Saturday, May 23, 2026 09:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫସିଲେ ଭକ୍ତ ଦାସ; ତେଲେଙ୍ଗାନାରେ କଂଗ୍ରେସ ଟିକେଟ ପାଇଁ ୩ କୋଟି ଦାବି !

by Our Correspondent
18 Nov, 2018- 06:56 PM
in Latest News, News
1 min read
0
ଫସିଲେ ଭକ୍ତ ଦାସ; ତେଲେଙ୍ଗାନାରେ କଂଗ୍ରେସ ଟିକେଟ ପାଇଁ ୩ କୋଟି ଦାବି !
ଭୁବନେଶ୍ୱର: ବିଧାନସଭା ଟିକେଟ ଖଣ୍ଡିଏ ପାଇଁ ୩ କୋଟି ଲାଞ୍ଚ । ତେଲେଙ୍ଗାନାର ରାଙ୍ଗାରେଡି ଜିଲ୍ଲା ଇବ୍ରାହିମପଟ୍ଟନମ୍ ଆସନରୁ ନିର୍ବାଚନ ଲଢ଼ିବା ପାଇଁ କେ.ମାଲେସ୍ ଙ୍କୁ ୩ କୋଟି ଟଙ୍କା ମଗାଯାଇଥିଲା । ତେଲେଙ୍ଗାନା ପାଇଁ କଂଗ୍ରେସ ସ୍କ୍ରିନିଂ କମିଟି ମୁଖ୍ୟ ଥିବା ଓଡ଼ିଶାର ବରିଷ୍ଠ ନେତା ଭକ୍ତଚରଣ ଦାସ ତାଙ୍କ ପୁଅ ସାଗର ଜରିଆରେ ଏହି ଟଙ୍କା ଦାବି କରିଥିଲେ । ନିଜେ ମାଲେସ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ଆଣିବା ପରେ ଦେଶର କଂଗ୍ରେସ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଭକ୍ତ ଦାସଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଓଡ଼ିଶା କଂଗ୍ରେସକୁ ବେଶ୍ ଲଜ୍ଜିତ କରିଛି । ତେବେ ଭକ୍ତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଅଭିଯୋଗକାରୀ ମାଲେସ୍ ଜଣେ ଯାହି ତାହି ନେତା ନୁହଁନ୍ତି । ରାଙ୍ଗାରେଡି ଜିଲ୍ଲାର ସେ ହେଉଛନ୍ତି କଂଗ୍ରେସ ସଭାପତି । ସେ ଖାଲି ଅଭିଯୋଗ ଆଣିନାହାନ୍ତି ବରଂ ଭକ୍ତ ଦାସଙ୍କ ପୁଅ ସାଗର ସହ ଟଙ୍କା କାରବାର ନେଇ ହୋଇଥିବା କଥାବାର୍ତ୍ତାର ଅଡିଓ ଟେପ୍ ଜାରି କରି ପ୍ରମାଣ ଦେଖାଇଛନ୍ତି । ଏହା ସୋସିଆଲ୍ ମିଡ଼ିଆଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । କଂଗ୍ରେସରେ ଟିକେଟ ବିକ୍ରୀ ଅଭିଯୋଗ ଏକ ସାଧାରଣ କଥା । ଅତୀତରେ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟରେ କଂଗ୍ରେସର ଟିକେଟ ବିକ୍ରୀ ଅଭିଯୋଗ ହୋଇ ଆସୁଥିଲା । ଏବେ ଓଡ଼ିଶାର ବରିଷ୍ଠ ନେତାଙ୍କ ନାଁରେ ଟଙ୍କା ମାଗିବା ଅଭିଯୋଗ ରାଜ୍ୟ କଂଗ୍ରେସକୁ ବି ଭୀଷଣ ବଦନାମ କରିଛି ।
ଡିସେମ୍ବର ୭ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ କଂଗ୍ରେସ ଟିକେଟ ବଣ୍ଟନରେ ବ୍ୟାପକ ଅନିୟମିତତା, ହେରଫେର ଓ ଅର୍ଥ କାରବାରର ଅଭିଯୋଗ ହୋଇଥିଲା । ଏବେ ଦଳୀୟ ଟିକେଟରୁ ବଂଚିତ ଜିଲ୍ଲା ସଭାପତି ମାଲେସ୍ ଅଡ଼ିଓ ଟେପ୍ ର ପ୍ରମାଣ ଧରି ପଦାକୁ ଆସିବା ଏହି ପ୍ରସଙ୍ଗକୁ ସଙ୍ଗୀନ ମୋଡ଼ ଦେଇଛି । ମାଲେସ୍ କହିଛନ୍ତି, ଇବ୍ରାହିମପଟ୍ଟନମ୍ ଆସନରୁ କଂଗ୍ରେସ ଟିକେଟ ପାଇଁ ସେ ମୁଖ୍ୟ ଦାବିଦାର ଥିଲେ । ହେଲେ ତାଙ୍କୁ ସେଥିପାଇଁ ୩ କୋଟି ଟଙ୍କା ଦେବାକୁ କୁହାଯାଇଥିଲା । ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଭକ୍ତ ଦାସଙ୍କ ପୁଅ ସାଗର ସେଥିପାଇଁ ମଧ୍ୟସ୍ଥତା କରିଥିଲେ । ତେବେ ସେ ଟଙ୍କା ଦେଇ ନ ପାରିବାରୁ ତାଙ୍କୁ ଟିକେଟ ମିଳିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ।
ତେବେ ମାଲେସ୍ ଙ୍କ ଅଭିଯୋଗକୁ ଭକ୍ତ ଦାସ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ସେଥିରେ କୌଣସି ସତ୍ୟତା ନାହିଁ । କେ. ମାଲେସ୍ ଆବେଦନ କରିଥିବା ଆସନଟି ମେଣ୍ଟ ସହଯୋଗୀଙ୍କୁ ଦିଆଯାଇଛି । କଂଗ୍ରେସ ନେତୃତ୍ୱର ନିଷ୍ପତ୍ତିକ୍ରମେ ଦଳ ନିର୍ବାଚନୀ ମେଣ୍ଟକୁ ଯାଇଛି । ସେଥିରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ କିଛି ଭୂମିକା ନାହିଁ । ତେଣୁ ସମସ୍ତେ ମିଶି ଷଡ଼ଯନ୍ତ୍ର କରିଛନ୍ତି । ମାଲେସ୍ ଟିକେଟ ପାଇ ନ ଥିବାରୁ ପୁଅକୁ ମୋହରା କରି ତାଙ୍କୁ ବଦନାମ କରୁଛନ୍ତି । ମେଣ୍ଟ ଆସନ ଭାଗବଣ୍ଟରା ଯୋଗୁଁ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କ ଟିକେଟ କଟିଛି । ତେଣୁ ସମସ୍ତେ ମିଶି ଷଡ଼ଯନ୍ତ କରିଛନ୍ତି । ଟିକେଟ ପାଇଁ କେହି ଯଦି ୫ ଟଙ୍କା ନେଇଥିବାର ପ୍ରମାଣ ଆସେ ତେବେ ସେ ରାଜନୀତି ଛାଡ଼ିବେ ବୋଲି ଭକ୍ତ କହିଛନ୍ତି ।
Previous Post

ବିଧାନସଭାରେ ଅଭିଜିତ୍ ଆୟାରଙ୍କୁ କ୍ଷମା

Next Post

ବହୁ ଚର୍ଚ୍ଚିତ ବିୟର୍ ଫ୍ୟାକ୍ଟ୍ରି ବାତିଲ

Next Post
ବହୁ ଚର୍ଚ୍ଚିତ ବିୟର୍ ଫ୍ୟାକ୍ଟ୍ରି ବାତିଲ

ବହୁ ଚର୍ଚ୍ଚିତ ବିୟର୍ ଫ୍ୟାକ୍ଟ୍ରି ବାତିଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA