Wednesday, May 6, 2026 10:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରତୀକ୍ଷାର ଅବସାନ: ଗୁରୁପ୍ରିୟା ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

by Our Correspondent
26 Jul, 2018- 12:07 PM
in Latest News, News
1 min read
0
ପ୍ରତୀକ୍ଷାର ଅବସାନ: ଗୁରୁପ୍ରିୟା ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବହୁ ପ୍ରତୀକ୍ଷିତ ଓ ବହୁ ଉତ୍କଣ୍ଠିତ ଐତିହାସିକ ଗୁରୁପ୍ରିୟା ସେତୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଛି । ୧୯୮୬ ମସିହାରୁ ଆଶା ଓ ଆଶଙ୍କାରେ ଗତି କରି ଆସୁଥିବା ଏହି ସେତୁ ବାସ୍ତବତାର ରୂପ ନେଇ ଲୋକଙ୍କ ସ୍ୱପ୍ନକୁ ଶେଷରେ ସାକାର କରିଛି । ‘ରାଜ୍ୟର ସ୍ୱପ୍ନ’ କୁହାଯାଉଥିବା ଏହି ସେତୁ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ୧୫୧ଟି ଗାଁର ଲୋକଙ୍କୁ ବାହାର ଦୁନିଆ ସହ ଯୋଡିପାରିଛି । ଆଜି ଦିନ ୧୨ଟା ବେଳେ ମୁଖ୍ୟମନ୍ତ୍ରୀ ୯୧୦ ମିଟର ଲମ୍ବ ଏହି ସେତୁକୁ ଉଦଘାଟନ କରି ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ।

୧୯୬୦ରେ ବାଲିମେଳା ଓ ୧୯୮୦ରେ ମାଛକୁଣ୍ଡ ବୃହତ୍ତ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ଚିତ୍ରକୋଣ୍ଡାର ୧୫୧ ଟି ଗାଁ ବାହାର ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରାୟ ୩୫ ହଜାର ଲୋକ ପ୍ରଭାବିତ ହେଉଥିଲେ । ସେମାନଙ୍କ ପାଇଁ ଯୋଜନା ଓ ବିକାଶ ସ୍ୱପ୍ନ ହୋଇଯାଇଥିଲା । ବାହାର ଦୁନିଆ ସହ ସମ୍ପର୍କ ଯୋଡିବା ପାଇଁ ଏକମାତ୍ର ଭରସା ଥିଲା ବୋଟ୍ । ଗୁରୁପ୍ରିୟା ନଦୀ ଉପରେ ସେତୁ ନିର୍ମାଣ ପାଇଁ ୧୯୮୬ ମସିହାରୁ ଉଦ୍ୟମ ହୋଇଥିଲେ ବି ଲାଲବାହିନୀ ସେଥିରେ ବାଧକ ସାଜିଥିଲେ । ଶେଷରେ ଉଦ୍ୟମ ସଫଳ ହୋଇଛି । ୨୦୧୪ ମସିହାରେ କୋଲକତାର ମେସର୍ସ ରୟାଲ୍ ଇନଫ୍ରାଷ୍ଟକ୍ଚର୍ ଲିମିଟେଡ଼ ୧୮୭.୨୫ କୋଟିର ଟେଣ୍ଡର ଧରି କାମ ଆରମ୍ଭ କରିବା ପରେ ଗତମାସରେ ଶେଷ କରିଛି । କାମ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବେ ସବୁ ସହାୟତା ଦେଇଥିଲେ ।
କହିବା ବାହୁଲ୍ୟ, ମାଲକାନଗିରିର କଟ୍ ଅଫ୍ ଅଞ୍ଚଭାବେ ରହି ଆସିଥିବା ଚିତ୍ରକୋଣ୍ଡା ଅଞ୍ଚଳ ମାଓବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିଲା । ଏହାକୁ ଲାଲଗଡ଼ କୁହାଯାଉଥିଲା । କେବଳ ମାଲକାନଗିରି ଜିଲ୍ଲାରେ ଗତ ୧୦ ବର୍ଷ ଭିତରେ ୩୩୨ ଟି ମାଓ ହିଂସା ସଂଗଠିତ ହୋଇଥିଲା । ସେଥିରେ ୧୦୧ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୭୭ ଜଣ ସୁରକ୍ଷା କର୍ମୀ ଜୀବନ ହାରିଥିଲେ । ନିର୍ଦ୍ଦିଷ୍ଟ ଭାବେ ଚିତ୍ରକୋଣ୍ଡା କଟ ଅଫ୍ ଅଞ୍ଚଳରେ ମାଓ ହିଂସାରେ ଗତ ୧୦ ବର୍ଷ ମଧ୍ୟରେ ୨୫ ସାଧାରଣ ଲୋକ ମରିଥିବା ବେଳେ ୪୯ ଜଣ ସୁରକ୍ଷା କର୍ମୀଙ୍କ ପ୍ରାଣ ଯାଇଛି । ଅଞ୍ଚଳର ସ୍ଥିତି ଦୃଷ୍ଟିରୁ ଦୀର୍ଘ ବର୍ଷ ଧରି ସେଠାରେ ମାଓବାଦୀଙ୍କ ରାଜୁତି ଚାଲିଥିଲା । ସରକାର ଓ ସୁରକ୍ଷାକର୍ମୀଙ୍କ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇତିମଧ୍ୟରେ ମାଓ କାର୍ଯ୍ୟକଳାପ ୮୦ ପ୍ରତିଶତ ହ୍ରାସ୍ ହୋଇଥିବା ସରକାର ଦାବି କରିଛନ୍ତି । ତେବେ ସେ ଯାହା ବି ହେଉ, ଗୁରୁପ୍ରିୟା ସେତୁ ଯୋଗେ ବିଚ୍ଛିନ୍ନାଞ୍ଚଳ ସହ ବାହାର ଦୁନିଆର ସଂଯୋଗ ପରେ ଏବେ ନୂଆ ଆଶା ସଂଚାର ହୋଇଛି । ଏହାଦ୍ୱାରା ମାଓ କାର୍ଯ୍ୟକଳାପ ବନ୍ଦ ହେବା ସହ ଅଞ୍ଚବିକାଶ ତ୍ୱରାନ୍ୱିତ ହୋଇପାରିବ ।
ଗୁରୁପ୍ରିୟା ସେତୁର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ସେତୁର ଏମୁଣ୍ଡରୁ ସେମୁଣ୍ଡ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ପର୍ବକୁ ଦୃଷ୍ଟିରେ ରଖି ଆଜି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଥିଲା । ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିଲା । ଗୁରୁପ୍ରିୟା ସେତୁକୁ ବିଏସଏଫ ଜବାନ ଘେରି ରହିଥିଲେ । ଚିତ୍ରକୋଣ୍ଡାଠାରୁ ଜାନବାଇ ଘାଟ ପର୍ଯ୍ୟନ୍ତ ସୁରକ୍ଷା ଜବାନ(ବ୍ଲାକ୍ କ୍ୟାଟ୍ କମାଣ୍ଡ) ପଇଁତରା ମାରିଥିଲେ ।
Previous Post

୨୬ରେ ଗୁରୁପ୍ରିୟା ସେତୁ ଉଦଘାଟନ

Next Post

ଗୁରୁପ୍ରିୟା ସେତୁ: ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ

Next Post
ଗୁରୁପ୍ରିୟା ସେତୁ: ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ

ଗୁରୁପ୍ରିୟା ସେତୁ: ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA