Thursday, April 30, 2026 12:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିକୁ ନାଗପୁର ଚୋଟ

by Our Correspondent
08 Jan, 2020- 11:23 PM
in Latest News, National, News, Politics
1 min read
0
ବିଜେପିକୁ ନାଗପୁର ଚୋଟ
ମୁମ୍ବାଇ: ଷ୍ଟ୍ରଙ୍ଗ୍ ହୋଲ୍ଡରେ ବିଜେପିକୁ ଷ୍ଟ୍ରଙ୍ଗ ଝଟକା । ଦଳର ଦୁଇ ଟଲ୍ ଫିଗର୍ ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ହୋମ୍ ସିଟି ଏବଂ ଦଳର କୁଳଗୁରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟାଳୟ ଥିବା ନାଗପୁରରୁ ଏହି ଝଟକା ଲାଗିଛି । ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ଖାଇଛି କଂସ କଚଡ଼ା । 58 ଆସନରୁ ଦଳ ମାତ୍ର 15ଟି ଜିତିଥିବା ବେଳେ କଂଗ୍ରେସକୁ ମିଳିଛି ବଡ଼ ସଫଳତା । 30ଟି ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କଂଗ୍ରେସ ସହଯୋଗୀ ଶରଦ ପାୱାରଙ୍କ ଏନସିପି 12ଟି ଆସନ ଜିତିଥିବା ବେଳେ ଏକାକୀ ନିର୍ବାଚନ ଲଢ଼ିଥିବା ଶିବସେନା ମାତ୍ର ଗୋଟିଏ ଆସନ ପାଇଛି ।
2017ରେ ଜିଲ୍ଲା ପରିଷଦ ଭାଙ୍ଗିଯିବା ପରେ ମଙ୍ଗଳବାର(8-1-2020) ହୋଇଥିଲା ନିର୍ବାଚନ । ଯେଉଁଥିରେ ନାଗପୁର ଭୋଟର କେବଳ ବିଜେପିକୁ ନୁହେଁ ଶିବସେନାକୁ ମଧ୍ୟ ଧୂଳି ଚଟାଇଛନ୍ତି । ଜିଲ୍ଲା ପରିଷଦ ଭଙ୍ଗ ପୂର୍ବରୁ ବିଜେପି 22, କଂଗ୍ରେସ 19, ଶିବସେନା 8 ଏବଂ ଏନସିପି ହାତରେ 7ଟି ଆସନ ଥିଲା । କେବଳ ନାଗପୁର କାହିଁକି ଗଡ଼କରିଙ୍କ ପୈତୃକ ଗାଁ ଧାପେୱାଡ଼ାରେ ବି ଭୁଶୁଡ଼ି ଯାଇଛି ବିଜେପି ଗଡ଼ ।
ହରିୟାଣାରେ ରାଜନୈତିକ ଶତ୍ରୁ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି ସହ ହାତ ମିଳାଇ ବିଜେପି ସିନା ସରକାର ଗଢ଼ିଦେଲା, କିନ୍ତୁ ମହାରାଷ୍ଟ୍ରରେ ଠିକ୍ ତାର ଓଲଟା ଫଳ ଭୋଗିଲା । ମହାୟୁତିର ଆଳ ଦେଖାଇ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି 105 ଆସନ ପାଇଥିଲା । ଯେଉଁଥି ପାଇଁ ଶିବସେନା ଉପରେ ବଡ଼ଭାଇ ପଣିଆ ଜାହିର୍ କରି ସରକାରରେ ସିଂହ ଭାଗ ହାସଲ ଲକ୍ଷ୍ୟରେ ଥିଲା । କିନ୍ତୁ ଶିବସେନା, ଏନସିପି ଓ କଂଗ୍ରେସର ରଣନୀତି ଆଗରେ ଦଳ ଶିଶୁପାଳ ହୋଇଗଲା । ଆଉ ଏବେ ଝାଡ଼ଖଣ୍ଡ ନିର୍ବାଚନ ବିଜେପିକୁ ସମାନ ସବକ୍ ଦେଇଥିବା ବେଳେ ଫେବୃୟାରୀରେ ହେବାକୁ ଯାଉଛି ସମ୍ମାନଜନକ ଦିଲ୍ଲୀ ନିର୍ବାଚନ ।
2019 ସାଧାରଣ ନିର୍ବାଚନରେ ବିଜେପି ଏକାକୀ 303 ଆସନ ଅକ୍ତିଆର କରିଛି । ସହଯୋଗୀଙ୍କୁ ମିଶାଇଲେ ଏନଡିଏର ସିଟ୍ ସଂଖ୍ୟା 353 ହୋଇଛି । ଯାହାକି କେନ୍ଦ୍ରରେ ସ୍ଥିର ସରକାର ଗଠନରେ ସହାୟକ ହୋଇଛି । କିନ୍ତୁ ସ୍ଥିର ସରକାରରେ ଅନେକ ପ୍ରସଙ୍ଗକୁ ନେଇ ଦେଶରେ ସୃଷ୍ଟି ହୋଇଛି ଅସ୍ଥିରତା । ଜାମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ, ତିନି ତଲାକ୍ ନିଷିଦ୍ଧ ଏବଂ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଜେପି ବେଶ୍ ଉତ୍ସାହିତ ହୋଇ ପଡ଼ିଥିଲା । ଭାବିଥିଲା ସେହି ମୌକାରେ ଏବଂ ହିନ୍ଦୁତ୍ବ ହାୱାରେ CAA ଏବଂ NRC ଲାଗୁ କରାଇଦେବ । କିନ୍ତୁ ସ୍ଥିତି ଏମିତି ହେଲା ଯେ, ଆଇନ କରି ମଧ୍ୟ ଲାଗୁ କରିବାକୁ ସାହାସ ଜୁଟାଇ ପାରିଲେନି ସରକାର । ବାଧ୍ୟ ହୋଇ ଆଇନକୁ ହୋଲ୍ଡରେ ରଖିଲେ । ଆଉ NPR ନାଁରେ NRCକୁ ଲିଙ୍କ୍ କରିବାକୁ ଏକ ସାନି ଉଦ୍ୟମ ଆରମ୍ଭ କରିଥିବା ବେଳେ ତାକୁ ନେଇ ମଧ୍ୟ ଦେଖା ଦେଲାଣି ଅସନ୍ତୋଷ ।
ହଁ, ଅସନ୍ତୋଷ । ଜନତା ଜନାର୍ଦ୍ଦନଙ୍କ ଅସନ୍ତୋଷ । ସାଧାରଣ ନିର୍ବାଚନ ବେଳେ ଭୋଟର, ଯେଉଁ ହାତରେ ସମର୍ଥନ କରିଥିଲେ, ଏବେ ସେହି ହାତକୁ ଧୀରେ ଧୀରେ ଫେରାଇ ନେଉଛନ୍ତି । ଯାହାର ପ୍ରତିଫଳନ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପରେ ଦଳର ଷ୍ଟ୍ରଙ୍ଗ ହୋଲ୍ଡ ନାଗପୁର ଲୋକାଲ୍ ବଡି ନିର୍ବାଚନରୁ ବିଜେପିକୁ ମିଳିଛି ।
କିଛି ହୁଏତ କହିପାରନ୍ତି, ଲୋକାଲ୍ ବଡି ନିର୍ବାଚନ ଠାରୁ ବିଧାନସଭା ଏବଂ ସାଧାରଣ ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ । ଅନେକ ମାତ୍ରାରେ ଏହା ସତ । କିନ୍ତୁ ପଞ୍ଚାୟତ ନିର୍ବାଚନ ହେଉ କି ପୌର ନିର୍ବାଚନ, ସବୁ ରାଜନୈତିକ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ । କାରଣ ତୃଣମୂଳ ସ୍ତରର ଜନ ସମର୍ଥନ ହିଁ ରାଜନୈତିକ ଦଳଙ୍କ ଭିତ୍ତିଭୂମି ସ୍ପଷ୍ଟ କରିଥାଏ ।
Previous Post

ବ୍ୟାଙ୍କରେ ଟଙ୍କା ଗଦା କରିଛନ୍ତି ଆଇଏଏସ୍ ଉପାଧ୍ୟାୟ

Next Post

ସୌନ୍ଦର୍ଯ୍ୟକରଣ ଡ୍ରାଇଭ: ଭୋର୍ ରୁ କୋଣାର୍କରେ ପାଣ୍ଡିଆନ୍

Next Post
ସୌନ୍ଦର୍ଯ୍ୟକରଣ ଡ୍ରାଇଭ: ଭୋର୍ ରୁ କୋଣାର୍କରେ ପାଣ୍ଡିଆନ୍

ସୌନ୍ଦର୍ଯ୍ୟକରଣ ଡ୍ରାଇଭ: ଭୋର୍ ରୁ କୋଣାର୍କରେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA