାଯାଉଛି ।
Previous Post

୬ ଲୋକସଭା, ୩୬ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

Next Post

ପୋଲ୍ ଆଇଜ୍ ସର୍ଭେ: ପୁଣି ବିଜେଡ଼ି ସରକାର, ୧୮ ଲୋକସଭା ଆସନ

Next Post
ପୋଲ୍ ଆଇଜ୍ ସର୍ଭେ: ପୁଣି ବିଜେଡ଼ି ସରକାର, ୧୮ ଲୋକସଭା ଆସନ

ପୋଲ୍ ଆଇଜ୍ ସର୍ଭେ: ପୁଣି ବିଜେଡ଼ି ସରକାର, ୧୮ ଲୋକସଭା ଆସନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA