Monday, May 25, 2026 05:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ପାଇଁ ବିକ୍ରୀ ହେବାକୁ ନାମୀ ମିଡ଼ିଆ ସଂସ୍ଥା ବ୍ୟାକୁଳ !

by Our Correspondent
26 May, 2018- 10:37 AM
in Latest News, News
1 min read
0
ବିଜେପି ପାଇଁ ବିକ୍ରୀ ହେବାକୁ ନାମୀ ମିଡ଼ିଆ ସଂସ୍ଥା ବ୍ୟାକୁଳ !
ନୂଆଦିଲ୍ଲୀ: ଖବରଟି ମନକୁ ଥରେଇ ଦେଲା ଭଳି । ଟାଇମସ୍ ଗ୍ରୁପ, ଇଣ୍ଡିଆ ଟୁଡ଼େ ଗ୍ରୁପ୍, ଦୈନିକ ଭାସ୍କର, ଦୈନିକ ଜାଗରଣ, ଇଣ୍ଡିଆନ୍ ଏକ୍ସପ୍ରେସ୍, ହିନ୍ଦୁସ୍ଥାନ ଟାଇମ୍ସ, ଜୀ-ନିଉଜ୍, ଷ୍ଟାର ଇଣ୍ଡିଆ,ଏବିପି ଭଳି ଦେଶର ନାମୀ ମିଡ଼ିଆ ସଂସ୍ଥା ବିପୁଳ ଟଙ୍କା ବଦଳରେ କୁଆଡ଼େ ହିନ୍ଦୁତ୍ୱ ଓ ବିଜେପିର ପ୍ରଚାର ପାଇଁ ରାଜି । ଖାଲି ରାଜି ନୁହଁନ୍ତି ବ୍ୟାକୁଳ ମଧ୍ୟ । ଦେଶର ଏଭଳି ନାମୀଦାମୀ ୨୫ ଟି ମିଡ଼ିଆ ସଂସ୍ଥାର ମୁଖା ଖୋଲିଥିବା ଦାବି କରିଛି କୋବ୍ରାପୋଷ୍ଟ । ସଂସ୍ଥା ଦ୍ୱାରା ହୋଇଥିବା ଦ୍ୱିତୀୟ ଷ୍ଟିଙ୍ଗ୍ ଅପରେସନ୍ ରେ ଏହା ଧରାପଡ଼ିଥିବା କୁହାଯାଇଛି । କୁଆଡ଼େ, ଟଙ୍କା ଦେଲେ ହିନ୍ଦୁତ୍ୱ ଏଜେଣ୍ଡା ଓ ପେଡ଼୍ ନିଉଜ୍ ଧରିବାରେ କୌଣସି ଅସୁବିଧା ନାହିଁ ବୋଲି ଏହି ଖବରକାଗଜ ଓ ଟିଭି ସଂସ୍ଥା ସମ୍ମତି ଜଣାଇଛନ୍ତି । ଏହି ବାଟରେ କଳାଟଙ୍କା କମାଇବାକୁ ଝୁଙ୍କ୍ ଦେଖାଇଛନ୍ତି । ଓଡ଼ିଶାର ‘ସମ୍ବାଦ’ ଓ ପଶ୍ଚିମବଙ୍ଗର ‘ବର୍ତ୍ତମାନ’ ସଂସ୍ଥାର କର୍ତ୍ତୃପକ୍ଷ କିନ୍ତୁ ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରି ନିଜର ସମ୍ମାନ ରଖିଛନ୍ତି । କୋବ୍ରାପୋଷ୍ଟର ଏହି ଦ୍ୱିତୀୟ ଷ୍ଟିଙ୍ଗ୍ ଅପରେସନ୍ ସାରା ଦେଶରେ ଚହଳ ପକାଇଛି ।
ଜାତୀୟ ଓ ରାଜ୍ୟସ୍ତରର ନାମୀଦାମୀ ୨୭ ଟି ଖବରକାଗଜ ଓ ଟିଭି ସଂସ୍ଥାକୁ ଷ୍ଟିଙ୍ଗ୍ ଅପରେସନ୍ ରେ ଅନ୍ତର୍ଭୁକ୍ତ କରିଥିଲା କୋବ୍ରାପୋଷ୍ଟ । ପୁସପ୍ ଶର୍ମା ନାମକ ସଂସ୍ଥାର ଜଣେ ସାମ୍ବାଦିକ(ଅଣ୍ଡରକଭର) ନିଜକୁ ଆଚାର୍ଯ୍ୟ ଅଟଳ ନାମରେ ନାଗପୁରସ୍ଥିତ ଆରଏସଏସ ର ନିବିଡ଼ ସମ୍ପର୍କରେ ଥିବା ଏକ ଅନାମଧ୍ୟେୟ ସଂଗଠନର ପ୍ରତିନିଧି ପରିଚୟ ଦେଇ ଏହି ଷ୍ଟିଙ୍ଗ୍ ଅପରେସନ୍ କରିଥିଲେ । ସଂପୃକ୍ତ ମିଡ଼ିଆ ସଂସ୍ଥାର ମାଲିକ କିମ୍ବା ମ୍ୟାନେଜରଙ୍କୁ ଭେଟି ସେ ହିନ୍ଦୁତ୍ୱ ଏଜେଣ୍ଡାରେ ଯିବାକୁ ପ୍ରସ୍ତାବ(ପ୍ୟାକେଜ୍) ରଖିଥିଲେ । ସେଥିରେ ଥିଲା କୃଷ୍ଣ ଓ ଭାଗବତ ଗୀତାର ବ୍ୟାପକ ପ୍ରଚାର । ବିଜ୍ଞାପନ, ନିଉଜ୍ କଣ୍ଟେଣ୍ଟ୍ ଜରିଆରେ ହିନ୍ଦୁତ୍ୱ ଏଜେଣ୍ଡାର ବହୁଳ ପ୍ରସାର ସହ ଆଗାମୀ ନିର୍ବାଚନ ବେଳକୁ ନିର୍ଦ୍ଦିଷ୍ଟ ଭାବେ ବିଜେପି ସପକ୍ଷ ଏଜେଣ୍ଡା ଥିଲା ପ୍ୟାକେଜ୍ ରେ । ଏଥିସହ ରାହୁଲ ଗାନ୍ଧୀ, ଅଖିଲେଶ ଯାଦବ, ମାୟାବତୀ, ମମତା ବାନାର୍ଜୀଙ୍କ ଭଳି ବିପକ୍ଷ ନେତାଙ୍କୁ ଟାର୍ଗେଟ୍ କରିବାର ସର୍ତ୍ତ ଥିଲା । ଏହି ପ୍ୟାକେଜ୍ ପାଇଁ ମୋଟା ଅଙ୍କର ଅର୍ଥ ପ୍ରସ୍ତାବ(ଅଫର୍) ଦିଆଯାଇଥିଲା ।
କୋବ୍ରାପୋଷ୍ଟର ଦାବି ଅନୁଯାୟୀ, ‘ସମ୍ବାଦ’ ଓ ‘ବର୍ତ୍ତମାନ’ କୁ ଛାଡ଼ିଦେଲେ ଅନ୍ୟମାନେ ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ସେହି କଥାବାର୍ତ୍ତାର ଭିଡ଼ିଓ ରେକର୍ଡିଂସ୍ ମଧ୍ୟ ରିଲିଜ୍ କରିଛି । ପ୍ରସ୍ତାବରେ ରାଜି ହୋଇଥିବା ସଂସ୍ଥାଗୁଡ଼ିକ ହେଲା, ଟାଇମସ୍ ଗ୍ରୁପ୍( ଟାଇମସ୍ ଅଫ ଇଣ୍ଡିଆ ଓ ଟାଇମସ୍ ନାଓ), ଇଣ୍ଡିଆ ଟୁଡ଼େ ଗ୍ରୁପ୍, ହିନ୍ଦୁସ୍ଥାନ ଟାଇମ୍ସ, ଦୈନିକ ଭାସ୍କର, ଜୀ-ନିଉଜ୍, ଷ୍ଟାର ଇଣ୍ଡିଆ, ଏବିପି, ଦୈନିକ ଜାଗରଣ, ରେଡ଼ିଓ ୱାନ୍, ସୁବର୍ଣ୍ଣ ନିଉଜ୍, ରେଡ ଏଫଏମ୍, ଲୋକମତ, ଏବିଏନ୍, ଆନ୍ଧ୍ରଜ୍ୟୋତି, ଟିଭି୫, ଦିନମଲ୍ଲାର, ବିଗ୍ ଏଫଏମ୍, ପ୍ରଭାତ ଖବର, କେ ନିଉଜ୍, ଇଣ୍ଡିଆ ଭଏସ୍, ଦ ଇଣ୍ଡିଆନ୍ ଏକ୍ସପ୍ରେସ୍,ଏମଭିଟିଭି ଏବଂ ଓପନ୍ ମାଗାଜିନ୍ ।
କୋବ୍ରାପୋଷ୍ଟର କହିବାନୁଯାୟୀ, ସବୁଠାରୁ ବଡ଼ ଅଫର୍ ଦିଆଯାଇଥିଲା ଟାଇମସ୍ ଗ୍ରୁପ୍ କୁ । ସଂସ୍ଥାର ମୁଖ୍ୟ ଭିନୀତ ଜୈନ୍ ଏବଂ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଞ୍ଜୀବ ଶାହାଙ୍କ ସହ କଥା ହୋଇଥିଲେ ଅଣ୍ଡରକଭର ରିପୋର୍ଟର ପୁସପ୍ ଶର୍ମା । ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ୫୦୦ କୋଟି ଟଙ୍କା ଅଫର୍ ଦେଇଥିଲେ । ଏହି ପ୍ରସ୍ତାବରେ ଚଟାପଟ୍ ରାଜି ହୋଇଯାଇଥିଲେ ଶ୍ରୀ ଜୈନ୍ । ଉକ୍ତ ୫୦୦ କୋଟି ଟଙ୍କାକୁ କ୍ୟାସ୍ ଆକାରରେ ନେବେ ବୋଲି ସର୍ତ୍ତ ରଖିଥିଲେ ।
ଅପରେସନ୍ ୧୩୬ ନାମରେ କୋବ୍ରାପୋଷ୍ଟର ପ୍ରଥମ ଭାଗ ଷ୍ଟିଙ୍ଗ୍ ଅପରେସନ୍ ଭିଡ଼ିଓ ରେକର୍ଡିଂସ୍ ଗତ ମାର୍ଚ୍ଚ ମାସରେ ରିଲିଜ୍ ହୋଇଥିଲା । ସେଥିରେ ୧୭ ଟି ମିଡ଼ିଆ ସଂସ୍ଥାର ମୁଖା ଖୋଲିଥିଲା କୋବ୍ରାପୋଷ୍ଟ୍ । ତେବେ ଏହାକୁ ନେଇ ବାଦବିବାଦ ଥମି ନ ଥିଲା ବେଳେ ସଂସ୍ଥା ପକ୍ଷରୁ ଦ୍ୱିତୀୟ ଭାଗ ଷ୍ଟିଙ୍ଗ ଅପରେସନ୍ ଲୋକଲୋଚନକୁ ଆସିଛି । କୋବ୍ରାପୋଷ୍ଟର ଦାବି ଉପରେ ଏ ପର୍ଯ୍ୟନ୍ତ କୌଣସି ମିଡ଼ିଆ ହାଉସ୍ ର ପ୍ରତିକ୍ରିୟା ଜଣାପଡ଼ିନାହିଁ । ତେବେ ଏହାକୁ ନେଇ ତମାମ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି ।
Previous Post

ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ

Next Post

ମହାନଦୀ ଜବାବ ଦେଲେ ମୋଦି

Next Post
ମହାନଦୀ ଜବାବ ଦେଲେ ମୋଦି

ମହାନଦୀ ଜବାବ ଦେଲେ ମୋଦି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA