Wednesday, May 6, 2026 09:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଚର୍ଚ୍ଚା

by Our Correspondent
01 Mar, 2018- 11:52 AM
in Latest News, Politics
1 min read
0
ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଚର୍ଚ୍ଚା
ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା । ଏ ସମ୍ପର୍କରେ ନିଜେ ପ୍ରସାଦ ମୁହଁ ଖୋଲି ନ ଥିବାରୁ ସତ୍ୟତା ଜଣାପଡ଼ିନାହିଁ । ତେବେ ପ୍ରସାଦ ତାଙ୍କ ଇସ୍ତଫାପତ୍ର ହାଇକମାଣ୍ଡଙ୍କ ପାଖକୁ ପଠାଇଦେଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ବିଜେପୁର ଉପନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପାଇଁ ପ୍ରସାଦ ନୈତିକତାର ବୋଝ ମୁଣ୍ଡାଇ ଇସ୍ତଫା ଦେଇଥିବା କୁହାଯାଉଛି । ତେବେ ଏ ସମ୍ପର୍କରେ ପ୍ରସାଦଙ୍କ ନିରବତା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।
ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ଓଡ଼ିଶା କଂଗ୍ରେସ ପାଇଁ ଯେ ବିଫଳତା ଆଣିଦେଇଛି ତାହା ସ୍ପଷ୍ଟ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରି ବିଜେପି ତଳକୁ ଖସି ଆସିଥିଲା । ସେତେବେଳେ ପ୍ରସାଦଙ୍କ ଇସ୍ତଫା ପାଇଁ ଦଳ ଭିତରୁ ପ୍ରବଳ ଚାପ ପଡ଼ିଥିଲେ ମଧ୍ୟ ପ୍ରସାଦ ଗାଲେଇ ଯାଇଥିଲେ । ଓଡ଼ିଶା ଦାୟିତ୍ୱରେ ଥିବା ପ୍ରଭାରୀ ତଥା ପ୍ରସାଦଙ୍କ ଯୋଡି ହରିପ୍ରସାଦ ସେତେବେଳେ ଇସ୍ତଫା ବାହାନା ଦେଖାଇଥିଲେ । ଓଡ଼ିଶାରେ ଦଳର ପରାଜୟ ପାଇଁ ସେ ନିଜ ଦାୟିତ୍ୱରୁ ଓହରିଯିବାକୁ ଚାହାନ୍ତି କହି ହାଇକମାଣ୍ଡଙ୍କ ପାଖକୁ ଇସ୍ତଫାପତ୍ର ପଠାଇଥିଲେ । ମାତ୍ର ସୋନିଆ ଗାନ୍ଧୀ ତାହାକୁ ଗ୍ରହଣ କରି ନ ଥିଲେ ।
ଇତିମଧ୍ୟରେ ପ୍ରସାଦଙ୍କ ସହ କଂଗ୍ରେସର କେହି ବଡ଼ ନେତା ନାହାନ୍ତି । ବିରୋଧୀ ଦଳର ନେତାଙ୍କ ସମେତ ବିଧାୟକ ଦଳ ତାଙ୍କର ନେତୃତ୍ୱକୁ ଗ୍ରହଣ କରୁନାହାନ୍ତି । ଗତବର୍ଷ ଦିଲ୍ଲୀ ଯାଇ ସେମାନେ ହାଇକମାଣ୍ଡଙ୍କୁ ଭେଟିଥିଲେ ଏବଂ ପ୍ରସାଦଙ୍କ ବଦଳି ଦାବି କରିଥିଲେ । ତାରା ବାହିନୀପତି ଏବଂ ଯୋଗେଶ ସିଂ ଖୋଲାଖୋଲି ଭାବେ ବାରମ୍ବାର ପ୍ରସାଦଙ୍କ ବିରୋଧରେ ମିଡ଼ିଆରେ ବର୍ଷିଥିଲେ । ପ୍ରସାଦଙ୍କ ନେତୃତ୍ୱ କଂଗ୍ରେସକୁ ତଳିତଳାନ୍ତ କରିବ ବୋଲି ଚେତାବନୀ ଦେଇଥିଲେ ଏବଂ ଦେଉଛନ୍ତି ମଧ୍ୟ । ରାହୁଲ ଗାନ୍ଧୀ କଂଗ୍ରେସ ଦାୟିତ୍ୱ ନେବା ପରେ ଓଡ଼ିଶାରେ ପିସିସି ପରିବର୍ତ୍ତନର ଆଶା କରାଯାଉଥିଲେ ମଧ୍ୟ ପ୍ରସାଦ ବଦଳିବେନି ବୋଲି ସ୍ପଷ୍ଟ କରିଦିଆଗଲା ।
ବିଜେପୁର ଉପନିର୍ବାଚନ ପ୍ରସାଦଙ୍କ ପାଇଁ ଅଗ୍ନିପରୀକ୍ଷା ବେଳ ଥିଲା । ହୁଏତ ବିଜେପୁର ଫଳ ଉପରେ ହାଇକମାଣ୍ଡ ପ୍ରସାଦଙ୍କ ଭାଗ୍ୟ ଛାଡ଼ିଥିଲେ । ତେବେ ଉପନିର୍ବାଚନ ପରିଚାଳନାରେ ଦଳୀୟ ନେତାଙ୍କୁ ଏକାଠି ନେଇ ଚାଲିବାରେ ପ୍ରସାଦ ସମର୍ଥ ହୋଇ ନାହାନ୍ତି । ଦଳର ବରିଷ୍ଠ ନେତା ଓ ବିଧାୟକଙ୍କଠାରୁ ସେ ସହଯୋଗ ପାଇ ନ ଥିଲେ । ନିର୍ବାଚନ ପ୍ରଚାର ପାଇଁ ମଧ୍ୟ ଅର୍ଥ ଯୋଗାଡ଼ କରିବାରେ ସେ ବିଫଳ ହୋଇଥିଲେ । ଫଳ ହେଲା ପ୍ରଣୟ ସାହୁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ଥିଲେ ବି ତାଙ୍କର ଅମାନତ ଉଡ଼ିଗଲା । ମାତ୍ର ୧୦, ୨୭୪ ଭୋଟରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ଗତ ସାଧାରଣ ନିର୍ବାଚନରେ ବିଜେପୁର ଥିଲା କଂଗ୍ରେସ ହାତରେ । ପ୍ରାର୍ଥୀ ସୁବଳ ସାହୁ ୩୨.୧୫ ପ୍ରତିଶତ ଭୋଟ ପାଇଥିଲେ । ଏହି ଉପନିର୍ବାଚନରେ କଂଗ୍ରେସ ସପକ୍ଷରେ ଯାଇଛି ମାତ୍ର ୫.୬୫ ପ୍ରତିଶତ ଭୋଟ । ବିଜେପୁର ଫଳ କଂଗ୍ରେସ କର୍ମୀଙ୍କ ମନବଳ ଭାଙ୍ଗିଦେଇଛି । ୨୦୧୯ ନିର୍ବାଚନରେ କଂଗ୍ରେସର ଭବିଷ୍ୟତ ନେଇ ସେମାନେ ଆଶଙ୍କାରେ ପଡ଼ିଗଲେଣି । ଦଳର ଏଭଳି ସ୍ଥିତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱକୁ ହଲାଇ ଦେଇଛି । କଂଗ୍ରେସ ନେତୃତ୍ୱ ନେବାରେ ସେ ଯେ ସମ୍ପୂର୍ଣ୍ଣ ଅକ୍ଷମ ଏହା ପ୍ରମାଣିତ କରିଛି ।
Previous Post

ସିବିଆଇ ଖଣ୍ଡା: କାର୍ତ୍ତିଙ୍କ ପରେ ବୈଜୟନ୍ତଙ୍କ ପାଳି !

Next Post

ଶ୍ୱଶୁର ସ୍ପଷ୍ଟ କଲେ: ପ୍ରସାଦ କାଲିଠୁ ଇସ୍ତଫା ଦେଲେଣି

Next Post
ଶ୍ୱଶୁର ସ୍ପଷ୍ଟ କଲେ: ପ୍ରସାଦ କାଲିଠୁ ଇସ୍ତଫା ଦେଲେଣି

ଶ୍ୱଶୁର ସ୍ପଷ୍ଟ କଲେ: ପ୍ରସାଦ କାଲିଠୁ ଇସ୍ତଫା ଦେଲେଣି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA