Thursday, April 30, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବ୍ୟାଙ୍କରେ ଟଙ୍କା ଗଦା କରିଛନ୍ତି ଆଇଏଏସ୍ ଉପାଧ୍ୟାୟ

by Our Correspondent
08 Jan, 2020- 01:38 AM
in Latest News, News
1 min read
0
ବ୍ୟାଙ୍କରେ ଟଙ୍କା ଗଦା କରିଛନ୍ତି ଆଇଏଏସ୍ ଉପାଧ୍ୟାୟ
ଭୁୁବନେଶ୍ୱର: ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଝାରପଡ଼ା ଜେଲ୍ ଯାଇଥିବା ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ କଳା କାରନାମା ସମ୍ପର୍କରେ ଭିଜିଲାନସ୍ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ହାତରେ ଲାଗିଛି ଏକାଧିକ ବ୍ୟାଙ୍କ ଆକାଉଣ୍ଟ । ଯେଉଁଥିରେ ବିପୁଳ ଟଙ୍କା କାରବାର ହୋଇଛି । ୭ ବର୍ଷ ମଧ୍ୟରେ ଶ୍ରୀ ଉପାଧ୍ୟାୟ କେବଳ ୩ଟି ବ୍ୟାଙ୍କ ଆକାଉଣ୍ଟ ରେ ପ୍ରାୟ ୭୦ ଲକ୍ଷ ଟଙ୍କା ଜମା କରିଛନ୍ତି । ଏହିଭଳି ଅନେକ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସେ ଟଙ୍କା ଜମା କରିଥିବା ଭିଜିଲାନସ୍ କୁ ସୁରାକ୍ ମିଳିଛି । କିଛି ସନ୍ଦିଗ୍ଧ ଆକାଉଣ୍ଟ ରେ ବେଆଇନ ଟଙ୍କା ଠୁଳ ହୋଇଥିବା ଜଣାପଡ଼ିଛି ।
ଶ୍ରୀ ଉପାଧ୍ୟାୟଙ୍କ ଟଙ୍କା କାରବାର ସମ୍ପର୍କରେ ତଦନ୍ତ କରୁଥିବା ଭିଜିଲାନସ୍ ହାତରେ ଆଗ ଲାଗିଛି ୩ଟି ବ୍ୟାଙ୍କ ଆକାଉଣ୍ଟ । ୨୦୧୨ ରୁ ୨୦୧୯ ମଧ୍ୟରେ ଏହି ବ୍ୟାଙ୍କଗୁଡ଼ିକରେ ୭୦ ଲକ୍ଷ ଟଙ୍କା ଜମା ହୋଇଛି । କେତେବେଳେ ବ୍ୟାଙ୍କ କାଉଣ୍ଟରରେ ତ ଆଉ କେବେ କ୍ୟାସ୍ ଡିପୋଜିଟ୍ ମେସିନ୍ ରେ ଟଙ୍କା ଭର୍ତ୍ତି କରାଯାଇଛି । ଲାଗାତର ଗୋଟେ ଗୋଟେ ଦିନରେ ଗୋଟେ ଗୋଟେ ବ୍ୟାଙ୍କରେ ଟଙ୍କାକୁ ଭାଗ ଭାଗ କରି ଡିପୋଜିଟ୍ କରାଯାଇଛି । କେବଳ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବେଳେ ପ୍ରାୟ ୨୨ ଲକ୍ଷ ଟଙ୍କା ଜମା କରିଛନ୍ତି ଶ୍ରୀ ଉପାଧ୍ୟାୟ । ଏହିଭଳି ତାଙ୍କର ଅନେକ ବ୍ୟାଙ୍କ ଆକାଉଣ୍ଟର ସନ୍ଧାନ ପାଇଲାଣି ଭିଜିଲାନସ୍ ତଦନ୍ତକାରୀ ଟିମ୍ । । ସେଥିମଧ୍ୟରୁ କିଛି ଆକାଉଣ୍ଟକୁ ବେଆଇନ(ଲାଞ୍ଚ) ଟଙ୍କା ରଖିବା ପାଇଁ ସେ ବ୍ୟବହାର କରୁଥିବାର ସୁରାକ୍ ମିଳିଛି ।
ଉପାଧ୍ୟାୟଙ୍କ ସହ ଜେଲ୍ ରେ ଥିବା ସହଯୋଗୀ ତଥା ୟେସ୍ ବ୍ୟାଙ୍କ ଉପସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ବ୍ୟାଙ୍କ ଆକାଉଣ୍ଟର ସନ୍ଧାନ ମଧ୍ୟ ପାଇଲାଣି ଭିଜିଲାନସ୍ । ଏକ ଆକାଉଣ୍ଟରେ ଗତ ୫ ମାସରେ ସେ ୭ ଲକ୍ଷ ଟଙ୍କା ଜମା କରିଛନ୍ତି । ୟେସ୍ ବ୍ୟାଙ୍କରେ ଯୋଗଦେବା ପରଠୁ ଏହି ଟଙ୍କା ଜମା କରିଛନ୍ତି ।
ଶ୍ରୀ ଉପାଧ୍ୟାୟ ଏବଂ ଶ୍ରୀ ପଟ୍ଟନାୟକଙ୍କର ସବୁତକ ବ୍ୟାଙ୍କ ଆକାଉଣ୍ଟ୍ ଖୋଜି ବାହାର କରିବା ପାଇଁ ଭିଜିଲାନସ୍ ଅଧିକାରୀମାନେ ଲାଗିପଡ଼ିଛନ୍ତି । ଖାଲି ସେତିକି ନୁହେଁ, ସେୟାର୍ ମାର୍କେଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡସ୍ ରେ ସେମାନଙ୍କ ଟଙ୍କା କାରବାରର ସନ୍ଧାନ ପାଇଁ ନ୍ୟାସନାଲ୍ ସିକୁ୍ୟରିଟିଜ୍ ଡିପୋଜିଟୋରି ଲିମିଟେଡ଼, ସେଣ୍ଟ୍ରାଲ୍ ଡିପୋଜିଟୋରି ସର୍ଭିସେସ୍ ଲିମିଟେଡ଼ ଏବଂ କମ୍ପ୍ୟୁଟର ଏଜ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ ଲିମିଟେଡ଼ର ସହାୟତା ଲୋଡାଯାଇଛି ।
ଭିଜିଲାନସ୍ ତଦନ୍ତ ଟିମ୍ ରେ ଭିଜିଲାନସ୍ ଅଧିକାରୀ, ସାଇବର ଏବଂ ସେଲ୍ ଫୋନ୍ ବିଶେଷଜ୍ଞ, ବ୍ୟାଙ୍କ ଅଫିସର, ଚାଟାର୍ଡ ଆକାଉଣ୍ଟାଣ୍ଟ, ଫାଇନାନସିଆଲ୍ ଏବଂ ଆଇଟି ବିଶେଷଜ୍ଞ ସାମିଲ ହୋଇଥିବା ବିଭାଗୀୟ ଏସପିଙ୍କ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ରେ କୁହାଯାଇଛି ।
Previous Post

ପୱନ ଆଣ୍ଡ ‘କୋ’ ଙ୍କୁ ଝୁଲାଇବେ ପୱନ

Next Post

ବିଜେପିକୁ ନାଗପୁର ଚୋଟ

Next Post
ବିଜେପିକୁ ନାଗପୁର ଚୋଟ

ବିଜେପିକୁ ନାଗପୁର ଚୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA