Friday, April 17, 2026 08:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ତଡାଖିଆ ଜିଲ୍ଲାପାଳ ଗିରଫ ହେବେ !

by Our Correspondent
26 Nov, 2016- 05:29 AM
in News
1 min read
0
ତଡାଖିଆ ଜିଲ୍ଲାପାଳ ଗିରଫ ହେବେ  !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କେନ୍ଦ୍ରାପଡ଼ାର ତଡାଖିଆ ଜିଲ୍ଲାପାଳ ଦେବେନ୍ଦ୍ର ପ୍ରସାଦ ଦାସ ଗିରଫ ହେବେ । ଆତ୍ମାହୂତି ଦେଇଥିବା ନିରଞ୍ଜନ ସିଂହଙ୍କ ପତ୍ନୀଙ୍କ ଏତଲା ବଳରେ ତାଙ୍କୁ ଗିରଫ କରାଯିବ ବୋଲି ଜନୈକ ପୁଲିସ ଉଚ୍ଚପଦାଧିକାରୀଙ୍କଠାରୁ ସୂଚନା ମିଳିଛି । ଜିଲ୍ଲାପାଳ ଥିବାରୁ ତାଙ୍କୁ ଗିରଫ କରିବା କଷ୍ଟକର ଥିଲା । ମାତ୍ର ଜିଲ୍ଲା ପ୍ରଶାସନରୁ ବିଦାୟ ନେବା ପରେ ପୁଲିସ ପାଇଁ ଗିରଫର ରାସ୍ତା ଖୋଲିଯାଇଥିବା ସେ କହିଛନ୍ତି । ଖୋଦ୍ ତୃତୀୟ ମହଲା ଏଥିପାଇଁ ପୁଲିସକୁ ଗ୍ରୀନ୍ ସିଗନାଲ୍ ଦେଇଥିବା ଜଣାପଡ଼ିଛି ।

ଖାଉ ଓ ରଙ୍ଗିଲା ଅଫିସର ଭାବେ ପରିଚିତ ଦେବେନ୍ଦ୍ର ଦାସ ଗତ ସେପ୍ଟେମ୍ବର ୧୪ ତାରିଖରେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଦାୟିତ୍ୱ ନେଇଥିଲେ । ତାଙ୍କୁ କେନ୍ଦ୍ରାପଡ଼ା ପଠାଇବା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କର ହାତ ଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା । ପାୱାରଫୁଲ୍ ମନ୍ତ୍ରୀ ବବି ଦାସ ସେଥିପାଇଁ ଭରପୂର ସହଯୋଗ କରିଥିଲେ । ତତ୍କାଳୀନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପାଣି ପିଆଇବା ପାଇଁ ଏହି ଚାଲ୍ ଖେଳା ଯାଇଥିଲା । ଏହା ଜଣାଶୁଣା ଯେ ମନ୍ତ୍ରୀ ଅରୁଣଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଅଫିସର ହେଉଛନ୍ତି ଦେବେନ୍ଦ୍ର ଦାସ । ଉପମୁଖ୍ୟ ସଚେତକ ଥିଲା ବେଳେ ତାଙ୍କୁ ନିଜ ନିର୍ବାଚନମଣ୍ଡଳୀ ନୟାଗଡ଼ ପିଡିଡିଆରଡିଏରେ ରଖିଥିଲେ । ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ହେଲା ପରେ ତାଙ୍କୁ ବିଭାଗର ନିର୍ଦ୍ଦେଶକ କରାଇଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲା ପରେ ପଞ୍ଚାୟତିରାଜ ନିର୍ଦ୍ଦେଶକ ପଦରେ ଆଣି ବସାଇଥିଲେ । ତେବେ ଶତ୍ରୁ ଦମନ ପାଇଁ ତାଙ୍କୁ କାମରେ ଲଗାଇବା ସ୍ଥିର କରି କେନ୍ଦ୍ରାପଡ଼ା ଜିଲ୍ଲାପାଳ ନିଯୁକ୍ତି ଦେବାରେ ସମର୍ଥ ହୋଇଥିଲେ ଅରୁଣ । ସଂଯୋଗକୁ ଅକ୍ଟୋବର ମାସରେ ମନ୍ତ୍ରୀ ପଦରୁ ଅତନୁ ଇସ୍ତଫା ଦେବା ପରେ ନୂଆ ଜିଲ୍ଲାପାଳ ଦେବେନ୍ଦ୍ରଙ୍କ ଦବଦବା ବଢ଼ିଯାଇଥିଲା । ଅତନୁଙ୍କ ବୋଲ ନ ମାନିବାକୁ ତାଙ୍କ ନିର୍ବାଚନମଣ୍ଡଳୀ ମହାକାଳପଡ଼ା ବିଡ଼ିଓ ଓ ତହସିଲଦାରଙ୍କୁ ତାଗିଦ୍ କରିଥିଲେ ଜିଲ୍ଲାପାଳ । ଆଗକୁ ପଞ୍ଚାୟତ ନିର୍ବାଚନରେ ଅତନୁଙ୍କ ଚେର କାଟିବା ପାଇଁ ଜିଲ୍ଲାପାଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଦେଇଥିଲେ । ଏହି କୁତ୍ସିତ ରାଜନୈତିକ ଖେଳ ହିଁ ତାଙ୍କ ପାଇଁ କାଳ ସାଜିଲା ।

