Friday, April 17, 2026 09:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଏମସିରେ ମାଲ୍ ର କମାଲ୍

by Our Correspondent
28 Nov, 2016- 08:09 AM
in News
1 min read
0
ବିଏମସିରେ ମାଲ୍ ର କମାଲ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଭୁବନେଶ୍ୱର ମହାନଗର ନିଗମରେ ଦୁର୍ନୀତି ନୂଆ ନୁହେଁ । ମେୟର ବୁନୁ ଓରଫ୍ ଅନନ୍ତ ନାରାୟଣ ଜେନା ବିଏମସିକୁ ଦୁର୍ନୀତିର ଶୀର୍ଷରେ ପହଞ୍ଚାଇଛନ୍ତି । ଅଭିଯୋଗ ହେଉଛି, ମେୟର ନିଜେ ପ୍ରବଳ ଖାଉଛନ୍ତି ଏବଂ କିଛି ଅଫିସରଙ୍କୁ ବି ଖୁଆଉଛନ୍ତି । ତୃତୀୟ ମହଲାର ବ୍ଲୁ ଆଇଡ ହୋଇଥିବାରୁ ଡରରେ କେହି ତାଙ୍କ ବିରୋଧରେ ସ୍ୱର ଉଠାଉନାହାନ୍ତି । କର୍ପୋରେଟରମାନେ ଦୁର୍ନୀତିକୁ ପାଖରୁ ଦେଖୁଛନ୍ତି ହେଲେ ଓଲଟି ମେୟରଙ୍କ ଚାମଚା ପାଲଟିଯାଇଛନ୍ତି । ବିଏମସି ହାତକୁ ମହାନଗର ନିଗମରେ ଘର ତିଆରି ପ୍ଲାନିଂ ବିଭାଗ ଆସିଲା ପରେ ବଡଠୁ ସାନ ଯାଏଁ ନୋଟ୍ ଖାଇ ଆହୁରି ହୃଷ୍ଟପୃଷ୍ଟ ହୋଇଯାଇଛନ୍ତି । ବିଏମସି ପ୍ଲାନିଂ ବିଭାଗରେ ହାତସଫେଇ କାମ କିଭଳି ବାଡ଼ବତା ଭାଙ୍ଗିଛି ତାହାର ଏକ ତାଜା ଖବର ସମସ୍ତଙ୍କୁ ହତବାକ୍ କଲା ଭଳି । ମାମଲାଟି ଏଭଳି ।

ସାଧାରଣ ପ୍ରଶାସନ ବିଭାଗର ମୂଳ ଜାଗା । ଜାଗାକୁ ସଂଯୋଗ ରାସ୍ତା ନ ଥିବାରୁ ପ୍ଲାନ୍ ଅନୁମୋଦନରେ ବାଧକ ଥିଲା । ରାସ୍ତା ପାଇଁ ଲିଜ୍ ଧାରୀ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାହାକୁ ବିଚାର କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଳିବାକୁ ସାଧାରଣ ପ୍ରଶାସନ ବିଭାଗ ତତ୍ପର ହେଲାବେଳକୁ ଉକ୍ତ ଜାଗାଟି ୯ ମାସ ତଳୁ ବିଏମସି ପ୍ଲାନ୍ ଅନୁମୋଦନ ପାଇସାରିଥିବା ଜାଣିବାକୁ ପାଇଛି । ବିନା ଆପ୍ରୋଚ୍(ସଂଯୋଗ)ରାସ୍ତାରେ ବିଏମସି ବେଆଇନ ପ୍ଲାନ୍ ଅନୁମୋଦନ ଦେଇସାରିଛି । ଏହି ଜାଗାଟି ପୁଣି ଅନ୍ୟ କେଉଁଠି ନୁହେଁ, ଖୋଦ୍ ନବୀନ ନିବାସରୁ କେଇ ହାତ ଦୂରରେ । ଆଇନକୁ ଆଖିଠାର ମାରି ବିଏମସିର ଏଭଳି ଚଞ୍ଚକତା ସାଧାରଣ ପ୍ରଶାସନ ବିଭାଗର ଆଖି ଟେରା କରିଦେଇଛି । ଏହାର ତୁରନ୍ତ ଜବାବ ମାଗିଛି ମୁଖ୍ୟମନ୍ତ୍ରୀଙ୍କ ବିଭାଗ ।

ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ବେଆଇନ ପ୍ଲାନ୍ ଅନୁମୋଦନ ହାସଲ କରିଥିବା ଉକ୍ତ ଜାଗାଟି ଭୀମପୁର ମୌଜାର ପ୍ଲଟ୍ ନଂ ୪୭୭ । ଖାତା ନମ୍ବର ୫୪୪/୬୫୬ । ସାଧାରଣ ପ୍ରଶାସନ ବିଭାଗର ଏହି ଜାଗାଟିକୁ ବିଭୂତି ଭୂଷଣ ବେହେରା ନାମକ ଜଣେ ବ୍ୟକ୍ତି ଲିଜ୍ ସୂତ୍ରରେ ହାସଲ କରିଛନ୍ତି । ମାତ୍ର ଏହି ପ୍ଲଟ୍ କୁ ସଂଯୋଗ ରାସ୍ତା ନ ଥିବାରୁ ଆଇନ ଅନୁଯାୟୀ ଘର ତିଆରି ପ୍ଲାନ୍ ଅନୁମୋଦନ ମିଳିବା ସମ୍ଭବ ନ ଥିଲା । ଇତିମଧ୍ୟରେ ଶ୍ରୀ ବେହେରା ୨୦ ଫୁଟିଆ ରାସ୍ତା ପାଇଁ ହାଇକୋର୍ଟର ଆଶ୍ରୟ ନେଇଥିଲେ । ଗତ ଜୁଲାଇ ମାସରେ ମାମଲା(ଡବ୍ଲୁ.ପି.(ସି). ନଂ ୧୧୭୫୧/୨୦୧୬)ର ଶୁଣାଣି ହୋଇଥିଲା । ହାଇକୋର୍ଟ ଏହି ମାମଲାଟିକୁ ସହୃଦୟତାର ସହ ବିଚାର କରିିଥିଲେ ଏବଂ ୪ ସପ୍ତାହ ଭିତରେ ଏହାର ସମାଧାନ ପାଇଁ ନିକଟରେ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ପାଇଲା ପରେ ତତ୍ପର ହୋଇ ଜାଗାର ଖୋଳତାଡ଼ ଆରମ୍ଭ କଲା । ଖୋଳତାଡ଼ ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବିଭାଗୀୟ ଅଧିକାରୀମାନେ ଜାଗାଟି ବିଏମସିର ପ୍ଲାନ୍ ଅନୁମୋଦନ ପାଇସାରିଥିବା ଜାଣିବାକୁ ପାଇଥିଲେ । ତାହା ପୁଣି ନଗଦ ନୁହେଁ, ଫେବୃଆରୀ ମାସରୁ ବିଏମସି ଏହି ଜାଗା ଉପରେ ଘର ନିର୍ମାଣକୁ ଅନୁମୋଦନ ଦେଇସାରିଛି । ଅର୍ଥାତ୍ ହାଇକୋର୍ଟକୁ ଯିବା ପୂର୍ବରୁ ଆବେଦନକାରୀ ଶ୍ରୀ ବେହେରା ବିଏମସିର ପ୍ଲାନ୍ ଅନୁମୋଦନ ପାଇସାରିଛନ୍ତି ।

ଯେଉଁ ପ୍ଲଟ୍ କୁ ସଂଯୋଗ ରାସ୍ତା ନାହିଁ ତାହାକୁ ବିଏମସି କେମିତି ପ୍ଲାନ୍ ଅନୁମୋଦନ ଦେଲା ତାହା ସାଧାରଣ ପ୍ରଶାସନ ବିଭାଗକୁ ବିସ୍ମିତ କରିଛି । ଖାଲି ସେତିକି ନୁହେଁ, ନବୀନ ନିବାସ ପାଖ ଜାଗାରେ ବିଏମସି ପ୍ଲାନିଂ ବିଭାଗ ଏମିତିକା ବେଆଇନ ଅନୁମୋଦନ ଦେବାକୁ କିଭଳି ସାହାସ କଲା ତାହା ବି ସେମାନଙ୍କୁ ଚକିତ କରିଛି । ଏହା ଉପରେ ଗତ ୨୪ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଚିଠି ନଂ ୨୪୮୧୬ରେ ବିଏମସିଠାରୁ ସ୍ପଷ୍ଟୀକରଣ ମାଗଥିଲା । ମାମଲାଟି ହାଇକୋର୍ଟର ହୋଇଥିବାରୁ ୩ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ ଚିଠି ସହ ବିଏମସି ପ୍ଲାନ୍ ଅନୁମୋଦନ ଓ ବିଭୂତି ଭୂଷଣ ବେହେରାଙ୍କ ନାମରେ ଘର ନିର୍ମାଣ ଅନୁମତିର ଜେରକ୍ସ କପି ସଂଲଗ୍ନ କରିଛି । ତେବେ ସମୟ ଅବଧି ପୂରଣ ହୋଇଯାଇଥିଲେ ମଧ୍ୟ ବିଏମସି ସ୍ପଷ୍ଟୀକରଣ ନ ଦେଇ ଗାଲେଇ ରହିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱର ସହରରେ ଘର ନିର୍ମାଣ ପାଇଁ ପୂର୍ବରୁ ବିଡିଏ ପ୍ଲାନ୍ ଅନୁମୋଦନ ଦେଉଥିଲା । ମାତ୍ର ସେଠି ଦୁର୍ନୀତିର ମାତ୍ରା ପ୍ରବଳ ହୋଇଥିଲା । ବଡ଼ବଡ଼ିଆମାନେ ମାଲ୍ ଖଟାଇ ସହଜରେ କାମ ହାସଲ କରୁଥିଲା ବେଳେ ସାଧାରଣ ଲୋକ ବର୍ଷ ବର୍ଷ ଧରି ଦୌଡ଼ି ହୀନସ୍ତା ଭୋଗୁଥିଲେ । ବିଏମସିକୁ ଦାୟିତ୍ୱ ହସ୍ତାନ୍ତର ପରେ ଭୁବନେଶ୍ୱରବାସୀ ଆଶ୍ୱସ୍ତ ହେଉଥିଲେ । ମାତ୍ର ବିଡିଏ ତୁଳନାରେ ବିଏମସିରେ ଲୋକଙ୍କ ଦୁର୍ଦ୍ଦଶା ଅଧିକ ହୋଇଛି । ବିଏମସି ପ୍ଲାନିଂ ବିଭାଗ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି ।

Previous Post

ତଡାଖିଆ ଜିଲ୍ଲାପାଳ ଗିରଫ ହେବେ !

Next Post

କଳାକୁ ଧଳା କରିସାରିିଛନ୍ତିି ବିଜେପି ନେତା !

Next Post
କଳାକୁ ଧଳା କରିସାରିିଛନ୍ତିି ବିଜେପି ନେତା !

କଳାକୁ ଧଳା କରିସାରିିଛନ୍ତିି ବିଜେପି ନେତା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA