Thursday, May 7, 2026 04:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରତିବାଦ ବଢ଼ିଲା, ଧର୍ମେନ୍ଦ୍ରଙ୍କ ନାଁରେ ଏତଲା

by Our Correspondent
17 Jul, 2018- 08:44 PM
in Latest News, News
1 min read
1
ପ୍ରତିବାଦ ବଢ଼ିଲା, ଧର୍ମେନ୍ଦ୍ରଙ୍କ ନାଁରେ ଏତଲା
ଭୁବନେଶ୍ୱର: ଗଜପତିଙ୍କ ଦ୍ୱାରା ଛେରାପହଁରାକୁ ଝାଡୁ ମାରିବା ଓ ସ୍ୱଚ୍ଛ ଭାରତ ଅଭିଯାନ ସହ ତୁଳନା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚାରିଆଡୁ ତୀବ୍ର ବିରୋଧ ହୋଇଛି । ସେ କାହାରି ସାର୍ଟିଫିକେଟ୍ ଦରକାର କରୁ ନ ଥିବା କହୁଥିଲେ ମଧ୍ୟ ତାଙ୍କୁ ଗାଳି,
ଭର୍ତ୍ସନା କରାଯାଇଛି । ବରିଷ୍ଠ ନେତା ଦାମୋଦର ରାଉତ ଆଜି ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମେନ୍ଦ୍ରଙ୍କ ଅହଂକାର ଓ ଔଦ୍ଧତ୍ୟକୁ ପ୍ରଶ୍ନ କରାଯାଇଛି । ପୁରୀର ଜଗନ୍ନାଥ ପ୍ରେମୀ ଯୁବ ମଞ୍ଚ ପକ୍ଷରୁ ଆଜି ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଧର୍ମେନ୍ଦ୍ରଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦିଆଯାଇଛି ।

ଆଜି ସଂଧ୍ୟାରେ ଜଗନ୍ନାଥ ପ୍ରେମୀ ଯୁବମଞ୍ଚ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ବିକ୍ଷୋଭକାରୀମାନେ ନାରା ଦେଇଥିଲେ । ଗଜପତିଙ୍କ ପ୍ରତି ଏଭଳି ରୁଚିହୀନ, ଅପମାନସୂଚକ ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ମୁକ୍ତି ମଣ୍ଡପ ଆସି ନିଃସର୍ତ୍ତରେ କ୍ଷମା ମାଗିବାକୁ ସେମାନେ ଦାବି କରିଥିଲେ । ପରେ ସଂଗଠନ ପକ୍ଷରୁ ଦୀପକ ପଟ୍ଟନାୟକ ପୁରୀ ଟାଉନ୍ ଥାନାରେ ଧର୍ମେନ୍ଦ୍ରଙ୍କ ନାଁରେ ଏତଲା ଦେଇଥିଲେ । ଖାଲି ପୁରୀରେ ନୁହେଁ, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ରାଜ୍ୟର ବିଭିନ୍ନ ଅଞ୍ଚଳର ସଂସ୍କୃତି ବିଶାରଦ ଓ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି । ଏହାକୁ କେନ୍ଦ୍ରମନ୍ତ୍ରୀଙ୍କ ଔଦ୍ଧତ୍ୟ ବୋଲି ସେମାନେ ମତ ଦେଇଛନ୍ତି ।
ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଜଗନ୍ନାଥ ତତ୍ତ୍ୱ ପ୍ରବଚନକୁ ଭୀଷଣ ସମାଲୋଚନା କରିଛନ୍ତି । ପୁରୀ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କର ଜଗନ୍ନାଥ ସଂସ୍କୃତି ଉପରେ ସାମାନ୍ୟ ଜ୍ଞାନ ଥିଲେ ଏଭଳି ରୁଚିହୀନ, ଭାବହୀନ ମନ୍ତବ୍ୟ ଦେଇ ନ ଥାଆନ୍ତେ । ଏହା ତାଙ୍କ ଅହଂକାରର ପରିପ୍ରକାଶ ବୋଲି ସେ କହିଛନ୍ତି । ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଏହାକୁ କେନ୍ଦ୍ରମନ୍ତ୍ରୀଙ୍କ ଅହଂକାର ବୋଲି କହି କଡ଼ା ଭର୍ତ୍ସନା କରିଛନ୍ତି । ଏହାକୁ ଜଗନ୍ନାଥ ସହିବେ ନାହିଁ ବୋଲି ସେ ଟିପ୍ପଣୀ ଦେଇଛନ୍ତି ।  କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ଲଜ୍ଜାଜନକ ବୋଲି କହିଛନ୍ତି । ଏହା ଓଡ଼ିଆଙ୍କ ସ୍ୱାଭିମାନର କଥା । କେନ୍ଦ୍ରମନ୍ତ୍ରୀ ଜଗନ୍ନାଥ ସଂସ୍କୃତିକୁ ଧୂଳିସାତ୍ କରୁଛନ୍ତି । ସେଥିପାଇଁ ସେ ଓଡ଼ିଆଙ୍କ ନିକଟରେ କ୍ଷମା ମାଗିବାକୁ ତାରା ଦାବି କରିଛନ୍ତି ।
ବରିଷ୍ଠ ନେତା ଉମାବଲ୍ଲଭ ରଥ କେନ୍ଦ୍ରମନ୍ତ୍ରୀଙ୍କ ଝାଡୁ ତତ୍ତ୍ୱକୁ ସମାଲୋଚନା କରିଛନ୍ତି । ଛେରାପହଁରା ଓ ଝାଡୁ ସମାନ କଥା ନୁହେଁ ବୋଲି ସେ କହିବା ସହ କେନ୍ଦ୍ରମନ୍ତ୍ରୀ ଜଗନ୍ନାଥ ସଂସ୍କୃତିକୁ ଭୁଲି ନିମ୍ନମାନର ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ବିଜେପି ବିଧାୟକ ପ୍ରଦୀପ ପୁରୋହିତ ନିଜ ଦଳର କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ମୂଳ ପ୍ରସଙ୍ଗରୁ କଥା ବାଆଁରେଇଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉଠାଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ରଥଟଣା ବେଳେ ପୁରୀ ବଡ଼ଦାଣ୍ଡରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଫେସବୁକ୍ ଲାଇଭ୍ ରେ ଗଜପତିଙ୍କ ଛେରାପହଁରାକୁ ଝାଡୁ ମାରିବା ସହ ତୁଳନା କରିଥିଲେ । ଗଜପତିଙ୍କୁ ଝାଡୁଦାର ସହ ତୁଳନା କରିଥିଲେ । ଖାଲି ସେତିକି ନୁହେଁ, ଗଜପତିଙ୍କ ଛେରାପହଁରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ସହ ଯୋଡ଼ିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ସହ ‘ମିଡ଼ ଡ଼େ ଓଡ଼ିଶା’ ପ୍ରଥମେ ଏହା ଲୋକଲୋଚନକୁ ଆଣିଥିଲା ।
Previous Post

ପ୍ରବଳବର୍ଷାରେ ଉବୁଟୁବୁ ଟ୍ୱିନ୍ ସିଟି

Next Post

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

Next Post
ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

Comments 1

  1. Bikram Swain says:
    8 years ago

    The people go to #RathYatra to seek blessings of Lord Jagannath once in a year & for gaining a super divine feeling.
    But it’s really so unfortunate that, Hon’ble Union minister Shri Dharmendra Pradhan played cheap politics on this happiest occasion.
    What was the need of mentioning a govt scheme on his narrative about the rituals of Chariot Festival???
    What was the need of taking the name of Shri Narendra Modi while talking about our rich Odia traditions & culture involved with Lord Jagannath?
    It was clearly his stupidity to politicise each matter, and very particularly this car festival of Lord Jagannath which is firmly related to the emotions of Odia people & people across the world.
    By saying so, he has hurt the emotions of Odia people and so with minimum courtesy, he must apologise for it.
    But it’s another shameful act that, he is categorically denying to take any other’s certificate /suggestion when people are pointing fingers towards him!
    Meanwhile, we request to the BJP of Odisha, to kindly take their stand with all humanity & respect to the Jagannath culture, without blatantly supporting the Union minister.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA