Friday, April 17, 2026 06:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ପ୍ରସାଦଙ୍କ ମନ୍ କି ବାତ୍

by Our Correspondent
25 Nov, 2016- 05:02 AM
in News
1 min read
0
ପ୍ରସାଦଙ୍କ ମନ୍ କି ବାତ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି । ସୋସିଆଲ୍ ମିଡ଼ିଆରେ “ମନ୍ କି ବାତ୍’ କହି ବିରୋଧୀଙ୍କ ପାଟି ଚୁପ୍ କରିଦେଇଛନ୍ତି । ୧୯ ମିନିଟ୍ ଲମ୍ବା ବାତ୍ ରେ ତାଙ୍କର ସ୍ୱର, ତାଳ, ଲୟ ସାଧାରଣ ଲୋକଙ୍କ ମନକୁ ଛୁଇଁଛି । ଦିନକରେ ୧୦ ହଜାର ଲୋକ ପ୍ରସାଦଙ୍କ ମନ କି ବାତ୍ ଶୁଣିବା ତାହାର ବଳିଷ୍ଠ ପ୍ରମାଣ ମାତ୍ର । ଏହି ବକ୍ତବ୍ୟକୁ ଧରି ସେ ଗୋଟିଏ ଗୁଳିରେ ତିନୋଟି ଶିକାର କରିଛନ୍ତି । ଗଣମାଧ୍ୟମ, ଦଳୀୟ ବିରୋଧୀ ଓ ବିଜେଡ଼ି/ବିଜେପିକୁ ଶିକାର କରିଛନ୍ତି ସେ । ଉଭୟ ବ୍ୟକ୍ତିଗତ ଓ ରାଜନୈତିକ ସହାନୁଭୂତି ଗୋଟାଇବାରେ ଏହା ଯେ କାମରେ ଲାଗିଛି ତାହା ନିଃସନ୍ଦେହରେ କୁହାଯାଇପାରେ ।

କଂଗ୍ରେସରେ ଏବେ ପ୍ରସାଦ ହରିଚନ୍ଦନ ଏକଘରିଆ ହୋଇଛନ୍ତି କହିଲେ ଭୁଲ୍ ହେବନି । ନିରଞ୍ଜନ ପଟ୍ଟନାୟକ, ବିଶ୍ୱାଳ ବ୍ରଦର୍ସ, ନରସିଂହ ବାହିନୀ ଏକାଠି ହୋଇଯାଇଛନ୍ତି ତାଙ୍କ ବିରୋଧରେ । ସେପଟେ ବିଜେପିର ଫାଇଦା ହାସଲ ଚକରରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଗୋଷ୍ଠୀଙ୍କୁ ପ୍ରଚ୍ଛନ୍ନରେ ସହଯୋଗ କରୁଛନ୍ତି । ଆଉ ବିଜେଡ଼ି ମଧ୍ୟ କଂଗ୍ରେସର ଅଭ୍ୟୁଦୟରେ ଚେକ୍ ଲଗାଇବା ପାଇଁ ଏହି ଘରୋଇ କଳିକୁ ନଖ ଘସି ଉସକାଉଛି । ଏମାନଙ୍କ ପାଖରେ ପଇସାର ଅଭାବ ନାହିଁ । ସମସ୍ତେ ଗୋଟେ ଲେଖାଏଁ ଧନର ଭଣ୍ଡାର । ଯାହା ମାଲ୍ ଦରକାର ଚିନ୍ତା ନାହିଁ । ସେପଟେ ପ୍ରସାଦ ହରିଚନ୍ଦନଙ୍କ ପାଖରେ ମାଲ୍ ନାହିଁ । ରାହୁଲ ଗାନ୍ଧୀଙ୍କ ସମର୍ଥନକୁ ଧରିଛନ୍ତି ସତ ହେଲେ ସଂଗଠନକୁ ନିଜ ସପକ୍ଷରେ ରଖି ଗତିଶୀଳ କରିବାକୁ ଶ୍ୱଶୁର ସୁର ରାଉତରାୟ, ମହମ୍ମଦ ମୋକିମ୍ ଓ ଶୁଭେନ୍ଦୁ ମହାନ୍ତିଙ୍କ ପକେଟ୍ କୁ ଭରସା କରିଛନ୍ତି । ହେଲେ ବିରୋଧୀ ଅର୍ଥବଳ ଆଗରେ ଏହା ଦୁର୍ବଳ ହୋଇପଡ଼ିଛି । ବିରୋଧୀଙ୍କୁ ଟକ୍କର ଦେଇ ଆଗକୁ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ପ୍ରସାଦଙ୍କ ଶକ୍ତି ସାମର୍ଥ ନାହିଁ । ସୁତରାଂ ସହାନୁଭୂତିକୁ ପୁଞ୍ଜି କରି ପାଦ ବଢ଼େଇବାକୁ ନିଷ୍ପତ୍ତି ନେଇ ସୋସିଆଲ୍ ମିଡ଼ିଆ ଡାଳ ଧରିଛନ୍ତି ସେ ।

ନିଜକୁ ସାଧାରଣ ମଣିଷ, ଦରିଦ୍ରର ପରିଚୟ ଦେଇ ଲୋକଙ୍କ ସାହନୁଭୂତି ଗୋଟାଇବାକୁ ପ୍ରସାଦ ଉଦ୍ୟମ କରିଛନ୍ତି । କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପାଇଁ ସେ ଅନ୍ୟ କାହା ଉପରକୁ ଅଙ୍ଗୁଳି ନ ଉଠାଇ ନିଜକୁ ଦୋଷୀ ମାନିଛନ୍ତି । ଗଣମାଧ୍ୟମ କଂଗ୍ରେସ କଳିକୁ ଜୋର୍ ପ୍ରଚାର କରୁଥିବା କହି ଅଭିମାନ କରିଛନ୍ତି ସେ । ଏଥିରେ ପ୍ରଭାବଶାଳୀ ଓ ପରାକ୍ରମୀ ଶାସକ ଦଳର ହାତ ଥିବା କହି ସେ କଂଗ୍ରେସ କର୍ମୀଙ୍କ ଅନୁକମ୍ପା ସାଉଁଟିଛନ୍ତି । ସେହିଭଳି ମୋଦି ସରକାରଙ୍କ ନୋଟ୍ ବନ୍ଦୀକୁ ସମାଲୋଚନା କରି ରାଜନୈତିକ ସଫଳ ଗୋଟିଚାଳନା କରିଛନ୍ତି । ଏମିତିକା କଥା କହିଛନ୍ତି ଯେ ତାହା ଦଳ ଭିତରେ ବିରୋଧୀ ଶକ୍ତିଙ୍କ ଶକ୍ତି ହରଣ କରିଦେଇଛି । ମାନିବାକୁ ପଡ଼ିବ ପ୍ରସାଦଙ୍କ ଏହି ମାଷ୍ଟର୍ ଗେମ୍ କୁ । ଅର୍ଥବଳ ନ ଥିଲେ ମଧ୍ୟ ସହାନୁଭୂତି ଭିକ୍ଷା କରି ରାଜନୀତି କରିବାର ସୂତ୍ର ପାଇଛନ୍ତି ପ୍ରସାଦ । ଶୁଣିବାକୁ ଖଟକା ଲାଗୁଥିଲେ ବି ଏହି ଫର୍ମୂଲା ଯେ କ୍ଲିକ୍ ନ କରିବ ତାହା କିଏ କହିପାରିବ ?

Previous Post

ଡାହା ମିଛ ଗିଳିଲେ ଅରୁଣ

Next Post

ତଡାଖିଆ ଜିଲ୍ଲାପାଳ ଗିରଫ ହେବେ !

Next Post
ତଡାଖିଆ ଜିଲ୍ଲାପାଳ ଗିରଫ ହେବେ  !

ତଡାଖିଆ ଜିଲ୍ଲାପାଳ ଗିରଫ ହେବେ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA