Thursday, April 30, 2026 05:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ମାଷ୍ଟର୍ ଷ୍ଟ୍ରାଟେଜିରେ ପଛୁଆ ବର୍ଗ

by Our Correspondent
12 Jan, 2020- 01:05 AM
in Latest News, News
1 min read
0
ନବୀନଙ୍କ ମାଷ୍ଟର୍ ଷ୍ଟ୍ରାଟେଜିରେ ପଛୁଆ ବର୍ଗ
ଭୁୁବନେଶ୍ୱର: ୨୦୨୧ ଜନଗଣନା ସହ ସାମାଜିକ, ଅର୍ଥନୈତି, ଶିକ୍ଷାଗତ ଏବଂ ଭୌଗୋଳିକ ଦୃଷ୍ଟିରୁ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହି ପଛୁଆବର୍ଗଙ୍କ ସଂଖ୍ୟାଗଣନା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖାଯିବ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏନେଇ ସଂକଳ୍ପ ପାରିତ କରାଯାଇଛି । ଜାତିଭିତ୍ତିକ ପଛୁଆ ବର୍ଗ ତାଲିକା ଧରି ସେମାନଙ୍କ ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ଯୋଜନା କରାଯାଇଛି ।
ଏକକାଳୀନ ଭାବେ ସାଧାରଣ ଜନଗଣନା ସହ ଏହି ସ୍ୱତନ୍ତ୍ର ଗଣନାର ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ଅନୁମତି ମଗାଯାଇଛି । ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନର ୧୫୦ତମ ପୂର୍ତ୍ତି ଅବସରରେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କ୍ୟାବିନେଟ୍ ବୈଠକରେ କୁହାଯାଇଛି ।
ସମସ୍ତଙ୍କର ସମାନ ଅଧିକାର ରହିଲେ ଯାଇ ଅର୍ଥନୈତିକ ସମାନତା ସମ୍ଭବ ହୋଇପାରିବ ଯାହାକି ସ୍ୱାଧୀନତାର ମୁଖ୍ୟ ଚାବିକାଠି ବୋଲି ଗାନ୍ଧୀ ବିଚାର କରୁଥିଲେ । ମହାତ୍ମା ଗାନ୍ଧୀଙ୍କ ଅର୍ଥନୈତିକ ସ୍ୱାଧୀନତା ବିଚାରକୁ ରାଜ୍ୟ ସରକାର ଆଦର୍ଶ ମାନିଛନ୍ତି । ତେବେ ସାମାଜିକ ବିବିଧତା ସମ୍ପନ୍ନ ଓଡ଼ିଶା ବିଭିନ୍ନ କ୍ଷେତ୍ର ବିଶେଷ କରି ମାନବ ସମ୍ବଳ ବିକାଶରେ ଅଗ୍ରଗତି କରିଥିବା ରାଜ୍ୟ ସରକାର ଦାବି କରିଥିଲେ ମଧ୍ୟ ଫଳାଫଳ ନେଇ ସନ୍ତୁଷ୍ଟ ନାହାନ୍ତି । ଏହାକୁ ଅଧିକ ତ୍ୱରାନ୍ୱିତ କରାଯିବାର ଆବଶ୍ୟକତା ଅନୁଭବ କରିଛନ୍ତି ।
ରାଜ୍ୟ ସରକାରଙ୍କ ଅଭିଯୋଗ, ୧୯୩୧ ପରଠାରୁ ହୋଇଥିବା ଜନଗଣନାରେ ନିର୍ଦ୍ଦିଷ୍ଟ ଭାବେ ଜାତିଗତ ସମ୍ପୂର୍ଣ୍ଣ ବିବରଣୀ ରହୁନାହିଁ । ଯାହା ଫୋକସ୍ ଅଞ୍ଚଳ ନିର୍ଦ୍ଧାରଣରେ ଅନ୍ତରାୟ ସୃଷ୍ଟି କରୁଛି । ସାମାଜିକ, ଶିକ୍ଷାଗତ ଓ ଅନ୍ୟାନ୍ୟ ଜାତିଭିତ୍ତିକ ପଛୁଆ ବର୍ଗଙ୍କ ତାଲିକା ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ନ ଥିବାରୁ ବିକାଶମୂଳକ ଯୋଜନାର ରୂପରେଖ ପ୍ରଭାବିତ ହେଉଛି । ୨୦୧୧ ସାମାଜିକ, ଅର୍ଥନୈତିକ ଜାତିଗତ ଗଣନା ରିପୋର୍ଟ ରୁ କେନ୍ଦ୍ର ସରକାର ଏହାର ଆବଶ୍ୟକତା ଅନୁଭବ କରିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ୨୦୨୧ ଜନଗଣନାରେ ମଧ୍ୟ ପଛୁଆ ଜାତିବର୍ଗଙ୍କ ନିରୂପଣ ବ୍ୟବସ୍ଥା କରାଯାଇନାହିଁ ।
ସୁତରାଂ ୨୦୨୧ ଜନଗଣନା ସହ ସାମାଜିକ-ଅର୍ଥନୈତିକ ଜାତିଗଣନା କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରର ହସ୍ତକ୍ଷେପ ଚାହିଁଛନ୍ତି । ସେଥିପାଇଁ ଅଲଗା ଫର୍ମାଟ୍ କିମ୍ବା ସ୍ୱତନ୍ତ୍ର ସ୍ତମ୍ଭ ରଖିବାକୁ ଅନୁରୋଧ କରାଯିବ । ଗଣନା ପରେ ଏହି ତଥ୍ୟ ତୁରନ୍ତ ପ୍ରକାଶ ସଂକଳ୍ପରେ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାରଙ୍କ ବିଚାରରେ, ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।
Previous Post

ଓଡ଼ିଆ ପୁଅ ଅଂଶୁମାନ ଆଇଇଏସ୍ ଟପ୍ପର୍

Next Post

ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଲେଣି ଅପରାଜିତା!

Next Post
ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଲେଣି ଅପରାଜିତା!

ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଲେଣି ଅପରାଜିତା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA