Wednesday, April 29, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୱନ ଆଣ୍ଡ ‘କୋ’ ଙ୍କୁ ଝୁଲାଇବେ ପୱନ

by Our Correspondent
07 Jan, 2020- 11:54 PM
in Latest News, National, News
1 min read
0
ପୱନ ଆଣ୍ଡ ‘କୋ’ ଙ୍କୁ ଝୁଲାଇବେ ପୱନ
ନୂଆଦିଲ୍ଲୀ: କଲବଲ କରି ମାରିଥିଲେ, ଏବେ ନିଜେ କଲବଲ ହୋଇ ନିଜର ମୃତ୍ୟୁ ପାଇଁ ଦିନ ଗଣୁଛନ୍ତି । ଆସନ୍ତା ୨୦ ତାରିଖରେ ତିହାର୍ ଜେଲରେ ଆସି ପହଞ୍ଚିବେ ମିରଟ୍ ଜେଲର ଘାତକ ପୱନ ଜଲ୍ଲାଦ । ଆଉ ୨୨ ତାରିଖରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଗୋଟିଏ ଧାଡ଼ିରେ ଛିଡ଼ା କରାଇ ଫାଶୀ ଖୁଣ୍ଟରେ ଝୁଲାଇ ଦେବେ । ଯେଉଁଥି ପାଇଁ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଚାଲିଥିବା ଭିତିରିଆ ପ୍ରସ୍ତୁତି ଏବେ ତ୍ୱରାନ୍ୱିତ କରାଯାଇଛି । ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ, ଦୋଷୀମାନଙ୍କ ଡେଥ୍ ୱାରେଣ୍ଟ ଇସ୍ୟୁ କରିବା ପରେ, ତିହାର ଜେଲ୍ କର୍ତ୍ତୃପକ୍ଷ, ଉତ୍ତର ପ୍ରଦେଶ ମିରଟ୍ ଜେଲର ଥାର୍ଡ ଜେନେରେସନ୍ ଘାତକ ପୱନ ଜଲ୍ଲାଦଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ପୱନ, ଏଥିରେ ସମ୍ମତ ଜଣାଇଛନ୍ତି ।
ତିହାର ୩ ନମ୍ବର ଜେଲରେ ଥିବା ଫାଁଶୀ କୋଠାରେ ହିଁ ଦୁଷ୍କର୍ମକାରୀ- ବିନୟ ଶର୍ମା ( ୨୬), ପୱନ ଗୁପ୍ତା(୨୫), ଅକ୍ଷୟ ଠାକୁର(୩୧) ଓ ମୁକେଶ ସିଂହ(୩୨)ଙ୍କୁ ଦିଆଯିବ ଫାଶୀ । ଏହିଠାରେ ହିଁ ପାର୍ଲାମେଣ୍ଟ ଆକ୍ରମଣକାରୀ ଅଫଜଲ ଗୁରୁ ଏବଂ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ମକବୁଲ୍ ଭଟ୍ଟଙ୍କୁ ଫାଶୀ ଦିଆଯାଇଥିଲା ।
ପ୍ରଥମ ଥର ପାଇଁ ଦେଶରେ ଏକା ଥରକେ ୪ ଜଣଙ୍କୁ ଫାଶୀ ଦିଆଯିବ । ଯାହାକୁ ଅତି ଗୁରୁତ୍ବର ସହ ନେଇ ସତର୍କତାର ସହ ପ୍ରସ୍ତୁତି ଜୋରଦାର୍ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଡେଥ୍ ୱାରେଣ୍ଟ ଜାରି ପୂର୍ବରୁ ୩ ଜଣ ଦୋଷୀ ୨ ନମ୍ବର ଓ ଅନ୍ୟ ଜଣେ ୪ ନମ୍ବର ଜେଲରେ ଥିଲେ । କିନ୍ତୁ କୋର୍ଟ, ଫାଶୀ ତାରିଖ ସ୍ଥିର କରିବା ପରେ ତିହାର ଜେଲ କର୍ତ୍ତୃପକ୍ଷ, ୪ ଦୋଷୀଙ୍କୁ ୩ ନମ୍ବର ଜେଲରୁ ସ୍ଥାନାନ୍ତର କରିଛନ୍ତି । ସେମାନଙ୍କୁ ପୃଥକ ପୃଥକ ସେଲରେ ରଖାଯାଇଛି । ୨୨ ତାରିଖ ସକାଳେ ଫାଶୀ ଖୁଣ୍ଟକୁ ନେବା ପର୍ୟ୍ୟନ୍ତ ଏମାନଙ୍କୁ କଡ଼ା ସୁରକ୍ଷାରେ ରଖାଯିବ । ଜେଲ୍ ସୁରକ୍ଷାକର୍ମୀ, ଏମାନଙ୍କ ସେଲ୍ ଆଗରେ ୨୨ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟିଆ ପହରା ଦେବେ ।
କୋର୍ଟଙ୍କ ରାୟର ପ୍ରାୟ ମାସେ ପୂର୍ବରୁ ତିହାର ଜେଲ୍ କର୍ତ୍ତୃପକ୍ଷ ଭିତିରିଆ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ୪ ଦୋଷୀଙ୍କ ଓଜନ ଏବଂ ଉଚ୍ଚତା ଅନୁଯାୟୀ ବିହାର ବକ୍ସର ଜେଲରୁ ପ୍ରାୟ ଏକ ଡଜନ୍ ଦଉଡ଼ି ମଗାଇ ସାରିଛନ୍ତି । ଦୋଷୀଙ୍କ ଉଚ୍ଚତାର ୧.୬ ଗୁଣା ଲମ୍ବା ଦଉଡ଼ି ମଗାଇ ଯାଇଥିବା ବେଳେ ସେମାନଙ୍କ ଓଜନର ବାଲି ବସ୍ତାକୁ ଝୁଲାଇ ମକ୍ ହ୍ୟାଙ୍ଗିଙ୍ଗ୍ ଜାରି ରଖିଛନ୍ତି ଜେଲ୍ କର୍ମଚାରୀ । ଫାଶୀ ଲିଭରରେ ନିୟମିତ ତେଲ ମରା ଚାଲିଛି । ତିହାର ୩ ନମ୍ବର ଜେଲର ଫାଁଶୀ କୋଠାରେ ଏକ ସଙ୍ଗରେ ଝୁଲିବେ ୪ ଜଣଯାକ ଦୁଷ୍କର୍ମକାରୀ । ତେଣୁ ଫାଶୀ ଗାତକୁ ଅଧିକ ଗହିରିଆ ଏବଂ ଓସାରିଆ କରାଯାଉଛି । ୨୦ ତାରିଖରେ ପୱନ ଜଲ୍ଲାଦ ପହଞ୍ଚିବା ପରେ, ସେ ମଧ୍ୟ ବାଲି ବସ୍ତାରେ ଦୁଇ ଦିନ ମକ୍ ହ୍ୟାଙ୍ଗିଙ୍ଗ କରିବେ । ଆଉ ୨୨ ତାରିଖ ଭୋରୁ ଭୋରୁ ଦୋଷୀମାନଙ୍କୁ ତାଙ୍କ ହାତକୁ ଟେକି ଦେଇ ଫାଁଶୀ କୋଠା ପରିସରରେ ସାକ୍ଷୀ ଭଳି ଛିଡ଼ା ହୋଇ ରହିବେ ଜେଲ୍ କର୍ତ୍ତୃପକ୍ଷ, ଜେଲ୍ ଡାକ୍ତର ଏବଂ ମାଜିଷ୍ଟ୍ରେଟ୍ ।
Previous Post

ନିର୍ଭୟା ରେପିଷ୍ଟଙ୍କୁ ୨୨ରେ ଫାଶୀ

Next Post

ବ୍ୟାଙ୍କରେ ଟଙ୍କା ଗଦା କରିଛନ୍ତି ଆଇଏଏସ୍ ଉପାଧ୍ୟାୟ

Next Post
ବ୍ୟାଙ୍କରେ ଟଙ୍କା ଗଦା କରିଛନ୍ତି ଆଇଏଏସ୍ ଉପାଧ୍ୟାୟ

ବ୍ୟାଙ୍କରେ ଟଙ୍କା ଗଦା କରିଛନ୍ତି ଆଇଏଏସ୍ ଉପାଧ୍ୟାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA