ଭୁବନେଶ୍ୱର: ପ୍ରଫେସର ଗଣେଶୀ ଲାଲ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରୁ ତାଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ଓଡ଼ିଶା ଦାୟିତ୍ୱରେ ଥିବା ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କଠାରୁ ସେ ଦାୟିତ୍ୱଭାର ଗ୍ରହଣ କରିବେ ।
ପ୍ରଫେସର ଗଣେଶୀ ଲାଲ ହରିଆନାର ଜଣେ ବରିଷ୍ଠ ବିଜେପି ନେତା । ସିର୍ସିା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ଅତୀତରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ହରିଆନା ରାଜ୍ୟ ଶାଖାର ସେ ବିଜେପି ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଜାତୀୟସ୍ତରରେ ମଧ୍ୟ ତାଙ୍କର ପରିଚୟ ରହିଛି । ବିଜେପି ଶୃଙ୍ଖଳା କମିଟିର ସଭାପତି ଦାୟିତ୍ୱରେ ଥିଲେ ପ୍ରଫେସର ଲାଲ୍ । ଆଗକୁ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାର ରାଜ୍ୟପାଳ ଭାବେ ଏହି ଟାଣୁଆ ବିଜେପି ନେତାଙ୍କ ନିଯୁକ୍ତିକୁ ରାଜନୈତିକ ମହଲ ଗୁରୁତ୍ୱ ଦେଇଛନ୍ତି ।