ଦାୟିତ୍ୱ ନେବାର ଦିନ କେଇଟା ଭିତରେ ଜିଲ୍ଲାର ଉନ୍ନତି ଚିନ୍ତା ଛାଡ଼ି ରାଜନୀତି ଓ କୁଟନୀତିରେ ମାତି ଯାଇଥିବା ଦେବେନ୍ଦ୍ର ଦାସଙ୍କୁ ବୋଧହୁଏ ଭଗବାନ ସହିପାରିଲେନି । ଗତ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ ଦିନ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ନିରଞ୍ଜନ ସିଂହ ନାମକ ଜଣେ ବ୍ୟକ୍ତି ଆତ୍ମାହୂତି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି ଗାଁ ଓ ପରିବାର ଲୋକେ ଶବକୁ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାକୁ ଆଣି ଧାରଣା ଦେଇଥିଲେ । ହେଲେ ତା ପୂର୍ବରୁ ଜିଲ୍ଲାପାଳ ଭୁବନେଶ୍ୱର ପଳାଇ ଆସିଥିଲେ । ମାମଲା ସାଂଘାତିକ ମୋଡ଼ ନେଉଥିବା ବେଳେ ଜିଲ୍ଲାପାଳ ଭୁବନେଶ୍ୱରରେ ଆରାମ୍ କରୁଥିଲେ । ନିରଞ୍ଜନଙ୍କ ପତ୍ନୀ ଖୋଦ୍ ଜିଲ୍ଲାପାଳଙ୍କ ବିରୋଧରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଏତଲା ଦେଇଥିଲେ । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ସେଥିରେ ଜିଲ୍ଲାପାଳଙ୍କୁ ଦାୟୀ କରିଥିଲେ । ପୁଲିସ ସେହି ଏତଲାକୁ ଗ୍ରହଣ କରିଥିଲେ ମଧ୍ୟ ଜିଲ୍ଲା ମୁଖିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହାସ କରି ନ ଥିଲା । ତେବେ ଜିଲ୍ଲାପାଳ ପଦରୁ ହଟିବା ପରେ ସେହି ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ତତ୍ପର ହୋଇଉଠିଛି ।

ଦେବେନ୍ଦ୍ର ଦାସଙ୍କର ଚାକିରି କାଳ ଭିତରେ ଯେଉଁଠି ରହିଛନ୍ତି ଦୁର୍ନାମ ଅର୍ଜିଛନ୍ତି । ରାଉରକେଲା ମ୍ୟୁନିସିପାଲିଟିରେ ଏକଜ୍ୟୁଟିଭ୍ ଅଫିସର ଥିଲା ବେଳେ ତାଙ୍କ ନାଁରେ ଗଦା ଗଦା ଦୁର୍ନୀତି ଅଭିଯୋଗ ଆସିଥିଲା । ନୟାଗଡ଼ରେ ପ୍ରକଳ୍ପ ଅଧିକାରୀ ଥିଲା ବେଳେ ମୋଟା ଅଙ୍କ କମାଇବାର ଅଭିଯୋଗ ଥିଲା । ଅରୁଣ ସାହୁଙ୍କ ନିଜଲୋକ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଚୁପ୍ ରହିଯାଇଥିଲା । ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଓ ପଞ୍ଚାୟତିରାଜ ନିର୍ଦ୍ଦେଶକ ପଦରେ ଥାଇ ରାଜକୋଷକୁ ପ୍ରବଳ ଲୁଟିଥିବା ବିଭାଗରେ ଆଲୋଚନା ହୋଇଥିଲା । ଅରୁଣ ସାହୁଙ୍କର ଆର୍ଶିବାଦ ତାଙ୍କୁ ଏମିତି ଉଦ୍ଧତ କରିଥିଲା ଯେ ସେ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନଙ୍କୁ ମଧ୍ୟ ଖାତିର କରୁ ନ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାୟିତ୍ୱ ନେବାର କେଇଦିନ ପରେ ଅଫିସରମାନଙ୍କର ଏକ ବୈଠକରେ ସେ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନାଙ୍କ ବିରୋଧରେ କୁତ୍ସାରଟନା କରିବାକୁ ପଛାଇ ନ ଥିଲେ । ଭୁବନେଶ୍ୱରରେ କେତେ ଅଫିସରଙ୍କୁ ପାଣି ପିଆଇଛି, ସେ କିଏ ବୋଲି ମଧ୍ୟ ବୈଠକରେ କହିବାକୁ ସାହାସ କରିଥିଲେ ।

ଦେବେନ୍ଦ୍ର ଦାସ କେନ୍ଦ୍ରାପଡ଼ା ଯାଉ ଯାଉ ଅଫିସରଙ୍କୁ ଧମକେଇ ଚାନ୍ଦା ସଂଗ୍ରହରେ ଲାଗିପଡ଼ିଥିବା ଅଭିଯୋଗ ଉଠିଥିଲା । ଜିଲ୍ଲାର ବିଡ଼ିଓ ଓ ରେଭେନ୍ୟୁ ଇନସପେକ୍ଟର (ଆରଆଇ)ମାନଙ୍କୁ ଟାର୍ଗେଟ୍ ଦେଇ ଚର୍ଚ୍ଚାକୁ ଆସିଥିଲେ ସେ । କିଛି ଦିନ ତଳେ ଆରଆଇ ସଂଘ ଏ ନେଇ ଅଭିଯୋଗ କରିଥିଲେ । ଦୁର୍ନୀତିରେ ବୁଡ଼ିଥିବା ରଙ୍ଗିଲା ଜିଲ୍ଲାପାଳ ନିଜ ସରକାରୀ ବାସଭବନକୁ ସଜେଇ ଅୟସରେ ବୁଡ଼ିଯାଇଥିଲେ । ଜିଲ୍ଲାରେ ମାତ୍ର ୭୩ ଦିନର ରହଣୀ ମଧ୍ୟରେ ସେ ନିଜର ସରକାରୀ ବାସଭବନ ସଜାଇବାରେ ସରକାରଙ୍କ ତହବିଲରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ତାଙ୍କ ବିଦାୟ ପରେ ଏବେ ସେସବୁର ଖୋଳତାଡ଼ ହେବ ବୋଲି ମଧ୍ୟ ଜଣାପଡ଼ିଛି ।

 

Previous Post

ପ୍ରସାଦଙ୍କ ମନ୍ କି ବାତ୍

Next Post

ବିଏମସିରେ ମାଲ୍ ର କମାଲ୍

Next Post
ବିଏମସିରେ ମାଲ୍ ର କମାଲ୍

ବିଏମସିରେ ମାଲ୍ ର କମାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA