ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବା ପରେ ଏବେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ପାଳି । ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କୋଣାର୍କକୁ ଅଚାନକ ପରିଦର୍ଶନରେ ଆସି ଏହାର ସୌନ୍ଦର୍ଯ୍ୟକରଣ ପ୍ରସ୍ତାବର ଟିକନିକ୍ ଅନୁଧ୍ୟାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ନିଷ୍ପତ୍ତି ଘୋଷଣା କରିବେ ବୋଲି ଜଣାପଡ଼ିଛି ।







