ଭୁୁବନେଶ୍ୱର: ୨୦୧୯ ମସିହାର ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍(ଆଇଇଏସ୍) ପରୀକ୍ଷାରେ ଟପ୍ପର୍ ହୋଇଛନ୍ତି ଓଡ଼ିଆ ପୁଅ ଅଂଶୁମାନ କାମିଲା । ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ସମୁଦାୟ ୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଂଶୁମାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଂଶୁମାନଙ୍କର ଏହି ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବ ଆଣିଦେଇଛି ।
ଅତ୍ୟନ୍ତ ମେଧାବୀ ଛାତ୍ର ଭାବେ ଅଂଶୁମାନ ବେଶ୍ ଜଣାଶୁଣା । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲରୁ ସିବିଏସସି ଦ୍ୱାଦଶ ପରୀକ୍ଷାରେ ୯୬.୪% ନମ୍ବର ରଖି ଟପ୍ପର୍ ହୋଇଥିଲେ । ଏହାପରେ ଦିଲ୍ଲୀର ଷ୍ଟିଫେନ୍ କଲେଜରୁ ଅର୍ଥନୀତିରେ ସ୍ନାତକ କରିଥିଲେ । ସମ୍ମାନଜନକ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ମାଷ୍ଟର ଡିଗ୍ରୀ ହାସଲ କଲା ପରେ ଜେଏନୟୁରେ ଏମଫିଲ କରିଥିଲେ ଅଂଶୁମାନ । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫିସର ଭାବେ ସେ କାର୍ଯ୍ୟ କରୁଛନ୍ତି ।
ଅଂଶୁମାନ ହେଉଛନ୍ତି ପୂର୍ବତନ ପୋଷ୍ଟମାଷ୍ଟର୍ ଜେନେରାଲ୍ ସନ୍ତୋଷ କୁମାର କାମିଲା ଏବଂ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ତଥା ଉକ୍ରଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ପ୍ରଫେସର ଡ. ମିତାଲି ଚିନ୍ନରାଙ୍କ ପୁଅ । ବାପାମାଆଙ୍କର ସୁଯୋଗ୍ୟ ସନ୍ତାନ ଭାବେ ଅଂଶୁମାନ ନିଜକୁ ପ୍ରତିପାଦନ କରିଛନ୍ତି ।